Home କେନ୍ଦୁଝର କେରଳ ଫେରନ୍ତାଙ୍କୁ ସଂଙ୍ଗରୋଧରେ ରଖିଲା ପ୍ରଶାସନ

କେରଳ ଫେରନ୍ତାଙ୍କୁ ସଂଙ୍ଗରୋଧରେ ରଖିଲା ପ୍ରଶାସନ

219

ହାଟଡିହି- ୩/୫/ ରାଜ୍ୟ ସରକାରଙ୍କ ପକ୍ଷରୁ ବାହାରେ ଫସି ରହିଥିବା ପ୍ରବାସୀ ଓଡିଆ ମାନଙ୍କୁ ଓଡିଶା ଫେରାଇ ଅଣାଯିବା ପାଇଁ ସରକାରଙ୍କ ପକ୍ଷରୁ କରାଯାଉଥିବା ଉଦ୍ୟମରେ ଆଜି କେନ୍ଦୁଝର ଜିଲ୍ଲାର ଅନେକ ଲୋକ କେରଳରୁ ଘରକୁ ଫେରିଛନ୍ତି । ପ୍ରଶାସନ ପକ୍ଷରୁ ସେମାନଙ୍କୁ ଖୋର୍ଦ୍ଦା ଷ୍ଟେସନରୁ ଅଣାଯାଇ ନିଜ ନିଜ ପଞ୍ଚାୟତରେ ଥିବା ସଂଗରୋଧ କେନ୍ଦ୍ରରେ ଛଡା ଯାଇଛି । ହାଟଡିହି ବ୍ଲକ ଶାସଙ୍ଗ ପଞ୍ଚାୟତ ଅସିଆ ଗ୍ରାମର ୩ଜଣ ଯୁବକ ଆଜି ଘରକୁ ଆସିବାପରେ ତାଙ୍କୁ ବିଶ୍ୱତାରିଣୀ ମହିଳା ମହାବିଦ୍ୟାଳୟରେ କରାଯାଇଥବବା ଅସ୍ଥାୟୀ ଚିକିତ୍ସାକେନ୍ଦ୍ରରେ ରଖାଯାଇଛି । ସରପଞ୍ଚ ବିମ୍ବାଧର ବିଶ୍ୱାଳ, ପିଇଓ କୋଦଣ୍ଡଧର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ସେମାନଙ୍କ ବ୍ୟବହାର ପାଇଁ ବାଲଟି, ମଗ, ସାବୁନ, ମାସ୍କ, ବିସ୍କୁଟ, ବଅସ, ପେଷ୍ଟ ଆଦି ଦିଆଯିବା ସହିତ ସେମାନଙ୍କ ଖାଇବା ପିଇବାର ସୁବନ୍ଦୋବସ୍ତ କରିଛନ୍ତି । ସେମାନେ ୧୪ଦିନ ସଂଗରୋଧରେ ରହିବାପରେ ସେମାନଙ୍କୁ ଘରକୁ ପଠାଇ ଦିଆଯିବ ବୋଲି ସରପଞ୍ଚ ଶ୍ରୀ ବିଶ୍ୱାଳ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.