Home ଓଡ଼ିଶା ଶ୍ରୀଜୀୟୁ ଅଣସର ଘରେ,ରଥନିର୍ମାଣ କାମଶେଷ, କରୋନା ପାଇଁ ଘୋଷ ଯାତ୍ରା ହେବା ନେଇ ଅନିଶ୍ଚତତା

ଶ୍ରୀଜୀୟୁ ଅଣସର ଘରେ,ରଥନିର୍ମାଣ କାମଶେଷ, କରୋନା ପାଇଁ ଘୋଷ ଯାତ୍ରା ହେବା ନେଇ ଅନିଶ୍ଚତତା

96

ମାଲକାନଗିରି,୧୭ା୬(ଓଡିଆ ପୁଅ )ମାଲକାନଗିରି ଜିଲ୍ଲା ସଦର ମହକୁମାଠାରେ ଇତି ମଧ୍ୟରେ ରଥନିର୍ମାଣ କାମ ସରି ଯାଇଛି । କରୋନା ପାଇଁ ଘୋଷ ଯାତ୍ରା ହେବକି ନହିଁ ଅନିଶ୍ଚତତା ମଧ୍ୟରେ ରହିଛି ।ଦେବସ୍ନାନ ପୁଣ୍ଣ ର୍ମା ଶେଷ ହେବାପରେ ଚତୁର୍ଦ୍ଦାମୂର୍ତି ଙ୍କୁ ଜ୍ୱର ହେବାରୁ ସେମାନଙ୍କୁ ଅଣସର ଘରେ ରଖା ଯାଇ ବୈଦମାନେ ଚିକିତ୍ସା ଆରମ୍ଭ କରିଦେଇଛନ୍ତି । ଶ୍ରୀଜୀୟୁ ରତ୍ନାସିଂହାସନ ଛାଡି ଅଣସର ଘରେ ଦୀର୍ଘ୧୫ଦିନ ଧରି ରହିବାରୁ ସେମାନଙ୍କ ଘୋଷ ଯାତ୍ରା ପାଇଁ ମହାରଣା ମାନେ ପୁରଣା ରଥକୁ ମରାମତ କରିବା ଆରମ୍ଭ କରିଦେଇଛନ୍ତି । ଘୋଷ ଯାତ୍ରା ଆଉଅଳ୍ପଦିନ ଥିବାରୁ ମାଲକାନଗିରି ଜିଲ୍ଲା ସଦର ମହକୁମା ଜଗନ୍ନାଥଙ୍କ ମନ୍ଦିରର ରଥ ନିର୍ମାଣ କାମ ଶେଷ ପର୍ଯ୍ୟାୟ ରେ ପହଁଚିଯାଇଛି । ଚଳିତ ବର୍ଷ ରଥରେ ଅଖ,ଉପର ବିମ ବଦଳାଯାଇ ନୁଆ ଲଗାହୋଇଛି । ଏହାବ୍ୟତିତ ରଥର ଟାହିଆ,ବାଢା, ନାଇକାଖମ୍ବ,ଉପର ଛପର କାମ ସହ ଅନ୍ୟାନ କାମ ସରିଯାଇଛି । ମାଲକାନଗିରି ତହସିଲଦାର ଗୁଣିଧି ନାୟକ ଙ୍କ ନିର୍ଦ୍ଦେଶ କ୍ରମେ ଏହି ରଥନାର୍ମାଣ କାମରେ ମୁଖ୍ୟ ବିନ୍ଧାଣି ଲକ୍ଷମ୍‌ଣ ମହାରଣା, ଖଲିମହାରଣା,ରତ୍ନାକର ମହାରଣା,ବାବୁଲି ମହାରଣା,ଦିନବନ୍ଧୁ ପାଟି,ତ୍ରୀନାଥ ରାଜୁ ,ଗୋପାଳମହାରଣା,ବଗଲି ଭୁମିୟା ଙ୍କ ସହିତ ଅନ୍ୟାନ ବଢେଇ ମାନେ ରଥନର୍ମାଣ କାମରେ ଲାଗିପଡିଥିଲେ । ଚଳିତ ବର୍ଷ ସମଗ୍ର ବିଶ୍ୱରେ ମହାମାରି କରୋନା ବ୍ୟାପିଥିବାରୁ ଲକଡାଉନ ପରିସ୍ଥିତି ପାଇଁ ଘୋଷ ଯାତ୍ରା ରେ ରଥ ଟଣା ହେବକି ନାହିଁ ତାହା ଅନିଶ୍ଚତତା ମଧ୍ୟରେ ରହିଛି ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.