ମାଲକାନଗିରି,୧୧ା୭ (ଓଡିଆ ପୁଅ ) କରୋନାକୁ ନେଇ ସାରା ବିଶ୍ୱ ଏବେ ଭୟଭୀତ ହୋଇପଡିଥିବା ବେଳେ ସମଗ୍ର ଦେଶରେ ଲକ ଡାଉନ ,ସଟ୍ଡାଉନ୍ ଚାଲିଛି । କୋଭିଡ ନିୟମ ମାନି କରୋନା ସଂକ୍ରମଣ ଠାରୁ ଦୁରରେ ରହିବା ପାଇଁ ସଟ୍ଡାଉନ, ଲକଡାଉନ ସମୟରେ ଘରୁ ନବାହିରିବା,ସମାଜିକ ଦୂରତ୍ୱ ରକ୍ଷାକରିବା ଓ ମାସ୍କ ବ୍ୟବହାର ପ୍ରତି ଗୁରୁତ୍ୱ ଦିଆ ଯାଉଥିବା ବେଳେ ମାଲକାନଗିରି ଜିଲ୍ଲାରେ କିଛି ଅମାନିଆ ବିନା ମାସ୍କରେ ବଜାରଘାଟ ବୁଲୁଥିବାର ଦେଖିବାକୁ ମିଳୁଛି । ଜିଲ୍ଲାପ୍ରଶାସନ ପକ୍ଷରୁ ଲକଡାଉନ,ସଟ୍ଡାଉନ୍ ନିୟମପ୍ରତି ଗୁରୁତ୍ୱ ଦିଆଯାଇଛି । ମାଲକାନଗିରି,କାଲିମେଳା, ପଡିଆ,କୋରକୁଣ୍ଡା, ଚିତ୍ରକୋଣ୍ଡା,ଖଇରପୁଟ,ମାଥିଲି ସାତଟି ବ୍ଲକ ମାଲକାନଗିରି ପୌରାଚଂଳ ଓ ବାଲିମେଳା ବିଜ୍ଞାପିତଅଚଂଳ ପରିଷଦ ରେ ସ୍ୱତନ୍ତ୍ର ଭାବେ ପୁଲିସ,ପ୍ରଶାସନକି ଅଧିକାରୀ ମାନେ ବିଭିନ୍ନ ଛକ ସ୍ଥାନରେ ଜଗିରହି ଜାଚଂ କାର୍ଯର୍୍ୟ ଆରମ୍ଭ କରିଛନ୍ତି । ସାମଜିକ ଦୂରତା ରକ୍ଷାନକରି ମାସ୍କ ନ ପିନ୍ଧି ବଜାରଘାଟରେ ବୁଲୁଥିବା ଅମାନିଆଙ୍କ ଠାରୁ ଇତି ମଧ୍ୟରେ ୭,୮୦,୭୪୦ଟଙ୍କା ଜରିମାନା ଆଦାୟ ହୋଇସାରିଲାଣି । ବାରମ୍ବାର ତାଗିଦ କଲେ ମଧ୍ୟ ଯଦି କେହି ସାମାଜିକ ଦୂରତା ଅବଲମ୍ବନ ନ କରନ୍ତି ଓ ମାସ୍କ ନ ପିନ୍ଧନ୍ତ ିନିୟମ ଉଲଘଂନ କଲେ ଜରିମାନା ସହ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ , ଜାରଘାଟ କୁ ଆସିଲେ ମାସ୍କ ବ୍ୟବହାର କରିବାସହ ସାମଜିକ ଦୂରତା ରକ୍ଷାକରନ୍ତୁ ,ରାସ୍ତାଘାଟରେ ଛେପ ପକାନ୍ତୁ ନାହିଁ, ଛେପ ପକାଇଲେ ଜରିମାନା ଦେବାକୁ ପଡିବ,ଏହି ନିୟମ ପାଳନ କଲେ କରୋନା ସଂକ୍ରମଣଠାରୁ ସୁରକ୍ଷିତ ରହିପାରିବା ବୋଲି ଜିଲ୍ଲାପାଳ ମନୀଷଅଗ୍ରଓ୍ୟାଲ ଟୁଇଟ ମାଧ୍ୟମରେ ଜନସଚେତନତାର ବାର୍ତାଦେଇଛନ୍ତି ।








