ଭଦ୍ରକ, ୧୬ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସର୍ପଘାତରେ ୧୨ ବର୍ଷର ଝିଅର ମୃତ୍ୟୁ ହୋଇଛି । ସୂଚନାଯୋଗ୍ୟ ଗତକାଲି ବିଳମ୍ବିତ ରାତିରେ ଶୋଇଥିବା ଅବସ୍ଥାରେ ଚାନ୍ଦବାଲି ବ୍ଲକ୍ ଅନ୍ତର୍ଗତ ତେନ୍ତୁଳିଡିହ ଗ୍ରାମର ନୃସିଂହ ଚରଣ ବଳଙ୍କ ଝିଅ ସୁମିତ୍ରା ବଳ (୧୨, ଷଷ୍ଠ ଶ୍ରେଣୀ) ଙ୍କୁ ବିଷାକ୍ତ ସାପ କାମୁଡି ଦେବାରୁ ତାଙ୍କ ପରିବାର ଲୋକ ପ୍ରଥମେ ଚାନ୍ଦବାଲି ଏବଂ ପରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ତେବେ ଚିକିତ୍ସିତ ଅବସ୍ଥାରେ ସୁମିତ୍ରାର ମୃତ୍ୟୁ ଘଟିଛି । ଏହି ଖବର ପାଇ ଶହୀଦ ଭଗତ ସେନା ପରିବାରର ସଦସ୍ୟ ହେମନ୍ତ ମହାପାତ୍ର ଏବଂ ତପନ ପ୍ରଧାନ ପହଞ୍ôଚ ସଂପୂର୍ଣ୍ଣ ଭାବରେ ଦାୟିତ୍ୱରେ ସହ ଶବଟିକୁ ପୋଷ୍ଟମଟମ୍ କରାଇ ଘରକୁ ପଠାଇଥିଲେ । ତେବେ କେମିତି ଗରିବ ଲୋକଟିକୁ ସରକାର ତରଫରୁ ସହାୟତା ମିଳିବ ଏହା ନେଇ ବିଭିନ୍ନ ସରକାରୀ ଉଚ୍ଛପଦସ୍ଥ ବ୍ୟକ୍ତିଙ୍କ ସହ ଆଲୋଚନା କରିଥିଲେ । ଏହି ଖବରରେ ସ୍ଥାନୀୟ ଅଂଚଳରେ ଦୁଃଖର ଛାୟା ଖେଳିଯାଇଛି ।