Home ଓଡ଼ିଶା ବୁଡାଗୁଡାରେ ଆଉ ୯ ଝାଡାବାନ୍ତିରେ ଆକ୍ରାନ୍ତ

ବୁଡାଗୁଡାରେ ଆଉ ୯ ଝାଡାବାନ୍ତିରେ ଆକ୍ରାନ୍ତ

248

ବାଲିଗୁଡା, ୨୯/୪ (ଓଡ଼ିଆ ପୁଅ /ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ବୁଡାଗୁଡ଼ା ପଞ୍ଚାୟତ ଅଞ୍ଚଳର କଡ଼ଗାବାଲି ଏବଂ ପଡ଼ିକିଆରେ ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ମଙ୍ଗଳବାର ଆଉ ୨ଜଣଙ୍କୁ ବୁଡାଗୁଡ଼ା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପରେ ବାଲିଗୁଡ଼ା ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଯାଇଛି। ସେମାନେ ହେଲେ କଡ଼ଗାବାଲି ଗ୍ରାମର ପାର୍ଥ ପ୍ରଧାନ ଏବଂ ଜଣେ ୫ ବର୍ଷର ଶିଶୁ। ଏବେମଧ୍ୟ ବୁଡାଗୁଡ଼ା ସ୍ବାସ୍ଥ୍ୟକେନ୍ଦ୍ରରେ କଡ଼ଗାବାଲିର ଜଳେନ୍ଦ୍ର ପ୍ରଧାନ ଏବଂ ସାସ୍ର ମଲ୍ଲିକ ଚିକିତ୍ସିତ ହେଉଛନ୍ତି। ସାସ୍ର ଶୁକ୍ରବାର ଝାଡାବାନ୍ତିରେ ମୃତ୍ୟୁ ଘଟିଥିବା ପେଟା ମଲ୍ଲିକଙ୍କ ବାପା ବୋଲି ଡାକ୍ତର କହିଛନ୍ତି। କଡ଼ଗାବାଲି ଅଞ୍ଚଳରେ ମଙ୍ଗଳବାର ଆହୁରି ୭ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି ବୋଲି ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ବଂଶିଧର ପାତ୍ର କହିଛନ୍ତି। ସେମାନଙ୍କ ମଧ୍ୟରେ ୨ ଯାଅଁଳା ଶିଶୁ ଜୋସ୍ନା ଏବଂ ଯଶୋଦା ପ୍ରଧାନଙ୍କ ସମେତ ନିଶା ପ୍ରଧାନ, ଆଦିତ୍ୟ ପ୍ରଧାନ, ଚମ୍ପା ପ୍ରଧାନ, ରଘୁ ନନ୍ଦନ ପ୍ରଧାନ, ଘେନେଶ୍ୱର ପ୍ରଧାନ ରହିଛନ୍ତି। ଦାରିଙ୍ଗବାଡ଼ିରୁ ଯାଇଥିବା ଡାକ୍ତର ଟିମ୍‌ଗାଁ ରେ ପହଂଚି ସେମାନଙ୍କ ଚିକିତ୍ସା ଚଳାଇଛି। କନ୍ଧମାଳ ସିଡିଏମ୍‌ଓ ରାଜଶ୍ରୀ ପଟ୍ଟନାୟକ ବୁଡାଗୁଡ଼ାରେ ପହଂଚି ସ୍ଥିତି ଅନୁଧ୍ୟାନ କରି ଫେରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.