Home Coronavirus Outbreak କେନ୍ଦ୍ରୀୟ ସୁରକ୍ଷା ବଳ (ସି.ଆର.ପି.ଏଫ) ରେ ୬୨ ଜଣ ନୂଆ କରୋନା ପଜେଟିଭ ଚିହ୍ନଟ

କେନ୍ଦ୍ରୀୟ ସୁରକ୍ଷା ବଳ (ସି.ଆର.ପି.ଏଫ) ରେ ୬୨ ଜଣ ନୂଆ କରୋନା ପଜେଟିଭ ଚିହ୍ନଟ

184

ନୂଆ ଦିଲ୍ଲୀ ୯ା୫ (ଓଡିଆ ପୁଅ) କରୋନା ସଂକ୍ରମଣ ସମଗ୍ର ଦେଶରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଦେଶର କେନ୍ଦ୍ରୀୟ ସୁରକ୍ଷା ବଳର ଆଜି ୬୨ ଜଣ କରୋନା ସଂକ୍ରମିତଙ୍କୁ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟ ୬୨ ଜଣଙ୍କୁ ମିଶାଇ କେନ୍ଦ୍ରୀୟ ସୁରକ୍ଷା ବଳ (ସି.ଆର.ପି.ଏଫ) ରେ ମୋଟ ୨୩୪ ହୋଇଛି। ସେମାନଙ୍କ ମଧ୍ୟରୁ ୨୩୧ ଜଣ ସକ୍ରିୟ ଥିବା ସୂଚନା ମିଳିଛି।

ଏଥିସହ ଗତ ୨୪ ଘଣ୍ଟା ମଧ୍ୟରେ ୧୩ ଜଣ ସିଏସ୍ଏଫ୍ କର୍ମଚାରୀ ମଧ୍ୟ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଦୁଇଜଣ ସିଏସ୍ଏଫ୍ ଅଧିକାରୀ କରୋନା ଭୂତାଣୁ ସଂକ୍ରମଣରେ ମୃତ୍ୟୁ ବରଣ କରିଛନ୍ତି। ସୀମା ସୁରକ୍ଷା ବଳ (ବିଏସ୍ଏଫ୍) ର ଦୁଇଜଣ କର୍ମଚାରୀ ଏବଂ ସେଣ୍ଟ୍ରାଲ୍ ଇଣ୍ଡଷ୍ଟ୍ରିଆଲ୍ ସିକ୍ୟୁରିଟି ଫୋର୍ସ (ସିଏସ୍ଏଫ୍) ର ଜଣେ ଅଧିକାରୀ କୋଭିଡ -୧୯ ସଂକ୍ରମଣରେ ଆକ୍ରାନ୍ତ ହୋଇଛନ୍ତି। ବିଭିନ୍ନ ପାରାମିଲିଟାରୀ ଫୋର୍ସରେ କରୋନା ଜୀବାଣୁ ମାମଲା ପାଖାପାଖି ୫୦୦ ରେ ପହଞ୍ଚିଛି।

/ବିରଞ୍ଚିନାରାୟଣ ପତ୍ରୀ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.