Home ଓଡ଼ିଶା ପ୍ରବାସୀ ଶ୍ରମିକ

ପ୍ରବାସୀ ଶ୍ରମିକ

346

ସୁଚରୀତା ପାତ୍ର
ରୀମା ସବୁବେଳେ ସକାଳୁ ଶୀଘ୍ର ଉଠେ। ସେଇଦିନ ସେ ସକାଳୁ ସକାଳୁ ଉଠିବା ମାତ୍ରେ ଦେଖିଲା ମାଆ ସବୁ ପୋଷାକ ପତ୍ର ସଜାଡି ଦସ୍ତା ବାକ୍ସରେ ରଖୁଛନ୍ତି। ରୀମାକୁ ଉଠିବା ଦେଖି ମାଆ କହିଲେ ଆରେ ରୀମା ଜଲଦି ଯାଇ ତୋର କାମଦାମ ସାର। ଆମେ ଘରକୁ ଯାଉଛେ ପରା। ରୀମା ଆଖି ମଳିମଳି ଉଠିଲା। ତାର ନିତିଦିନର କାମ ସାରୀଲା। ଆମେ ତ ଯେତେବେଳେ ଘରକୁ ଯାଉ ମାଆ ଏମିତି ତରତର ହୁଏନି। ଆଜି ଏତେ ବ୍ୟଗ୍ର କ’ଣ ପାଇଁ। ରୀମାର ବାପା ଶ୍ୱାସ ରୋଗୀ। ରୀମା ତାଙ୍କୁ ଔଷଧ ଆଉ ଖାଇବାକୁ ଦେଇ ଘରକୁ ଯିବାକୁ ପ୍ରସ୍ତୁତ କଲା। ମାଆ ଘରୁ ବାହାରିବା ପରେ ଘର ମାଲିକକୁ ଚାବି ଦେଇ କହୁଥାଏ ଆଜ୍ଞା ଆମେ ଘରକୁ ଯାଉଛୁ। ଆଉ ଫେରିବୁନି।

