ମାଲକାନଗିରି,୨୨ା୫ (ଓଡିଆ ପୁଅ )ମାଲକାନଗିରି ଜିଲ୍ଲାକଂଗ୍ରେସ ଦଳ ପକ୍ଷରୁ ଜିଲ୍ଲାକଂଗ୍ରେସ କାର୍ଯ୍ୟାଳୟ ପରିସରରେ ଭାରତ ରତ୍ନ ସ୍ୱର୍ଗତ ରାଜୀବ ଗନ୍ଧୀଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇ ଯାଇଛି । କରୋନା ପାଇଁ ଜନଗହଳି ନକରି ନିରାଡମ୍ବର ରେ ସାମିଜକ ଦୂରତା ରକ୍ଷାକରି ମୁହଁରେ ମାସ୍କ ପିନ୍ଧି ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ୱଳନକରି ତାଙ୍କ ସ୍ମୃତିଚାରଣ କରାଯାଇଥିଲା । ଏହି ଶ୍ରାଦ୍ଧ ଦିବସ ଅବସରରେ ଜିଲ୍ଲାକଂଗ୍ରେସ ସଭାପତି ଗୋବିନ୍ଦ ପାତ୍ର,ପୁବ ର୍ତନ ବିଧାୟକ ନିମାଇ ଚନ୍ଦ୍ର ସରକାର,କଂଗ୍ରେସ କାର୍ଯକାରି ସଭାପତି ରାମ ପ୍ରସାଦ ପଟନାୟକ,କଂଗ୍ରେସ ନେତା ଜି.ଶ୍ରୀନିବାସ ରାଓ(ଚିଟିବାବୁ),ପର୍ଶୁରାମ ଭକ୍ତ,ପି.କେଶୁରାଓ,ପଦ୍ମପାଙ୍ଗି,ଲକ୍ଷ୍ମୀ ନାରାୟଣ ମହାରଣା,ମେଟା ବାଘ,ପ୍ରମୁଖ କଂଗ୍ରେସ କର୍ମୀ ମାନେ ଉପସ୍ଥିତ ରହି ସ୍ୱର୍ଗତ ଗାନ୍ଧୀଙ୍କ ବହୁମୁଖି ପ୍ରତିଭା ସଂପର୍କରେ ଆଲୋଚନା କରିବା ସହିତ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାପାଇଁ କହିଥିଲେ ।