Home ଓଡ଼ିଶା କୋଭିଡ-୧୯ ପର୍ଯ୍ୟବେକ୍ଷକଙ୍କ ବଲାଙ୍ଗୀର ଗସ୍ତ ସହ ସମୀକ୍ଷା ବୈଠକ

କୋଭିଡ-୧୯ ପର୍ଯ୍ୟବେକ୍ଷକଙ୍କ ବଲାଙ୍ଗୀର ଗସ୍ତ ସହ ସମୀକ୍ଷା ବୈଠକ

215

ବଲାଙ୍ଗୀର ୩-୫ (ଓଡ଼ିଆ ପୁଅ) ବଲାଙ୍ଗୀର ଜିଲ୍ଲା କୋଭିଡ-୧୯ ଦାଇତ୍ଵରେ ଥିବା ପର୍ଯ୍ୟବେକ୍ଷକ ବରିଷ୍ଠ ଆଇ.ଏ.ଏସ ଅଧିକାରୀ ସୁସିଲ କୁମାର ଲୋହାନି ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ଅତିରିକ୍ତ ଶାସନ ସଚିବ ବେଣୁଧର ବେହେରା ବଲାଙ୍ଗୀର ଗସ୍ତରେ ଆସି ସ୍ଥାନୀୟ ସି.ଡି.ଏମ.ଓ କାର୍ଯ୍ୟାଳୟରେ ଥିବା ଏନ.ଏଚ.ଏମ ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ। ବୈଠକରେ କୋଭିଡ-୧୯ କୁ ନେଇ ପ୍ରସ୍ତୁତି ଓ ପରିଚାଳନା ତଥା ଅର୍ଥନୈତିକ କାର୍ଯ୍ୟକଳାପକୁ ନେଇ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଶ୍ରମଭିତ୍ତିକ କାର୍ଯ୍ୟର ସମୀକ୍ଷା କରାଯାଇଥିଲା। ବୈଠକରେ ଜିଲାପାଳ ଅରିନ୍ଦମ ଡାକୁଆ ଏସ.ପି ସନ୍ଦୀପ ସମ୍ପଦ, ପିଡି, ଡିଆର ଡିଏ, ଡ଼ଃ ମହେଶ୍ବର ସ୍ବାଇଁ, ଓ ସି.ଡି.ଏମ.ଓ ଡ଼ଃ ନାରାୟଣ ଜେନା ତଥା ବିଭିନ୍ନ ଅଧିକାରୀ ଯୋଗ ଦେଇଥିଲେ। ବଲାଙ୍ଗୀର ଜିଲ୍ଲାର ଲିଖରୀଆ ଗ୍ରାମର ଦୁଇ ଜଣ କରୋନା ସଂକ୍ରମିତ ଜଣା ପଡିବା ପରେ ସେ ଅଞ୍ଚଳକୁ କଣ୍ଟେଣ୍ଟମେଣ୍ଟ ଯୋନ ଘୋଷଣା କରାଯାଇଛି। ତେବେ ସେହି ଅଞ୍ଚଳରେ ଗ୍ରହଣ କରାଯାଇ ଥିବା ବିଭିନ୍ନ ପ୍ରକାରର ପଦକ୍ଷେପ ଗୁଡିକୁ ଶ୍ରୀ ଲୋହାନି ସମୀକ୍ଷା କରିଥିଲେ। ବାହ୍ୟ ରାଜ୍ୟରୁ ଫେରିବାକୁ ଥିବା ଲୋକ ଓ ଶ୍ରମିକ ମାନଙ୍କ ପାଇଁ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ରେ କରାଯାଇଥିବା ଅସ୍ଥାୟୀ କ୍ୱାରେନଟାଇନ ଓ ଆଇସୋଲେସନ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ଥିତି ଅନୁଧ୍ୟାନ କରିଥିଲେ। ଏନ ଆର ଇ ଜି ଏ ଯୋଜନା ଜରିଆରେ ଶ୍ରମିକମାନଙ୍କୁ କାମ ଯୋଗାଇ ଦେବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି। ତେବେ ସାମାଜିକ ଦୂରତା ରକ୍ଷା ଓ ମାସ୍କ ବ୍ୟବହାର ସହ ସାବୁନରେ ହାତ ଧୁଆ ବ୍ୟବସ୍ଥା ଉକ୍ତ କାର୍ଯ୍ୟସ୍ଥଳରେ କରିବା ପରାମର୍ଶ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.