Home ଜିଲ୍ଲା ପରିକ୍ରମା ବଣସାହି ଗ୍ରାମ କଣ୍ଟେନମେଣ୍ଟ ଜୋନ୍ ଘୋଷି : ୬୦ ନମୁନା ସଂଗ୍ରହ

ବଣସାହି ଗ୍ରାମ କଣ୍ଟେନମେଣ୍ଟ ଜୋନ୍ ଘୋଷି : ୬୦ ନମୁନା ସଂଗ୍ରହ

59

ଭଦ୍ରକ, ୧୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ୍‌ର ଦକ୍ଷିଣବାଡ ପଂଚାୟତର ଉତ୍ତରବାଡ ରାଜସ୍ୱ ଗ୍ରାମର ବଣସାହିକୁ ଗତକାଲି ଠାରୁ ୧୪ ଦିନ ପାଇଁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇ ଆବଶ୍ୟକୀୟ କଟକଣା ଲଗାଯାଇଛି । ସଂପୃକ୍ତ ଗ୍ରାମର ଜନୈକ ୨୯ ବର୍ଷୀୟ ଯୁବକ କଟକ ବଡମେଡିକାଲରେ ଚିକିତ୍ସାଧୀନ ଥିବାବେଳେ କରୋନା ସଂକ୍ରମିତ ଜଣାପଡିବାରୁ ସରପଞ୍ଚ ବିଜୟ ଶଙ୍କର ମହାନ୍ତି ଏହି ପଦକ୍ଷେପ ନେଇଛନ୍ତି । ଗତ ପ୍ରାୟ ଦୁଇମାସ ପୂର୍ବେ ୧୬ ନଂ ଜାତୀୟ ରାଜପଥର ଧାମନଗର ଛକ ନିକଟରେ ଯୁବକ ଜଣକ ସଡକ ଦୁର୍ଘଟଣାରେ ଆହତ ହୋଇ କଟକରେ ଚିକିତ୍ସିତ ହେଉଛନ୍ତି । ସେ ସୁସ୍ଥ ହୋଇ ଘରକୁ ଫେରିନାହାଁନ୍ତି । ମାତ୍ର ପରିବାର ଓ ସଂପର୍କୀୟମାନେ ଚିକିତ୍ସାଧୀନ ଯୁବକ ନିକଟକୁ ବାରମ୍ବାର ଯାଇ ସଂସ୍ପର୍ଶରେ ଆସିଥିବାରୁ ପଂଚାୟତ ପକ୍ଷରୁ ପ୍ରତିକାରତ୍ମକ ପଦକ୍ଷେପ ଭାବେ ବଣସାହି ଗ୍ରାମକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ଏଥିସହ ଦକ୍ଷିଣବାଡ ପଂଚାୟତକୁ ସୋମବାର ଠାରୁ ବୁଧବାର ପର୍ଯ୍ୟନ୍ତ ମଧ୍ୟ ତିନି ଦିନ ପାଇଁ ସଟଡାଉନ୍ କରାଯାଇଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରାଥମିକ ସଂସ୍ପର୍ଶ ଭାବେ ସଂପୃକ୍ତ ଯୁବକଙ୍କ ପରିବାରର ଦଶଜଣଙ୍କ ସ୍ୱାବ ସଂଗ୍ରହ କରାଯାଇ ସଙ୍ଗରୋଧରେ ରଖାଯାଇଛି । ଏଥିସହ ବିଭିନ୍ନ ଟିଏମ୍‌ସିରୁ ୩୫ ଜଣ ଓ କମ୍ୟୁନିଟିରୁ ୧୫ ଜଣଙ୍କ ମୋଟ ୬୦ ଜଣଙ୍କ ସ୍ୱାବ ପରୀକ୍ଷା ପାଇଁ ସଂଗ୍ରହ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.