Home Coronavirus Outbreak ପ୍ରବାସୀ ଓଡ଼ିଆଙ୍କୁ ଆଣି ଆସୁଥିବା ଗୋଟାଏ ପରେ ଗୋଟାଏ ବସ୍ ଦୁର୍ଘଟଣା: ଦାୟିତ୍ୱ କାହାର ଥିଲା...

ପ୍ରବାସୀ ଓଡ଼ିଆଙ୍କୁ ଆଣି ଆସୁଥିବା ଗୋଟାଏ ପରେ ଗୋଟାଏ ବସ୍ ଦୁର୍ଘଟଣା: ଦାୟିତ୍ୱ କାହାର ଥିଲା ..

394

ଭୁବନେଶ୍ୱର: ଗୁଜୁରାଟର ସୁରଟରୁ ପ୍ରବାସୀ ଓଡ଼ିଆଙ୍କୁ ଆଣି ଆସୁଥିବା ଗୋଟାଏ ପରେ ଗୋଟାଏ ବସ୍ ଦୁର୍ଘଟଣାଗସ୍ତ ହେଲା। କାଲିଠାରୁ ଆଜି ଭିତରେ ତିନୋଟି ବସ୍ ଦୁର୍ଘଟଣା ଘଟିଲା। ସୁରଟରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁଥିବା ଏକ ବସ୍ ଗତକାଲି ରାତିରେ କଳିଙ୍ଗା ଘାଟିରେ ଦୁର୍ଘଟଣା ଗସ୍ତ ହୋଇଥିଲା। ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହାପରେ ଆଜି ସକାଳେ କଳିଙ୍ଗା ଘାଟିରେ ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁଥିବା ପୁଣି ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହେଲା। ଏହି ବସରେ ୫୭ ଜଣ ଯାତ୍ରୀ ଥିଲେ। ବସ୍‌ଟି ଏକ ଟ୍ରକ୍ ପଛରେ ପିଟି ହୋଇଯାଇଥିଲା। ଏହି ଦୁର୍ଘଟଣାରେ ୫ ଜଣ ଯାତ୍ରୀ ଆହତ ହେଲେ। ଏହାସହ ଆଜି ପ୍ରବାସୀ ଓଡ଼ିଆଙ୍କୁ ନେଇ ଗଞ୍ଜାମ ଆସୁଥିବା ଆଉ ଏକ ବସ୍‌ ମହାରାଷ୍ଟ୍ରର ନାଗପୁରଠାରେ ଦୁର୍ଘଟଣା ଗସ୍ତ ହୋଇଛି। ଅନଭିଜ୍ଞ ଡ୍ରାଇଭରଙ୍କ ଯୋଗୁଁ ଏପରି ଦୁର୍ଘଟଣା ଘଟିଥିବା କୁହାଯାଉଥିବା ବେଳେ ଏହାପରେ ରାଜ୍ୟ ସରକାର ପ୍ରବାସୀ ଓଡ଼ିଆଙ୍କୁ ଧରି ଆସୁଥିବା ବସ୍ ଗୁଡ଼ିକ ପାଇଁ କିଛି କଟକଣା ଲାଗୁ କରିବା ସହ ଆସୁଥିବା ବସ୍ ଗୁଡ଼ିକର ଯାତାୟତ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ଏହାସହ ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁଥିବା ସମସ୍ତ ବସ୍ ଏଣିକି ଘାଟି ବାଟ ଦେଇ ଆସିବ ନାହିଁ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

ତେବେ ଗୋଟାଏ ପରେ ଗୋଟାଏ ବସ୍ ଦୁର୍ଘଟଣା ଘଟିଥିବା ବେଳେ ପ୍ରବାସୀ ଓଡ଼ିଆଙ୍କୁ ରାଜ୍ୟକୁ ସୁରକ୍ଷିତ ଭାବରେ ଫେରାଇ ଆଣିବା ଦାୟିତ୍ୱ କାହାର ଥିଲା ନେଇ ପ୍ରଶ୍ନ ଉଠୁଛି। ଦେଶରେ କରୋନା ମୁକାବିଲା ଦିଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ସରକାର ଯାହା ଆବଶ୍ୟକୀୟ ପଦକ୍ଷେପ ନେଉଥିବା ବେଳେ ରାଜ୍ୟରେ କରୋନା ମୁକାବିଲା ଦିଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ରାଜ୍ୟ ସରକାର ମଧ୍ୟ ଯାହା ଆବଶ୍ୟକୀୟ ପଦକ୍ଷେପ ନେଉଛନ୍ତି। ମୋଦି ସରକାରଙ୍କ ପଦକ୍ଷେପ ନେଇ ବିଶ୍ଵ ସ୍ତରରେ ପ୍ରଶଂସା କରାଯାଉଥିବା ବେଳେ ନବୀନ ସରକାରଙ୍କ ପଦକ୍ଷେପକୁ ଜାତୀୟ ସ୍ତରରେ ମଧ୍ୟ ପ୍ରଶଂସା କରାଯାଉଛି।

