Home ଜିଲ୍ଲା ପରିକ୍ରମା ସଫା ହେଲା ବଡ଼ଦାଣ୍ଡ , ଗଡ଼ିଲାନି ରଥ

ସଫା ହେଲା ବଡ଼ଦାଣ୍ଡ , ଗଡ଼ିଲାନି ରଥ

273

ବାହାନଗା, ୨୩ା୬ (ଭାରତୀ ଦାସ / ଓଡ଼ିଆ ପୁଅ): କରୋନା ମହାମାରୀ ସାରା ବିଶ୍ୱକୁ କବଳିତ କରିବା ପରେ କେଉଁଠି ସଟଡାନ ତ ଲକ ଡାଉନ ହେବାରେ ଲାଗିଛି । ତାହା ସହ ସମସ୍ତ ମଠ ମନ୍ଦିର , ଧର୍ମଶାଳା ବନ୍ଦ ପଡ଼ଇଛି । ପୁରୀ ଭଳି ବିଶ୍ୱ ପ୍ରସିଦ୍ଧ ଧାମ ମଧ୍ୟ ଭକ୍ତ ଶୂନ୍ୟ ହୋଇଛି । ଏହି ମର୍ମରେ ରଥ ପାଇଁ ସୁପ୍ରିମକୋର୍ଟ ବେଆଇନ କରିବା ପରେ ପୁଣି ପିଟିସନ ଦାଏର ହୋଇ ରହିଥିଲା । ତେଣୁ ରଥ ହେବ ବୋଲି ସମସ୍ତ ବିଶ୍ୱ ଅନାଇ ବସିଥିବା ବେଳେ ରଥ କେବଳ ପୁରୀ ରେ ଗଡ଼ିବ ପୁଣି ବିନା ଭକ୍ତରେ ବୋଲି ଜଣାପଡ଼ିଥିଲା । କିନ୍ତୁ ରଥ ହେବ ବୋଲି ବଡ଼ ଦାଣ୍ଡ ସଫା ପ୍ରସ୍ତୁତରେ ଲାଗି ପଡ଼ିଥିଲେ ବହୁ ଅନୁଷ୍ଠାନ ମାନେ । ଏଭଳି ଏକ ଚିତ୍ର ଦେଖିବାକୁ ମିଳିଥିଲା ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଳକ ଗୋପାଳପୁର ଠାରେ । ରଥ ଯାତ୍ରା ପ୍ରସ୍ତୁତ ପାଇଁ ଗୋପାଳପୁର ସ୍ୱଚ୍ଛ ଭାରତ ଅଭିଯାନ ପକ୍ଷରୁ ବଡ଼ ଦାଣ୍ଡକୁ ସଫା କରିବା ପାଇଁ ଆବାହକ ସୂଦର୍ଶନ ମହାପାତ୍ରଙ୍କ ଆବାହନ କ୍ରମେ ବହୁ ସଦସ୍ୟ ଯୋଗ ଦେଇ ସଫେଇ କରିଥିଲେ । ଏଭଳିକି ନୂଆକରି ରାସ୍ତା କାମ ହୋଇ ଥିବା ରାସ୍ତାରେ ନଡ଼ା ବିଛା ହୋଇ ଥିଲା । କିନ୍ତୁ ଠିକାଦାର ତାକୁ ନ ଉଠାଇବାରୁ ସୁରକ୍ଷା ଦୃଷ୍ଟିରୁ ତାହାକୁ ମଧ୍ୟ ସଫେଇ କରିଥିଲେ ସ୍ୱଚ୍ଛ ଭାରତ ଅଭିଯାନ ସଦସ୍ୟ । କିନ୍ତୁ ରଥ ବଡ଼ଦାଣ୍ଡରେ ଗଡ଼ି ନଥିଲା । ବିନା ଭକ୍ତରେ ମନ୍ଦିର ନିକଟରେ ଅସ୍ଥାୟୀ ଟେଣ୍ଟରେ ଚତୁର୍ଦ୍ଧା ମୁରତୀ ନୀତିକାନ୍ତି ଅନୁସାରେ ପୂଜା ପାଇଥିବାର ଦେଖା ଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.