Home ଓଡ଼ିଶା ମାଲକାନଗିରି ଜିଲ୍ଲାରେ ଲୁଣ ଓ ମେଗିର କଳାବଜାର,ଲୁଣ କେଜି୩୦ଟଙ୍କା

ମାଲକାନଗିରି ଜିଲ୍ଲାରେ ଲୁଣ ଓ ମେଗିର କଳାବଜାର,ଲୁଣ କେଜି୩୦ଟଙ୍କା

133

ମାଲକାନଗିରି,୨୧ା୫ (ଓଡିଆ ପୁଅ )  ଲୁଣ ବିନା କୌଣସି ଜିନିଷ ପାଟିକୁ ସ୍ୱାଦ ଲାଗେନାହିଁ,ତରକାରୀ ନ ହେଲେ ମଧ୍ୟ ଗରିବ ଲୋକ ଲୁଣ ଲଙ୍କା ଲଗାଇ ପଖାଳ ଭାତ କିମ୍ବା ମାଣ୍ଡିଆ ଜାଉ ଖାଇ ଦେଇପାରିବେ ,ସେହି ଲୁଣର ମୂଲ୍ୟ ବୃଦ୍ଧି କରି କିଛି ଅସାଧୁବ୍ୟବସାୟୀ ଲୁଣ ଆଉ ମିଳିବ ନାହିଁ କହି ଗ୍ରାହକମାନଙ୍କୁ ଚଢାଦରରେ ଲୁଣ ବିକ୍ରି କରି ବେସଲାଭବାନ ହେଉଥିବା ବେଳେ ବିଚରା ଗ୍ରାହକ ମାନେ ଶୋଷଣର ଶିକାର ହେଉଛନ୍ତି । ସମଗ୍ର ବିଶ୍ୱ କରୋନା ମହାମାରିର ସଂକ୍ରମଣର ଭୟରେ ଆତଙ୍କିତ ଅବସ୍ଥାରେ ଥିବା ବେଳେ ଲକଡାଉନ ର ଆଳ ଦେଖାଇ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର କିଛି ଲାଭଖୋର ବ୍ୟବସାୟୀ ଅତ୍ୟାବଶ୍ୟକୀୟ ସାମଗ୍ରୀ ଗୁଡିକର ଆକାଶ ଛୁଆଁ ଦର ବୃଦ୍ଧିଘଟାଇଛନ୍ତି । ବିଶେଷ କରି ଗତ ତିନିଦିନ ହେଲା ଲୁୂଣ ଓ ମେଗି ନୁଡଲ୍ସ ର କଳାବଜାର ହେବାର ଦେଖିବାକୁ ମିଳିଛି । ଗରିବ ଲୋକଙ୍କୁ ଚାଉଳ କେଜି ୧ଟଙ୍କାରେ ମିଳୁଥିବା ବେଳେ ସେମାନେ ଲୁଣ କେଜ ୩୦ଟଙ୍କାରେ କିଣୁଛନ୍ତି ।ଠିକ ସେହି ପରି ମେଗି ନୁଡୁଲ୍ସ ମୂଲ୍ୟ ୫ଟଙ୍କା ପ୍ୟାକେଟରେ ଲେଖା ଯାଇଥିବାବେଳେ ଗ୍ରାହକ ମାନେ ୬ଟଙ୍କା ରୁ ୭ଟଙ୍କା ରେ କ୍ରୟକରୁଥିବାର ଅଭିଯୋଗ ହେଉଛି । ଏ ସଂପର୍କ ରେ କିଛି ଖୁଚୁରା ବ୍ୟବସାୟୀ ନାମ ଗୋପନ ରଖି କହିଛନ୍ତି ଆମେ କଣ କରିବୁ ହୋଲସେଲର ବ୍ୟବସାୟୀ ମାନେ କହୁଛନ୍ତି ଲୁଣ ଓ ମେଗି ମିଳୁନାହିଁ ଚଢାଦରରେ ନେଲେ ନିଅ ନ ହେଲେ ନାହିଁ । ଆଗରୁ ଟାଟା ଲୁଣ ୫୦ ପ୍ୟାକେଟ (୧କେଜି ଲେଖା)କୁ ୯୨୦ଟଙ୍କା ମୂଲ୍ୟ ରେ ହୋଲସେଲର ଙ୍କ ଠାରୁ କ୍ରୟ କରୁଥିଲୁ ଏବେ ଆମ ଠାରୁ ସେମାନେ ୨ହଜାର ଟଙ୍କା ନେଉଛନ୍ତି ।