ତେବେ, ସବୁ ରାଜ୍ୟର ଚିନ୍ତା ରହୁଛି ଅନ୍ୟ ରାଜ୍ୟରେ ଫସି ରହିଥିବା ପ୍ରବାସୀମାନଙ୍କୁ କିପରି ନିଜ ରାଜ୍ୟକୁ ସୁରକ୍ଷିତ ଭାବରେ ଫେରାଇ ଆଣିହେବ। ଏଥିନେଇ ବିଭିନ୍ନ ରାଜ୍ୟ ସରକାର ଉଦ୍ୟମ କରୁଥିବା ବେଳେ ସହଯୋଗ ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରୁଛନ୍ତି। କେନ୍ଦ୍ର ସରକାର ମଧ୍ୟ ଯଥାସାଧ୍ୟ ସହଯୋଗ ଦେଉଛନ୍ତି। ଆମ ରାଜ୍ୟର ପ୍ରବାସୀ ଓଡ଼ିଆଙ୍କୁ ସୁରକ୍ଷିତ ଫେରାଇ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ ସହିତ ଭିଡିଓ କନ୍ଫରେନ୍ସ୍ କରି ଆଲୋଚନା କଲାବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସେଥିରେ ସାମିଲ ହେଉଛନ୍ତି। ଏହାକୁ ନେଇ ତାଙ୍କ ସମର୍ଥକମାନେ ବାହାବାହା କରି ପ୍ରଶଂସାରେ ପୋତି ପକାଉଛନ୍ତି। କିନ୍ତୁ, ଗୋଟିଏ ଦୁର୍ଘଟଣାରେ ଦୁଇ ଜଣଙ୍କର ଜୀବନ ଯାଇଥିବା ବେଳେ ସୌଭାଗ୍ୟ ବଶତଃ ସିନା ଅନ୍ୟ ଦୁଇଟି ଦୁର୍ଘଟଣାରେ ସେପରି ବିଶେଷ କିଛି କ୍ଷୟକ୍ଷତି ହୋଇନାହିଁ। ଯେତେବେଳେ କି ଏପରି ଅଘଟଣ ଅନ୍ୟ କୌଣସି ରାଜ୍ୟରେ ପ୍ରବାସୀ ମାନଙ୍କୁ ଫେରାଇ ନେବା ବେଳେ ଘଟିନାହିଁ। ଏପରି ଦେଖିଲା ବେଳକୁ କରୋନା ଆକ୍ରାନ୍ତରେ ରାଜ୍ୟରେ ଗୋଟିଏ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ରାଜ୍ୟରେ ଫସି ରହିଥିବା ପ୍ରବାସୀ ଓଡ଼ିଆଙ୍କୁ ଫେରାଇ ଆଣିବାରେ ଦୁଇ ଜଣଙ୍କର ଜୀବନ ଗଲା। ପ୍ରବାସୀ ଓଡ଼ିଆଙ୍କୁ ଉଦ୍ଧାର କରି ଆଣିବା ନିଶ୍ଚିତ ରାଜ୍ୟ ସରକାରଙ୍କର ଦାୟିତ୍ୱ। ଏହାସହ ସଂପୃକ୍ତ ରାଜ୍ୟ ସରକାରଙ୍କ ସହଯୋଗ ସହିତ କେନ୍ଦ୍ର ସରକାରଙ୍କର ସ୍ୱୀକୃତି ମଧ୍ୟ ଆବଶ୍ୟକ। ଏହାପରେ ସେମାନେ ରାଜ୍ୟକୁ ଫେରିବା ପରେ ସେମାନଙ୍କ ବ୍ୟବସ୍ଥା ମଧ୍ୟ ରାଜ୍ୟ ସରକାରଙ୍କ ଦାୟିତ୍ୱ। କିନ୍ତୁ, ସେମାନଙ୍କୁ ସୁରକ୍ଷିତ ଭାବରେ ଆଣିବାର ଦାୟିତ୍ୱ କାହାର। ପ୍ରବାସୀ ଓଡ଼ିଆ ରହିଥିବା ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଆମ ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ଆଲୋଚନା କରିବା ଆଉ ସେଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମିଲ ହୋଇ କ’ଣ ଆଉ ଆଲୋଚନା କରୁଥିଲେ, ବୋଲି ପ୍ରଶ୍ନ ଉଠୁଛି। -ଦେବଦତ୍ତ ରଥ

ପ୍ରଶ୍ନ ଏହା ନୁହେଁ ଯେ ଇଏ ତଳକୁ କିପରି ଓଲ୍ହାଇବ, ପ୍ରଶ୍ନ ଏହା ଯେ ୟାକୁ ଏତେ ଉପରେ ଚଢ଼ାଇଲା କିଏ ..

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.