Home ଜିଲ୍ଲା ପରିକ୍ରମା ଆଳୁ ଗୋଦାମରୁ ଟଙ୍କା ଚୋରି ଅଭିଯୋଗ

ଆଳୁ ଗୋଦାମରୁ ଟଙ୍କା ଚୋରି ଅଭିଯୋଗ

161

ଭଦ୍ରକ, ୧୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଲୁଟ୍ ଦିନକୁ ଦିନ ବଢିବାରେ ଲାଗିଛି । ଦିନ ଦିପ୍ରହର ସମୟରେ ହେଉ ଅଥବା ରାତିର ଅନ୍ଧାରରେ । ସବୁଠାରୁ ବଡକଥା ଥାନା ଠାରୁ ଅଳ୍ପ କେତେ ମିଟର ଦୂରତାରେ ଘଟି ଚାଲିଛି ଏହିପରି ଚୋରି । ଯାହା ପୁଲିସ୍‌ର ପାରିବାପଣିଆଁ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅଭିଯୋଗ ଅନୁଯାୟୀ ବାସୁଦେବପୁର ପୌରପାଳିକା ଟ୍ରାଫିକ୍ ଛକଠାରେ ଥିବା ଆଳୁ ଗୋଦାମରେ ଚୋରି ହୋଇଥିବାର ଥାନାରେ ଆଳ ଗୋଦାମ ମାଲିକ ସନାତନ ବାରିକ ଅଭିଯୋଗ କରିଛନ୍ତି । ସନାତନଙ୍କ କହିବା ଅନୁସାରେ ସେ ଗତ ଶୁକବ୍ରାର ସନ୍ଧ୍ୟା ୭ ଟା ସମୟରେ ଦୋକାନ ବନ୍ଦ କରି ଯାଇଥିଲେ । ଶନିବାର ସଟଡାଉନ୍ ଥିବାରୁ ସେ ଦୋକାନ ଖୋଲିନଥିଲେ । ରବିବାର ତାଙ୍କର ଟଙ୍କା ଦରକାର ପଡିବାରୁ ଦୋକାନ ଖୋଲି ଦେଖିଲା ବେଳକୁ ଦୋକାନର ପଛ ପାଖ କାନ୍ଥ ଭଙ୍ଗା ଯାଇଛି ଓ ତାଙ୍କ ବାକ୍ସରେ ରଖିଥିବା ୯୫ ହଜାର ଟଙ୍କା ଚୋରି ହୋଇଯାଇଛି । ଏ ନେଇ ସନାତନ ବାସୁଦେବପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.