ଭୁବନେଶ୍ୱର ୦୮ ମଇ, ୨୦୨୦ (ଓଡ଼ିଆ ପୁଅ) କେତେକ ଶିଳ୍ପ ସଂସ୍ଥା ଓ ଶିଳ୍ପ ସଂଘର ଆବେଦନକୁ ବିଚାର କରି ଓଡ଼ିଶା ସରକାର ୨୦ ଅପ୍ରେଲ୍ ୨୦୨୦ରୁ ଶିଳ୍ପ ଓ ବାଣିଜ୍ୟିକ କାର୍ଯ୍ୟକଳାପ ନିମନ୍ତେ ରହିଥିବା କଟକଣାକୁ କିଛି ମାତ୍ରାରେ କୋହଳ କରିଛନ୍ତି। ଏ ନେଇ ସରକାର ଏକ ଗାଇଡ୍ଲାଇନ୍ସ ଜାରୀ କରିଛନ୍ତି। ଗାଇଡ୍ଲାଇନ୍ସ ଅନୁଯାୟୀ,
– କୌଣସି ସାବାଳକ ଶ୍ରମିକଙ୍କୁ କାରଖାନାରେ ଦୈନିକ ୧୨ ଘଣ୍ଟାରୁ ଅଧିକ କି ସପ୍ତାହକୁ ୭୨ ଘଣ୍ଟାରୁ ଅଧିକ କାର୍ଯ୍ୟ କରିବା ପାଇଁ ଅନୁମତି ଦିଆଯାଇ ପାରିବ ନାହିଁ।
– କୌଣସି ସାବାଳକ ଶ୍ରମିକଙ୍କୁ ଏକକାଳୀନ ୬ ଘଣ୍ଟାରୁ ଅଧିକ ସମୟ କାମ କରିବାକୁ ଦିଆଯିବ ନାହିଁ, ଅତିକମ୍ରେ ଅଧଘଣ୍ଟା ପାଇଁ ବିଶ୍ରାମ ସମୟ ଦେବାକୁ ହେବ। ସମୁଦାୟ ୧୩ ଘଣ୍ଟାରୁ ଅଧିକ ସମୟ କାରଖାନାରେ ରହିହେବ ନାହିଁ।
– ସରକାରଙ୍କ ସ୍ବତନ୍ତ୍ର ଅନୁମତି ବିନା କୌଣସି ମହିଳା ଶ୍ରମିକଙ୍କୁ କାରଖାନାରେ ସନ୍ଧ୍ୟା ୭ଟାରୁ ସକାଳ ୬ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବାକୁ ଦିଆଯିବ ନାହିଁ।
– କାରଖାନା ଆଇନର ଧାରା ୫୯ ଅନୁସାରେ ଜଣେ ଶ୍ରମିକ ସପ୍ତାହକୁ ସର୍ବାଧିକ ୨୪ ଘଣ୍ଟା ଓଭର ଟାଇମ୍ କରିପାରିବେ ଏବଂ ତାଙ୍କୁ ଦୈନିକ ଅତିରିକ୍ତ ୪ ଘଣ୍ଟା ଓଭର ଟାଇମ୍ ମଜୁରୀ ପ୍ରଦାନ କରାଯିବ।
– କୋଭିଡ୍ –୧୯ ସଂପର୍କିତ ଅନ୍ୟାନ୍ୟ ସମସ୍ତ ମାର୍ଗଦର୍ଶିକାକୁ କଡ଼ାକଡ଼ି ଅନୁପାଳନ କରାଯିବ।
Home Coronavirus Outbreak ଶିଳ୍ପ ଓ ବାଣିଜ୍ୟିକ କାର୍ଯ୍ୟକଳାପ ନିମନ୍ତେ ରହିଥିବା କଟକଣାକୁ କିଛି ମାତ୍ରାରେ କୋହଳ କଲେ ରାଜ୍ୟ...