Home ଓଡ଼ିଶା ଅଧିକ ସଂକ୍ରମିତ୧୩ଜିଲ୍ଲାବାସୀଙ୍କୁ ମାଲକାନଗିରି ଜିଲ୍ଲାକୁ ପ୍ରବେଶ ମନା,ହଟସ୍ପଟ ଅଚଂଳରୁ ଆସୁଥିବା ବ୍ୟକ୍ତି ୧୪ଦିନ କ୍ୱାରେଟଂଟାଇନ ରେ...

ଅଧିକ ସଂକ୍ରମିତ୧୩ଜିଲ୍ଲାବାସୀଙ୍କୁ ମାଲକାନଗିରି ଜିଲ୍ଲାକୁ ପ୍ରବେଶ ମନା,ହଟସ୍ପଟ ଅଚଂଳରୁ ଆସୁଥିବା ବ୍ୟକ୍ତି ୧୪ଦିନ କ୍ୱାରେଟଂଟାଇନ ରେ ରହିବାକୁ ବାଧ୍ୟ

74

ମାଲକାନଗିରି,୧୧ା୭(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନ କୁ ବୃଦ୍ଧିପାଇବାରେ ଲାଗିଛି । ବିଶେଷ କରି ବାହାର ଜିଲ୍ଲାର ଲକୋମାନଙ୍କ ପ୍ରବେଶ ଦା୍ୱରା ମାଲକାନଗିରି ଜିଲ୍ଲାରେ ଆକ୍ରାନ୍ତ ମାନଙ୍କ ସଂଖ୍ୟାଅଧିକ ହେଉଥିବାରୁ ଅଧିକ ସଂକ୍ରମିତ ହୋଇଥିବା ୧୩ଟି ଜିଲ୍ଲାର ଲୋକ ମାନଙ୍କୁ ମାଲକାନଗିରି ଜିଲ୍ଲାକୁ ପ୍ରବେଶ ବାରଣକରିଛି ଜିଲ୍ଲାପ୍ରଶାସନ । ସେହି ଜିଲ୍ଲା ଗୁଡିକ ହେଲା ଗଜାଂମ,ଖୋର୍ଦ୍ଦା(ଭୂବନେଶ୍ୱର),ନୟାଗଡ,ପୁରୀ, ଢେଙ୍କାନାଳ,ସୁନ୍ଦରଗଡ,ଗଜପତି,କେନ୍ଦ୍ରାପଡା,ଯାଜପୁର,ଜଗତସିଂହପୁର,କଟକ,ଭଦ୍ରକ,ବାଲେଶ୍ୱର । ନିହାତି ଜରୁରୀ କାମଥିଲେ କେହିବ୍ୟକ୍ତି ହଟସ୍ପଟ ଅଚଂଳରୁ ମାଲକାନଗିରି ଜିଲା୍ଲକୁ ଆସୁଥିଲେ ସେମାନଙ୍କୁ ୧୪ଦିନ ପର୍ଯ୍ୟନ୍ତ କ୍ୱାରେଟଂଟାଇନ ରେ ରହିବା ପାଇଁ ବାଧ୍ୟ ବୋଲି ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ ଟୁଇଟ ମାଧ୍ୟମରେ ସୁଚନା ଦେଇଛନ୍ତି । ଇତି ମଧ୍ୟରେ କରୋନା ସଂକ୍ରମଣ ଙ୍କ ସଂଖ୍ୟା ୧୩୪ ରେ ପହଁଚିଥିବା ବେଳେ ୧୦୧ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ଅନ୍ୟ ୩୩ଜଣ ସଂକ୍ରମିତ କୋଭିଡ ହସପିଟାଲରେ ଚିକିତ୍ସାଧିନ ଅଛନ୍ତି । କରୋନା ସଂକ୍ରମଣ ଠାରୁ ଦୂରରେ ରହିବା ପାଇଁ ସଟ୍‌ଡାଉନ୍ ନିୟମପାଳନ କରି ସହରବାସୀ ଜିଲ୍ଲାପ୍ରଶାସନକୁ ସହଯୋଗ କରି ଘରେ ରୁହନ୍ତୁ ସୁସ୍ଥ ରୁହନ୍ତୁ,ବାରମ୍ବାର ସାବୁନ କିମ୍ବା ହ୍ୟାଣ୍ଡଓ୍ୟାସରେ ହାତଧୁ୍‌ଅନ୍ତୁ,ମାସ୍କ ବ୍ୟବହାର କରିବା ସହିତ ସାମାଜିକ ଦୂରତା ବଜାୟୀ ରଖନ୍ତୁ, କୋଭିଡ୧୯ ନିୟମସହ ସରକାର ଓ ଜିଲ୍ଲାପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ନିୟମ କୁ ମାନନ୍ତୁ ବୋଲି ଜିଲ୍ଲାବାସୀଙ୍କୁ ଜିଲ୍ଲାପାଳ ଶ୍ରୀ ଅଗ୍ରଓ୍ୟାଲ ପରାମର୍ଶ ଦେଇଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.