Home କେନ୍ଦ୍ରାପଡ଼ା ଜିଲ୍ଲାର ୨ଟି ହାଇସ୍କୁଲରେ ମାଟ୍ରିକ ପରୀକ୍ଷା ଖାତାସେଖା ଆରମ୍ଭ

ଜିଲ୍ଲାର ୨ଟି ହାଇସ୍କୁଲରେ ମାଟ୍ରିକ ପରୀକ୍ଷା ଖାତାସେଖା ଆରମ୍ଭ

220

କେନ୍ଦ୍ରାପଡ଼ା ୨୬/୫(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – ଜିଲ୍ଲାର ୨ଟି ହାଇସ୍କୁଲରେ ମାଟ୍ରିକ ପରୀକ୍ଷା ଖାତାଦେଖା ଆଜି ଠାରୁ ଆରମ୍ଭ ହୋଇଛି। କେନ୍ଦ୍ରାପଡା ବାଳିକା ଉଚ୍ଚ ବିଦ୍ୟାଳୟ ଏବଂ ପଟ୍ଟାମୁଣ୍ଡାଇ ବ୍ଳକର କଷଣଅଂଟା ପଂଚାୟତ ହାଇସ୍କୁଲରେ ମାଟ୍ରିକ ପରୀକ୍ଷା ଖାତା ଦେଖା ଆଜି ଠାରୁ ଆରମ୍ଭ ହୋଇଛି। ଉଭୟ ମାଟ୍ରିକ ଖାତା ମୁଲ୍ୟାୟନ କେନ୍ଦ୍ରରେ ଖାତା ଦେଖିବାକୁ ଆସିଥିବା ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କୁ କେନ୍ଦ୍ର ବାହାରେ ସେମାନଙ୍କ ଶରୀରର ତାପମାତ୍ରା ପରୀକ୍ଷା କରାଯିବା ପରେ କେନ୍ଦ୍ର ଭିତରକୁ ଛଡା ଯାଉଛି। ଭିତରେ ପଶିବା ପରେ ହ୍ୟାଣ୍ଡ ସାନିଟାଇଜରରେ ହାତସଫା କରି ପରୀକ୍ଷା ଖାତା ମୁଲ୍ୟାୟନ ଗୃହ ଭିତରକୁ ପ୍ରବେଶ କରିବେ। ପ୍ରତ୍ୟେକ ପରୀକ୍ଷା ଖାତା ମୂଲ୍ୟାୟନ କେନ୍ଦ୍ରରେ ୨ଶହକରି ଶିକ୍ଷକ/ଶିକ୍ଷୟତ୍ରୀ ଖାତା ଦେଖିବାର ବ୍ୟବସ୍ଥା କରାଯାଇଛି। ପରୀକ୍ଷା ଖାତା ମୂଲ୍ୟାୟନ କେନ୍ଦ୍ରର ପ୍ରତ୍ୟେକ ଗୃହରେ ଜଣେ ମୁଖ୍ୟ, ୨ଜଣ ଉପମୁଖ୍ୟ, ୨ଜଣ ସ୍କୁଟିନାଇଜର ଓ ୨୦ଜଣ ସହକାରୀ ମୁଲ୍ୟାୟନକାରୀ ୬ଫୁଟ ଦ୍ୱରତାରେ ବସି ଖାତା ଦେଖିବାର ବ୍ୟବସ୍ଥା କରାଯାଇଛି। ପୂର୍ବାହ୍ନ ୯ଘଂଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଏହି ମାଟ୍ରିକ ପରୀକ୍ଷା ଖାତାଦେଖା ଚାଲିବ। ଏହି ସମୟ ମଧ୍ୟରେ କୈାଣସି ମୂଲ୍ୟାୟନକାରୀ କେନ୍ଦ୍ର ବାହାରକୁ ଯାଇପାରିବେ ନାହିଁ ବୋଲି ବୋର୍ଡର ନିର୍ଦେଶ ରହିଛି। ଅପରାହ୍ନ ୩ଟା ପରେ ସମସ୍ତ ମୂଲ୍ୟାୟନକାରୀ କେନ୍ଦ୍ରରେ ଖାତା ଗୁଡିକ ହସ୍ତାନ୍ତର କରି ଘରକୁ ଫେରିବେ। ଆଜି ମାଟ୍ରିକ ପରୀକ୍ଷାର ଗଣିତ, ଇଂରାଜୀ, ଇତିହାସ ଓ ଭୂଗୋଳ ବିଷୟର ୮ଟି ୟୁନିଟର ଖାତା ଦେଖାଯିବାର ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ ଖାତାଦେଖା ଗୃହ ବାହାରେ ବାଲଟିରେ ପାଣି ଓ ସାବୁନ ହାତ ସଫାକରିବାକୁ ରଖାଯାଇଥିବା ବେଳେ ହ୍ୟାଣ୍ଡ ସାନିଟାଇଜର ମଧ୍ୟ ଯୋଗାଇ ଦିଆଯାଇଛି ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ସଞ୍ଜୀବ କୁମାର ସିଂ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.