ମାଲକାନଗିରି,୯ା୫ (ଓଡିଆ ପୁଅ ) ସମଗ୍ର ବିଶ୍ୱ ଭୟାବହ କରୋନା ମହାମାରିରେ ସନ୍ତୁଳିତ ହେଉଥିବା ବେଳେ ଲକଡାଉନ ପରିସ୍ଥିତି ଅଡୁଆରେ ପକାଇ ଦେଇଛି କିଛି ବିଦେଶୀ ପର୍ଯ୍ୟଟକଙ୍କୁ । ଗତ ଜାନୁଆରୀ ମାସରୁ ଭାରତ ଭ୍ରମଣରେ ଓଡିଶାକୁ ବୁଲିବାକୁ ଆସିଥିବା ସୁଦୂର ବାଙ୍ଗଲାଦେଶର ୮ଜଣ ପର୍ଯ୍ୟଟକ ଗତ ୨ମାସ ହେଲା ମାଲକାନଗିରି ଜିଲ୍ଲାରେ ଫସିରହିଛନ୍ତି । ଲକଡାଉନ ଯୋଗୁଁ ଦେଶ ବିଦେଶରେ ଫସିରହିଛନ୍ତି ଶହ ଶହ ଶ୍ରମିକ ଓ ପର୍ଯ୍ୟଟକ, ତୃତୀୟପର୍ଯ୍ୟାୟ ଲକଡାଉନରେ କିଛି ମାତ୍ରାରେ କୋହଳ ହୋଇଛି,ଦେଶ ବିଦେଶରେ ଅଟକିରହିଥିବା ଶ୍ରମିକ ଓ ପର୍ଯ୍ୟଟକ ମାନଙ୍କୁ ନିଜ ନିଜ ଦେଶକୁ ଫେରିଯିବାର ବ୍ୟବସ୍ଥା କରା ଯାଇ ପାସ ଦେବାର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ,ଦୀର୍ଘ ଚାରିମାସହେଲା ଓଡିଶାରେ ଫସିରହିଥିବା ୮ଜଣ ବାଙ୍ଗଲାଦେଶୀ ପର୍ଯ୍ୟଟକ ଙ୍କୁ ପାସ ମିଳୁନଥିବାରୁ ସେମାନେ ଦୁଃଖପ୍ରକାଶ କରି ନିଜଦେଶକୁ ଫେରି ଯିବାପାଇଁ କୋହଭରା କଠଂରେ ଭାରତ ସରକାର ଓ ବାଙ୍ଗଲାଦେଶ ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି । ମାଲକାନଗିରି ଜିଲ୍ଲାକୁ ବୁଲିବାକୁ ଆସିଥିବା ୮ଜଣ ବାଙ୍ଗଲା ଦେଶୀ ପର୍ଯ୍ୟଟକ ଏହି ଲକ ଡାଉନ ଘୋଷଣା ହେବାପରେ ସେମାନଙ୍କ ଦେଶକୁ ଯାଇ ନପାରି ମାଲକାନଗିରି ଜିଲ୍ଲାରେ ଅଟକି ରହିଛନ୍ତି । ଗତ ଜାନୁଆରୀ ମାସ ୮ତାରିଖରେ ବାଙ୍ଗଲାଦେଶର ଖୁଲନା ଜିଲ୍ଲାରୁ ୫ଜଣ ପୁରୁଷ ଓ ୩ଜଣ ମହିଳା ମୋଟ ୮ଜଣ ପର୍ଯ୍ୟଟକ ଭାରତ ଭ୍ରମଣରେ ଆସିଥିଲେ । ମାର୍ଚମାସ ୯ତାରିଖ ରେ ମାଲକାନଗିରି ଜିଲ୍ଲା ପୋଟେରୁ ଆଶ୍ରମ ଠାରେ ଅନୁଷ୍ଟିତ ଦୋଳପୂଣ୍ଣ ର୍ିମା ଉତ୍ସବ ଦେଖିବା ପାଇଁ ଏହି ବାଙ୍ଗଲାଦେଶୀ ପର୍ଯ୍ୟଟକ ମାନେ ଆସିଥିଲେ ଓ ଉତ୍ସବରେ ଯୋଗଦେଇଥିଲେ । ସେମାନେ ନିଜ ଦେଶକୁ ଫେରିବା ପୁବ ର୍ରୁ ସମଗ୍ର ଭାରତରେ ଲକ ଡାଉନ ପରିସ୍ଥିତି ହୋଇଗଲା, ସେମାନଙ୍କୁ ବାଙ୍ଗଲାଦେଶ କୁ ଫେରି ଯିବାପାଇଁ ପାସ ମିଳିପାରୁନଥିବାରୁ ସେମାନେ ମାଲକାନଗିରି ଜିଲ୍ଲାରୁ ଆଗକୁ ଯାଇପାରୁନାହାଁନ୍ତି । ଏହି ପର୍ଯ୍ୟଟକ ମାନେ ନିଜଘରକୁ ଫେରିପାରୁନଥିବାରୁ ବାଙ୍ଗଲାଦେଶରେ ଥିବା ସେମାନଙ୍କ ପିଲାଛୁଆ ପରିବାରଙ୍କ ମଧ୍ୟରେ କାନ୍ଦବୋବାଳି ପଡିଯାଇଛି । ପ୍ଲେନରେ ଯିବାପାଇଁ ଅନୁମତି ନ ଦେଲେ ନାହିଁ ସଡକପଥରେ ଯିବାପାଇଁ ପାସ ଦିଆଯାଇ ସେମାନଙ୍କୁ ଭାରତ ସୀମାନ୍ତରେ ଛାଡିଦେବାକୁ ଜିଲ୍ଲାପ୍ରଶାସନ ଜରିଆରେ ଭାରତ ସରକାରଙ୍କୁ ଅନୁରୋଧ କରିଛନ୍ତି ଏହି ବାଙ୍ଗଲାଦେଶୀ ପର୍ଯ୍ୟଟକ ମାନେ ।