ଏହି ପଦୁଟିଏ କଥା ଶୁଣି ରୀମା ଘାବରେଇ ପଡିଲା। ବାଟସାରା ନିଜ ଲୁହକୁ ଚାପି ଚୁପ୍‌ଚାପ୍ ଆସୁଥାଏ। ମନେ ମନେ ନିଜ କୋହ ଲୁଚାଇ ଭାବୁଥାଏ ସତରେ କ’ଣ ଆମେ ଘର ଛାଡି ସବୁଦିନ ପାଇଁ ଚାଲିଯାଉଛେ। ମୋ ସ୍କୁଲ୍‌, ମୋ ସାଙ୍ଗ। ବାଟରେ ଚାଲିଚାଲି ଆସିବାବେଳେ ସେ ସେଇ ନିରବ ନିଶ୍ଚିନ ଅଟ୍ଟାଳିକାମାନଙ୍କୁ ଦେଖୁଥାଏ। ଯେଉଁମାନେ ତା’ପରି କୋହ ଚାପି ତା’କୁ ବିଦାୟ ଦେଉଥାନ୍ତି। ମାଆ ରୀମାର ସେଇ ଛଳଛଳ ଆଖିର ଲୁହ ବୁଝିପାରୁଛନ୍ତି। ମାତ୍ର ସେଥିରେ ଧ୍ୟାନ ନଦେଇ ଚୁପ୍‌ଚାପ୍ ଚାଲୁଛନ୍ତି। ଚାଲିଚାଲି ସେମାନେ ପହଞ୍ଚିଲେ ରେଳଷ୍ଟେସନ୍‌ରେ। ରେଳଷ୍ଟେସନ୍ ବହୁତ ଲୋକାରଣ୍ୟ ହୋଇଥାଏ। ଟ୍ରେନ୍ ଛାଡିବା ସମୟ ଜାଣି ସମସ୍ତେ ଟ୍ରେନ୍‌କୁ ଉଠିଲେ। ଟ୍ରେନ୍‌ରେ ସିଟ୍ ଠାରୁ ଅଧିକ ଲୋକ ଯାତାୟାତ କରୁଥାନ୍ତି। ମାତ୍ର ସମସ୍ତେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବାକୁ ଏତେ ବ୍ୟଗ୍ର ଯେ ସମସ୍ତେ ମିଳିମିଶି ବରାବର ଭାବେ ସିଟ୍‌ରେ ବସିଥାନ୍ତି। କାହାର କିଛି ଅସୁବିଧା ହେଉନଥାଏ। ଟ୍ରେନ୍ ଛାଡିବାର ଭୀଷଣ ଗର୍ଜନ ଶୁଭାଗଲା। ଟ୍ରେନ୍ ଛାଡିବା ସମୟରେ ରୀମା ଝରକା ପାଖ ସିଟ୍‌ରେ ବସି ବାହାରକୁ ଦେଖୁଥାଏ। ବାଟରେ ପଡୁଥିବା ସବୁ ଗଛ, ପତ୍ର, ନଦୀ, ପାହାଡ ସହର ସମସ୍ତେ ତା’ ବିପରୀତ ଦିଗରେ ଧାଇଁ ତାକୁ ବିଦାୟ ଦେଉଥାନ୍ତି। ବାପା ରୀମାର କୋହକୁ ଜାଣିପାରୀ ରୀମାର ମୁଣ୍ଡ ଆଉଁସି ଦେଲେ। ରୀମା ବାପାକୁ ଛଳଛଳ ଆଖିରେ ଦେଖି କହିଲା। ବାପା ଆମେ ସବୁଦିନ ପାଇଁ ଘର ଛାଡି କ’ଣ ପାଇଁ ନିଜ ଘରକୁ ଯାଉଛେ। ତୁମେ ତ କୁହନା ଏଇଟା ଆମ ଘର। ମୁଁ ଏଇଠି ହିଁ ଛୋଟରୁ ବଡ଼ ହୋଇଛି। ତାହାଲେ ଆମେ ସୁବୁଦିନ ପାଇଁ ଛାଡିକି କ’ଣ ପାଇଁ ଯାଉଛେ। ବାପା କହିଲେ, ଝିଅ ଏବେ ଏକା ଅଜଣା ବିପତ୍ତି ଆମ ଉପରକୁ ମାଡ଼ି ଆସିଛି। ସାମାନ୍ୟ ଭୂତାଣୁଟିଏ ସାରାବିଶ୍ୱକୁ ଭୀତତ୍ରସ୍ତ କରୀଦେଇଛି। ସରକାରଙ୍କ କହିବା ଅନୁସାରେ ସମସ୍ତେ ଏବେ ଲକ୍‌ଡାଉନ୍‌ରେ ଘରେ ବନ୍ଦୀ ଜୀବନ କାଟୁଛନ୍ତି। ସବୁ କଳକାରଖାନା, ଶିଳ୍ପ, ବାଣିଜ୍ୟ ବ୍ୟବସାୟ ସବୁ ବନ୍ଦ ହୋଇଯାଇଛି। ଏବେ କାମ ନପାଇ ମୁଁ ତମମାନଙ୍କ ମୁହଁରେ ଗଣ୍ଡେ ଆହାର ଦେଇପାରୁନି। ଆମେ ଗାଁ ଘରକୁ ଗଲେ ସେଇଠି ଚାଷବାସ କରି ଜୀବିକା ନିର୍ବାହ କରିବା। ରୀମା କହିଲା ବାପା ମୁଁ ଏଇଠି ଜନ୍ମ ହେଇଛି ଆଉ ଏହି ସ୍କୁଲରେ ପଢି ଛୋଟରୁ ବଡଟେ ହୋଇଛି। ମୁଁ ଏହି ସହର ଘରେ ଜନ୍ମ ହେଇଛି ବୋଲି ତମେ ଏହାକୁ ମୋର ଷଠୀଘର ବୋଲି କୁହ। ସେହି ଘରେ ମୁଁ ବହୁତ ପଡ଼ି ଉଠି ବଡ ହୋଇଛି। ମୋ ଛୋଟବେଳର ସବୁ ଜିନିଷକୁ ତମେ ବୋଉକୁ ସାଇତି ରଖିବାକୁ କୁହ। ବାପା ରୀମାର କୁନି କୁନି କଥାକୁ ଆଗ୍ରହର ସହ ଶୁଣୁଥିଲେ। ତା’ପରେ କହିଲେ, ମାଆ, ତୋର ଯେମିତି ସେହି ଘରର ସ୍ମୃତି ଅଭୁଲା ସେହିପରୀ ମୋ ଗାଁ ଘରର ସ୍ମୃତି ଚୀର ଅଭୁଲା। ଖୋଇବା ଉଠିବା ମାତ୍ରେ ମୋ ଘର, ମାଟିଧୂଳି ରାସ୍ତା, ଗାଁ ପଡିଆ, ତୋଟାବାଣ, ମା ହାତରନ୍ଧା ସବୁ ମନେପଡେ। ବୟସ ବଢିବାରୁ କାମ ନପାଇ ମୁଁ ସୁରଟ୍ ଚାଲି ଆସିଥିଲି। ତୋ ମାଆକୁ ନେଇ ତା’ପରେ ବର୍ଷକରେ ଥରେ କିମ୍ବା ଛଅ ମାସରେ ଥରେ ଯାଇ ଘରେ ବୁଲିଆସେ। ମାତ୍ର ତୁ ଜନ୍ମ ହେବା ପରେ ବର୍ଷକୁ ଥରେ ଯିବାକୁ ପଡୁଛି। ଏହି ବିପତ୍ତି ସମୟରେ ସେହି ଜନ୍ମଭୂମି ଗାଁ ହିଁ ମୋର ଭରସା। ଦାଦନ ଖଟି ପାରିବିନି ସିନା ଚାଷ କାମ କରି ପେଟ ପୋଷିବି। ତୋର ସେହି ଗାଁ ସ୍କୁଲ୍‌ରେ ନାଆଁ ଲେଖେଇ ଦେବି। ଧିରେ ଧିରେ ସେହି ତୋର ବହୁତ ସାଙ୍ଗ ହୋଇଯିବେ। ଗାଁ ର ମାଟି ଧୂଳି, ପାଣି, ପବନ ମୋର ଏହି ବିପଦ ସମୟରେ ମୋତେ ଓ ମୋ ପରୀବାରକୁ କୋଳେଇ ନବନି। ସେଥିପାଇଁ କବି କହନ୍ତି।

“ବୈକୁଣ୍ଠ ସମାନ ଆହା ଅଟେ ସେହି ଘର ପରସ୍ପର ସ୍ନେହ ଥାଏ ଯହିଁ ନିରନ୍ତର।

ସାମ୍ବାଦିକା ଛାତ୍ରୀ, ପୁରୀ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.