Home Coronavirus Outbreak ଏପ୍ରିଲ ୩୦ ପରେ ଲକଡାଉନ୍ ବଢ଼ିବ କି ନାହିଁ, ଚୂଡ଼ାନ୍ତ ନିଷ୍ପତ୍ତି ନେବେ ଦିଲ୍ଲୀ ସରକାର...

ଏପ୍ରିଲ ୩୦ ପରେ ଲକଡାଉନ୍ ବଢ଼ିବ କି ନାହିଁ, ଚୂଡ଼ାନ୍ତ ନିଷ୍ପତ୍ତି ନେବେ ଦିଲ୍ଲୀ ସରକାର – ସତ୍ୟେନ୍ଦ୍ର ଜୈନ, ସ୍ୱାସ୍ଥ୍ୟ ମନ୍ତ୍ରୀ

793

ନୂଆ ଦିଲ୍ଲୀ ୨୬-୪ (ଓଡ଼ିଆ ପୁଅ) : ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଶନିବାର କହିଛନ୍ତି ଯେ ଲକଡାଉନ୍‌ର ସମ୍ପ୍ରସାରଣକୁ ନେଇ ଆଲୋଚନା ଚାଲିଛି ଏବଂ ଯାହା ହେବ ତାହା ଏପ୍ରିଲ୍ ୩୦ ପରେ ହିଁ ଜଣାପଡ଼ିବ। ନ୍ୟୁଜ୍ ଏଜେନ୍ସି ANI କୁ କହିଛନ୍ତି ଯେ ଦିଲ୍ଲୀ ସରକାର ଚିନ୍ତା କରୁଛନ୍ତି କି ରାଜଧାନୀରେ ଲକଡାଉନରେ କିଛି କୋହଳ କରାଯାଇପାରେ ବୋଲି ତେବେ ଏହା ଏପ୍ରିଲ ୩୦ ତାରିଖ ପରେ ଜଣାପଡ଼ିବ।

ରାଜଧାନୀରେ କରୋନାଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ଶନିବାର ୨୫୦୦ ଅତିକ୍ରମ କରିଛି। ମୃତ୍ୟୁ ସଂଖ୍ୟା ମଧ୍ୟ ୫୩ ଛୁଇଁଲାଣି।

କ୍ରାଇମ ବ୍ରାଞ୍ଚ, ଦିଲ୍ଲୀ ପୋଲିସର ସହକାରୀ ସବ୍-ଇନ୍ସପେକ୍ଟର ମଧ୍ୟ ସଂକ୍ରମିତ ହୋଇଛନ୍ତି। ଏପର୍ଯ୍ୟନ୍ତ ୨୧ ରୁ ଅଧିକ ପୋଲିସ କର୍ମଚାରୀ କରୋନାଭାଇରସ୍ ଟେଷ୍ଟରେ ପଜିଟିଭ୍ ଆସିଛନ୍ତି। ଦିଲ୍ଲୀ ସରକାରଙ୍କ ଦ୍ୱାରା ପରିଚାଳିତ ୧୧ ଜଣ ଡାକ୍ତରଙ୍କ ସମେତ ବାବୁ ଜଗଜୀବନ ରାମ ହସ୍ପିଟାଲରେ ମୋଟ ମୋଟ ୩୧ ଜଣ କର୍ମଚାରୀଙ୍କର ଟେଷ୍ଟ ପଜିଟିଭ୍ ଆସିଛି ବୋଲି ଏକ ରିପୋର୍ଟରୁ ଜଣାପଡ଼ିଛି।

ଦକ୍ଷିଣ ଦିଲ୍ଲୀ ଏମସିଡିର ଦୁଇଜଣ ପରିମଳ କର୍ମଚାରୀ ମଧ୍ୟ ଆକ୍ରାନ୍ତ ହୋଇଛନ୍ତି। ଉତ୍ତର ଦିଲ୍ଲୀ ଏମସିଡିରେ ଜଣେ ସହକାରୀ ସାନିଟାରୀ ଇନ୍ସପେକ୍ଟରଙ୍କର ଟେଷ୍ଟ ପଜିଟିଭ୍ ଆସିଛି। ତାଙ୍କର ସହକର୍ମୀଙ୍କୁ କ୍ୱେରେଣ୍ଟାଇନ୍‌ରେ ରହିବା ପାଇଁ ପରାମର୍ଶ ଦିଆଯାଇଛି।

AIIMS ର ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ବିଭାଗରେ, ୩୦ ବର୍ଷ ବୟସ୍କ ପୁରୁଷ ନର୍ସ କୋଭିଡ୍-୧୯ ପାଇଁ ପଜିଟିଭ୍ ଆସିବା ପରେ ଡାକ୍ତର ଏବଂ ନର୍ସଙ୍କ ସମେତ ୪୦ ଜଣ ସ୍ୱାସ୍ଥ୍ୟ ସେବା କର୍ମଚାରୀଙ୍କୁ ସେଲ୍ଫ-କ୍ୟାରେଣ୍ଟାଇନ୍‌ରେ ରହିବାକୁ ପରାମର୍ଶ ଦିଆଯାଇଛି।

ସୂଚନାଯୋଗ୍ୟଯେ, ୮୫୦ ରୁ ଉର୍ଦ୍ଧ୍ୱ ସୁସ୍ଥ ହୋଇଥିବା ବେଳେ ଏବେ ପ୍ରାୟ ୧୬୦୦ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

ଚାରି ରୋଗୀଙ୍କ ଉପରେ ପ୍ଲାଜ୍ମା ଥେରାପି ଚିକିତ୍ସା ସଫଳ ହୋଇଥିବାର ବୋଲି କେଜ୍ରିୱାଲ କହିଛନ୍ତି। ଆଗାମୀ ଦୁଇ-ତିନି ଦିନ ମଧ୍ୟରେ ପ୍ଲାଜ୍ମା ଥେରାପିର ଅଧିକ କ୍ଲିନିକାଲ୍ ପରୀକ୍ଷା ହେବ ଏବଂ ସହରର ସମସ୍ତ ଗୁରୁତର ଅସୁସ୍ଥ COVID-୧୯ ରୋଗୀଙ୍କ ଉପରେ ଏହି କୌଶଳ ବ୍ୟବହାର କରିବା ପାଇଁ ଦିଲ୍ଲୀ ସରକାର ଆସନ୍ତା ସପ୍ତାହରେ କେନ୍ଦ୍ରର ଅନୁମତି ଲୋଡ଼ିବେ ବୋଲି କୁହାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.