Home ଓଡ଼ିଶା ଦୃଗମ ଅପହଁଚ ଗ୍ରାମର ଗରିବ ଅସହାୟଙ୍କୁ ସହାୟତାର ହାତବଢାଇଲେ ଆଦିବାସୀ କର୍ମାଚାରୀ ସଂଘ

ଦୃଗମ ଅପହଁଚ ଗ୍ରାମର ଗରିବ ଅସହାୟଙ୍କୁ ସହାୟତାର ହାତବଢାଇଲେ ଆଦିବାସୀ କର୍ମାଚାରୀ ସଂଘ

131

ମାଲକାନଗିରି,୨୨ା୫ (ଓଡିଆ ପୁଅ ) ସମଗ୍ର ବିଶ୍ୱ କରୋନା ମହାମାରି ପ୍ରଭାବରେ ପଡିଥିବା ବେଳେ ଲକଡାଉନ ପାଇଁ ଗାଁଗହଳରେ ରହୁଥିବା ଖଟିଖିଆ,କୁଲିମଜୂରୀୟା ମାନେ କାମଧନ୍ଧା କିଛି ନପାଇ ବହୁତ ଦୟନୀୟ ଅବସ୍ଥା ରେ ରହିଛନ୍ତି । ଏହି ସବୁଘଟଣା କୁ ଦେଖି ମାଲକାନଗିରି ଜିଲ୍ଲା ଆଦିବାସୀ କର୍ମଚାରୀ ସଂଘ ପକ୍ଷରୁ ଦୁର୍ଗମ ଅପହଁଚ ଇଲାକାରେ ରହୁଥିବା ଗରିବ ଅସହାୟ ଗ୍ରାମବାସୀ ମାନଙ୍କୁ ସହାୟତାର ହାତବଢାଇ ମାନବିକତା ଦେଖାଇଛନ୍ତି । ମାଲକାନଗିରି ଜିଲ୍ଲା ଚିତ୍ରାଙ୍ଗପାଲି ପଚାଂୟତର ଦୁର୍ଗମ ଅପହଁଚ ଆଦିବାସୀ ଅଧ୍ୟୁଷିତ ଗ୍ରାମ ଇନ୍ତାରାଗୁଡା,ଗୁମୁକାଗୁଡା, ପେରୁବାଇ,ମାଙ୍ଗଗୁଡା ଓ ବଦଲି ପଚାଂୟତର କୁମ୍ବିଗୁଡା,ସେରପାଲି ପଚାଂୟତ ମାଟିଗୁଡା,ଟାଙ୍ଗିଣିତଙ୍ଗ,ବୁଲବାଗୁଡା, ପଦରପଡା ଆଦି ଗ୍ରାମରେ ର ବିଧବା, ଭିନ୍ନକ୍ଷମ,ରୁଗ୍‌ଣ,ବୃ୍‌ଦ୍ଧ, ବୃଦ୍ଧା ଓ ଅସହାୟ ଗରିବ ଲୋକଙ୍କୁ ଚୁଡା,ଚିନି,ମାଣ୍ଡିଆ,ମିଲମେକର,ଡାଲି, ସାବୁନ,ସର୍ଫ,ମାସ୍କ ଆଦି ରିଲିଫ ସାମଗ୍ରୀ ଯୋଗାଇ ଦେବାସହିତ କରୋନା ମହାମାରିଠାରୁ ଦୂରରେ ରହିବା ପାଇଁ ବାରମ୍ବାର ସାବୁନରେ ହାତଧୋଇବା,ମୁହଁରେ ମାସ୍କ ଲଗାଇବା, ଜନଗହଳି ନ କରି ସାମାଜିକ ଦୂରତା ବଜାଇ ରଖିବା ଆଦି ଜନସଚେତନତା ବାର୍ତା ଦେଇଛନ୍ତି । ସେରପାଲି ପଚାଂୟତ ଟାଙ୍ଗିଣିତଙ୍ଗ ଗ୍ରାମର ଦୁଇଜଣ ଦାଦନ ଶ୍ରମିକ ଗତ କିଛି ଦିନତଳେ ନିଜଘରକୁ ଫେରୁଥିବା ସମୟରେ ରାସ୍ତାରେ ସେମାନଙ୍କର ମୃତ୍ୟ ଘଟିଥିଲା , ଏହି ଅସହାୟ ପରିବାରଙ୍କୁ ଆଦିବାସୀ କର୍ମଚାରୀ ସଂଘର କର୍ମାକର୍ତାମାନେ ଭେଟି ଆଶ୍ୱାସନା ଦେଇ ସମବେଦନା ଜଣାଇ କିଛି ଅର୍ଥ ରାଶି ସହିତ ଖାଦ୍ୟସାମଗ୍ରୀ ପ୍ରଦାନ କରିଥିଲେ । ରିଲିଫ ସାମଗ୍ରୀ ବଟଂନ ଓ କରୋନା ଜନସଚେତନତା କାର୍ଯ୍ୟକ୍ରମରେ ଜିଲ୍ଲାଆଦିବାସୀ କର୍ମଚାରୀ ସଂଘର ସଭାପତି ମାଡା ମାଡକାମୀ,ସାଂଗଠାନିକ ସମ୍ପାଦକ ଆନନ୍ଦ ମାଢି,କୋଷାଧ୍ୟକ୍ଷ ବାବୁଲା ହାଂସଦା,କାର୍ଯ୍ୟକାରୀ ସଦସ୍ୟ ରଘୁନାଥ ନାୟକ,ଗଙ୍ଗାଧର ମାଡକାମି,କୋୟା ସମାଜ ସଭାପତି କୃଷ୍ଣବୁରୁଦା,ଅର୍ଜୁନପଡିଆମି,ବଳରାମ କିର୍ଷାନୀ,ପ୍ରମୋଦ ମାଡକାମି,ଜୟ ମାଡକାମୀ, ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.