ଯାଜପୁର ୨୧ା୫(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଆସନ୍ତା କାଲି ରାଜ୍ୟରେ ପୁର ପଲ୍ଲୀ ରେ ସଧବା ସ୍ତ୍ରୀ ଟିଏ ନିଜ ସ୍ୱାମୀଙ୍କ ପାଇଁ ପାଳନ କରିବ ସାବିତ୍ରୀ ବ୍ରତ।ଯାଜପୁରର ଅଧିଷ୍ଟାତ୍ରୀ ମା’ ବିରଜା ମନ୍ଦିରରେ ଏହି ବ୍ରତ ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମକୁ ପାଇଁ ପ୍ରଶାସନ ପକ୍ଷରୁ ବିରଜାଙ୍କ ମନ୍ଦିର ପରିସରରେ ୧୪୪ ଧାରା ଲାଗୁ କରାଯାଇଛି। କରୋନା ମହାମାରୀ ସମୟରେ ସାମାଜିକ ଦୂରତ୍ୱ ଯେଭଳି ବ୍ୟାଘାତ ନ ହେବ ତାହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ୧୪୪ ଧାରା ଲାଗୁ କରାଯାଇଥିବା ଯାଜପୁର ଉପ ଜିଲ୍ଲାପାଳ ତଥା ମନ୍ଦିର ଟ୍ରଷ୍ଟି ନାରାୟଣ ଚନ୍ଦ୍ର ଧଳ ମନ୍ଦିର ଓ ଏହାର ଚତୁଃପାର୍ଶ୍ବରେ ୧୪୪ ଜାରି କରିଥିବା ସୂଚନା ଦେଇଛନ୍ତି। ମାର୍ଚ୍ଚ ୨୪ରେ ଆରମ୍ଭ ହୋଇଥିବା ଲକଡାଉନରେ ଧାର୍ମିକ ପୀଠରେ ଭକ୍ତଙ୍କ ସମାଗମ ଉପରେ ସରକାରଙ୍କ ପକ୍ଷରୁ କଟକଣା ଜାରି କରାଯାଇଥିଲା।ଏହାକୁ ଉଲ୍ଲଙ୍ଘନ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।






