ଜଗତସିଂପୁର-୨୯/୫(ଓଡିଆ ପୁଅ/ନୃସିଂହ ଚରଣ ବାରିକ)-ଆଜି ଜଗତସିଂହପୁର ଜିଲ୍ଲାରେ ୧୧ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ କିମସ୍ ହସପିଟାଲ୍ ରୁ ୨୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଜିଲ୍ଲାରେ ପୂର୍ବରୁ ପାଞ୍ଚ ଜଣ ଆଜି ତେଇଶି ଜଣ କରୋନା ରୋଗୀ ସୁସ୍ଥ ହୋଇ ଫେରିବା ଆମ ପାଇଁ ଏହା ଏକ ଖୁସିର ଖବର ବୋଲି କହିଛନ୍ତି ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର।
୨୪, ୨୫ ଓ ୨୬ ତାରିଖ ପରୀକ୍ଷଣ ପାଇଁ ପଠାଯାଇଥିବା ସ୍ବାବ୍ ରୁ ପହଞ୍ଚିଥିବା ଟେଷ୍ଟ ରିପୋର୍ଟରେ ଏଗାରଜଣ ପଜିଟିଭ ଥିବା ଜଣାପଡିଛି। ସେଥିମଧ୍ୟରୁ ତିର୍ତ୍ତୋଲରୁ ଚାରି, ଏରସମାରୁ ଚାରି, ବାଲିକୁଦାରୁ ଏକ ଏବଂ କୁଜଙ୍ଗ ଅଞ୍ଚଳରୁ ଦୁଇ କରୋନା ରୋଗୀ ବାହରିଛନ୍ତି।
ସମସ୍ତ ଆକ୍ରାନ୍ତଙ୍କୁ ଚିକିତ୍ସା ପାଇଁ କିମସ୍ କୋଭିଡ-୧୯ ହସପିଟାଲକୁ ପଠାଇ ଦିଆଯିବାର ବ୍ୟବସ୍ଥା ଜିଲ୍ଲା ପ୍ରଶାସନ କରିଥିଲା। ଆଜିର ଏଗାର ଜଣ ଆକ୍ରାନ୍ତଙ୍କୁ ମିଶାଇ ଜଗତସିଂପୁର ଜିଲ୍ଲାରେ କରୋନା ରୋଗୀଙ୍କ ସଂଖ୍ୟା ଷାଠିଏରେ ପହଞ୍ଚିଲା। ସେଥିମଧ୍ୟରୁ ୨୮ ସୁସ୍ଥ ହୋଇ ପାରିଥିବା ବେଳେ ୩୨ ଜଣ ଏବେ ସକ୍ରିୟ ଅଛନ୍ତି।
Home Coronavirus Outbreak ଜଗତସିଂହପୁର ଜିଲ୍ଲାରେ ଏଗାର କରୋନା ରୋଗୀ ଚିହ୍ନଟ – ଆଜି ସୁସ୍ଥ ହୋଇ ଫେରିଲେ ତେଇଶି...