Home ଓଡ଼ିଶା କେନ୍ଦୁଝରରେ ୨ୟ ଓ ହାଟଡିହି ବ୍ଲକରେ ପ୍ରଥମ କରୋନା ପଜେଟିଭ ଚିହ୍ନଟ

କେନ୍ଦୁଝରରେ ୨ୟ ଓ ହାଟଡିହି ବ୍ଲକରେ ପ୍ରଥମ କରୋନା ପଜେଟିଭ ଚିହ୍ନଟ

361

ହାଟଡିହି- ୩/୫/ କେନ୍ଦୁଝର ଜିଲ୍ଲାରେ ଦ୍ୱିତୀୟ କରୋନା ପଜଟିଭ ଚିହ୍ନଟ ହୋଇଥିବାବେଳେ ହାଟଡିହି ବ୍ଲକର ପ୍ରଥମ କରୋନା ପଜେଟିଭି ଆଜି ଚିହତନଟ ହୋଇଛି । ପଞ୍ଚୁଗୋଛିଆ ପଞ୍ଚାୟତର ହୀରାପୁର ଗାଁରେ ଚିହ୍ନଟ ହୋଇଥିବା ଏହି ୩୦ବର୍ଷୀୟ ବ୍ୟକ୍ତି ଜଣକ କଲିକତା ଫେରନ୍ତା ବୋଲି ଜଣାଯାଇଛି । ତାଙ୍କ ଘର ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଞ୍ଚଳର ହୋଇଥିବାବେଳେ ସେ ଏଠାରେ ବିବାହ କରି ରହିଆସୁଥିଲେ । ସେ କଲିକତାରେ କାମ କରୁଥିବାବେଳେ ଗତ ମାର୍ଚ୍ଚ ୨୭ତାରିଖ ଦିନ କଲିକତାରୁ ଏକ ଟ୍ରକ ଯୋଗେ ଘରକୁ ଲୁଚିକରି ପଳାଇ ଆସିଥିଲେ । ସେ ଗାଁରେ ପହଞ୍ଚିବାପରେ ଗାଁ ଲୋକେ ବିରୋଧ କରିଥିଲେ । ସେମାନେ ପଞ୍ଚାୟତରେ ରଖିବାକୁ ବାଧ୍ୟ କରିଥିଲେବି ସରପଞ୍ଚ ବିଡିଓଙ୍କ ସହିତ କଥାହେବାପରେ ବିଡିଓ ମନାକରିବାରୁ ସରପଞ୍ଚ ଉକ୍ତ ବ୍ୟକ୍ତିଙ୍କୁ ହୋମକ୍ୱାରେଣ୍ଟାଇନରେ ରହିବାକୁ କହିଥିଲେ । ସେ ହୋମ କ୍ୱାରେଣ୍ଟାଇନରେ ଘରେ ୧୪ଦିନ ରହିବାପରେ ସେ ଖୁଲାମଖୁଲା ବାହାରେ ବୁଲାବୁଲି କରିବା ସହିତ ବଜାର ଯାଇ ସଉଦାପତ୍ର ଓ ପରିବାପତ୍ର କିଣାକିଣି କରିଥିବା କହିଛନ୍ତି । ଗତ ୮ଦିନ ତଳେ କଲିକତା ଫେରନ୍ତାଙ୍କ ସ୍ୱାବଟେଷ୍ଟ ବାଧ୍ୟତା ମୁଳକ ବୋଲି ସରକାର ଘୋଷଣା କରିବାପରେ ଗତ ୪ଦିନ ତଳେ ତାଙ୍କ ସ୍ୱାବଟେଷ୍ଟ ପାଇଁ ପଠାଯାଇଥିଲା । ଯାହାକି ପଜେଟିଭ ବାହାରିଛି । ସ୍ୱାବଟେଷ୍ଟ ପାଇଁ ପଠାଯିବା ପରେବି ସେ ଆସି ଘରେ ରହିଥିଲେ । ଆଜି ପଜେଟିଭ ଚିହ୍ନଟ ହେବାପରେ ହାଟଡିହି ତହସିଲଦାର ଗାୟତ୍ରୀ ସୋରେନ, ଆନନ୍ଦପୁର ଏସଡିପିଓ ଦିଲ୍ଲିପ ବାଗ, ଏସଡିପିଓ ସୁରେଶ ପାତ୍ର, ଆନନ୍ଦପୁର ଥାନା ଆଇଆଇସି ଗଗନ ବିଶ୍ୱାଳ ପ୍ରମୁଖ ଉକ୍ତ ଗାଁରେ ପହଞ୍ଚି ମୁଗୁପୁର, ହୀରାପୁର, ସର୍ବେଶ୍ୱରପୁର ପ୍ରଭୃତି ତିନୋଟି ଗାଁକୁ ସିଲ କରିଛନ୍ତି । ଉକ୍ତ ସଂକ୍ରମିତ ବ୍ୟକ୍ତିଙ୍କୁ ଡାକ୍ତରଖାନା ନେବାପାଇଁ ଏକ ସ୍ୱତନ୍ତ୍ର ଟିମ ଗାଁରେ ପହଞ୍ଚିିଛି । ପୁଲିସ ପ୍ରଶାସନ ପକ୍ଷରୁ ହୀରାପୁର, ମୁଗୁପୁର, ସର୍ବେଶ୍ୱରପୁର ଆଦି ତିନୋଟିି ଗ୍ରାମକୁ ସିଲ କରାଯାଇଛି । ଅନ୍ୟପକ୍ଷରେ ପଜେଟିଭ ବାହାରିବା ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି । ଉକ୍ତ ବ୍ୟକ୍ତି ଜଣକ ଆସିବା ଦିନଠାରୁ ଲୋକମାନେ ତାକୁ ପଞ୍ଚାୟତ ପକ୍ଷରୁ ଖୋଲାଯାଇଥିବା ଅସ୍ଥାୟୀ ଚିକିତ୍ସାକେନ୍ଦ୍ରରେ ରଖିବାକୁ କହୁଥିଲେବି କାହିଁକି ସରପଞ୍ଚ ରଖିଲେନି ବୋଲି କହି ଲୋକମାନେ ପାଟିତୁଣ୍ଡ କରିଛନ୍ତି । ବାହାର ରାଜ୍ୟର ଫେରନ୍ତାଙ୍କ ପାଇଁ ଏହି ସଂଗରୋଧ କେନ୍ଦ୍ର କରାଯାଇଥିବା ସରକାର ଘୋଷଣା କରୁଥିବାବେଳେ କାହିଁକି ସେଠାରେ ତାଙ୍କୁ ସଂଗରୋଧରେ ରଖାଗଲା ନାହିଁ ଓ ଏଥିପାଇଁ କିଏ ଦାୟୀ ବୋଲି ଲୋକମାନେ ପ୍ରଶ୍ନ କରିଛନ୍ତି । ଉକ୍ତ ବ୍ୟକ୍ତି ଜଣକ ବାହାରେ ମିଶାମିଶି କରିଥିବାରୁ ଗାଁ ଲୋକମାନେ ଆତଙ୍କିତ ହୋଇ ପଡିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.