ଠିକ ସେହିପରି ତାଜ ଲୁଣ୨୫ ପ୍ୟାକେଟ(ଏକ କେଜି ଲେଖା)କୁ ୧୬୦ଟଙ୍କାରେ କିଣୁଥିବା ବେଳେ ଏବେ ୫୦୦ଟଙ୍କା ନେଉଛନ୍ତି । ଇପିନୁଡଲ୍ସ ମେଗି ପେଟି(୨୫୨ପ୍ୟାକେଟ) କୁ୧୧୪୦ଟଙ୍କାରେ କିଣୁଥିବା ବେଳେ ଏବେ ସେମାନେ ୧୨୨୦ଟଙ୍କା ନେଉଛନ୍ତି ବୋଲି କହିଛନ୍ତି । ମାଲକାନଗିରି ଜିଲ୍ଲା ସଦର ମହକୁମା ସହ କାଲିମେଳା, ମାଥିଲି,ପଡିଆ, କୋରକୁଣ୍ଡା,ଖଇରପୁଟ, ଚିତ୍ରକୋଣ୍ଡା ବ୍ଲକ ଅଚଂଳରେ ଲୁଣ ଓ ମେଗିର କଳାବାଜାର ବ୍ୟାପକତ ଭାବେ ହେଉଥିବାର ଜଣାପଡିଛି । ଟାଟା ଲୁଣ କେଜିକିଆ ପ୍ୟାକେଟକୁ ୨୫ରୁ ୩୦ଟଙ୍କା, ତାଜଲୁଣ କେଜି କିଆ ପ୍ୟାକେଟ ୧୦ଟଙ୍କା ଥିବାବେଳେ ୧୫ରୁ୨୦ଟଙ୍କା ଲେଖାରେ ବିକ୍ରୀହେଉଥିବାର ଦେଖିବାକୁ ମିଳୁଛି, ଅନେକ ସ୍ଥାନରେ ଲୁଣର କୃତିମ ଅଭାବ ଦେଖା ଦେଇଥିବାରୁ ଗ୍ରାହକମାନେ ବାଧ୍ୟ ହୋଇ ଚଢାଦରରେ ଲୁଣ କିଣୁଛନ୍ତି । ଠିକ ସେହିପରି ମେଗି ପ୍ୟାକେଟରେ ୫ଟଙ୍କା ଲେଖା ଯାଇଥିବାବେଲେ ଦୋକାନୀ ମାନେ ଗ୍ରାହକ ମାନଙ୍କ ଠାରୁ ୬ଟଙ୍କାରୁ ୭ଟଙ୍କା ଲେଖା ନେଉଥିବାର ଅଭିଯୋଗ ହେଉଛି । ଲକଡାଉନର ଆଳ ଦେଖାଇ ଲୁଣ,ମେଗି,ତେଲ,ଚାଉଳ, ଚିନି,ଅଟା,ଚୁଡା,ସହ ଅନ୍ୟାନ ଅତ୍ୟାବଶ୍ୟକୀୟ ସାମଗ୍ରୀ ଗୁଡିକୁ ଚଢାଦରରେ ବ୍ୟବସାୟୀ ମାନେ ବିକ୍ରୀକରୁଥିଲେ ମଧ୍ୟ ଜିଲ୍ଲାପ୍ରଶାସନ ନିରବ ଦ୍ରଷ୍ଟାପାଲଟିଛି । ଦରବୃଦ୍ଧି ସଂପର୍କରେ ସହକାରି ଯୋଗାଣ ଅଧିକାରୀ ମନୋଜ କୁମାର ପ୍ରଧାନ ଙ୍କୁ ପଚରା ଯିବାରୁ ଗାଡି ଆସିନଥିବାରୁ ଗତ ଦୁଇଦିନତଳେ ଲୁଣର କିଛି ଅଭାବ ଥିଲା, ଆଜି ଦୁଇଗାଡି ଲୁଣ ଆସି ଯାଇଛି, ସେ ଅଭାବ ପୁରଣ ହୋଇ ଯିବ,ଯିଏ ଚଢାଦରରେ ବିକ୍ରିକରିବ ତା ବିରୋଧରେ ଦୃଢକାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯିବ ବୋଲି ତାଙ୍କ ପ୍ରତିକ୍ରୀୟାରେ ସେ କହିଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.