Home ଅନୁଗୁଳ ସମ୍ପୂର୍ଣ୍ଣା ପରିବାର ପକ୍ଷରୁ ରକ୍ତଦାନ ଶିବିର

ସମ୍ପୂର୍ଣ୍ଣା ପରିବାର ପକ୍ଷରୁ ରକ୍ତଦାନ ଶିବିର

163

ତାଳଚେର,୨୩/୬(ଓଡ଼ିଆ ପୁଅ/ଅଜିତ କୁମାର ବେହେରା) : ଆଜି ପବିତ୍ର ରଥଯାତ୍ରା ଅବସରରେ ସମ୍ପୂର୍ଣ୍ଣା ପରିବାର ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ତାଳଚେର ଥର୍ମାଲ ନିକଟସ୍ଥ ଏସଏସ ହସପିଟାଲ୍ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତଦାନ ଶିବିରକୁ ତାଳଚେର ଉପଜିଲ୍ଲାପାଳ ରଜନୀକାନ୍ତ ସ୍ୱାଇଁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ତାଳଚେରର ଅତିରିକ୍ତ ତହସିଲଦାର ସଚ୍ଚିଦାନନ୍ଦ ନାୟକ,ତାଳଚେର ଥର୍ମାଲର ଜିଜିଏମ୍ ଡି.ଏନ୍‌.ତିୱାରୀ,ଏଜିଏମ୍ (ଏଚଆର) ଟପ୍ନୋ, ଏସଡିଏମଓ ତାଳଚେର ପ୍ରମୁଖ ଯୋଗ ଦେଇଥିଲେ । ମହାମାରୀ କରୋନା ସମୟରେ ତଥା ରଥଯାତ୍ରା ଭଳି ପବିତ୍ର ଦିବସରେ ଏଭଳି ରକ୍ତଦାନ ଶିବିରର ଆୟୋଜନ କରାଯାଇ ତାଳଚେର ରକ୍ତଭଣ୍ଡାରରେ ରକ୍ତ ଅଭାବକୁ ଦୂର କରିବାର ପ୍ରୟାସ କରାଯାଇଥିବାରୁ ସମ୍ପୂର୍ଣ୍ଣା ପରିବାର ନିଶ୍ଚିତ ଭାବେ ଧନ୍ୟବାଦର ପାତ୍ର ବୋଲି ଅତିଥିଗଣ ମତବ୍ୟକ୍ତ କରିଥିଲେ । ତାଳଚେର ରକ୍ତ ଭଣ୍ଡାରର ଅଧିକାରୀ, ଟେକ୍ନିସିଆନ ଏବଂ କର୍ମଚାରୀଙ୍କ ସହଯୋଗରେ ଆୟୋଜିତ ଏହି ଶିବିରରେ ମୋଟ ୩୩ ୟୁନିଟ ରକ୍ତ ସଂଗ୍ରୃହିତ ହୋଇଥିଲା । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଶିବିରରେ ମାସ୍କ ବ୍ୟବହାର ଏବଂ ସାମାଜିକ ଦୂରତ୍ୱ ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ସମ୍ପୂର୍ଣ୍ଣା ପରିବାର ପକ୍ଷରୁ ଏହାର ଉପଦେଷ୍ଟା ଡା. ସୁସ୍ମିତା ସାହୁ,ସଭାପତି ରଶ୍ମିତା ନନ୍ଦ,ସମ୍ପାଦିକା କବିତା ରଣା,ଆଇନ ଉପଦେଷ୍ଟା ବବିତା ଦାସ,କୋଷାଧ୍ୟକ୍ଷା ସେଫାଳୀ ନାୟକ,ସଦସ୍ୟା ଲୋପାମୁଦ୍ରା ମହାନ୍ତି,ଅମିତା ସାହୁ,ପ୍ରୀତି ମଞ୍ଜରୀ ଦାସ,ସୈାଭାଗିନୀ ରାଉଳ,ଏଲ.ମାଣିକ୍ୟପ୍ରଭା,ଏସ୍‌.ବେହେରାଙ୍କ ସମେତ ଏସଏସ ହସପିଟାଲର ସମସ୍ତ କର୍ମଚାରୀ ସକ୍ରିୟ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.