କେନ୍ଦ୍ରାପଡା ତା.୨୪.୦୪.୨୦୨୦ରିଖ (ଓଡ଼ିଆ ପୁଅ) କରୋନାପାଇଁ କେନ୍ଦ୍ରାପଡା ଜିଲ୍ଲା ପ୍ରଶIସନ ପକ୍ଷରୁ ଅତ୍ୟାବଶ୍ୟକୀୟ ତ୍ବରିତ ପଦକ୍ଷେପ ମାନ ଗ୍ରହଣ କରାଯାଇ ଅଛି। ଅIଜିସୁଧା ଜିଲ୍ଲାର ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୧୪୨୯୬୧ ଛାତ୍ରଛାତ୍ରୀଂକୁ ମଧ୍ୟIନ ଭୋଜନର ଶୁଖିଲା ଖାଦ୍ୟ କୁପନ୍ ବଣ୍ଟନ କରାଯାଇଅଛି। ଜିଲ୍ଲାର ସମସ୍ତ୨୪୯ଟି ଗ୍ରାମପଂଚIୟତରେ ୨୮୩ଟି ଅସ୍ଥାୟୀ ସ୍ବାସ୍ଥ କେନ୍ଦ୍ର ଖୋଲା ଯାଇ ୧୪୬୦୦ ଗୋଟି ଶଯ୍ୟା ପ୍ରସ୍ତୁତ କରାଯାଇଅଛି।ସେହିପରି କେନ୍ଦ୍ରାପଡା ଓ ପଟ୍ଟାମୁଣ୍ଡାଇ ପୌରାନ୍ଚଳରେ ୧୩ ଗୋଟି ଅସ୍ଥାୟୀ ସ୍ବାସ୍ଥ କେନ୍ଦ୍ର ଖୋଲାଯIଇ ୭୦୯ଗୋଟି ଶଯ୍ୟା ପ୍ରସ୍ତୁତ କରାଯାଇଅଛି। କେନ୍ଦ୍ରାପଡା ସ୍ବୟଂଶାସିତ ମହାବିଦ୍ୟାଳୟରେ ୩୦୦ଟି, ଓଡିଶା ଆଦର୍ଶ ବିଦ୍ୟାଳୟରେ ୧୬୦ଟି, ସରକାରୀ ପଲିଟେକ୍ନିକ୍, ଛତାରେ ୧୫୦ଟି ଓ ପଟ୍ଟIମୁଣ୍ଡାଇ ଓ:ବି:ସି ଛାତ୍ରାବାସରେ ୧୫୦ଟି, କେନ୍ଦ୍ରାପଡା ସIନ୍ଧ୍ୟ ମହାବିଦ୍ୟାଳୟରେ ୧୩୦ ଗୋଟି ପୃଥକୀ କରଣ ଶଯ୍ୟା ପ୍ରସ୍ତୁତ କରାଯାଇଥିବା ବେଳେ ସରକାରୀ ପଲିଟେକ୍ନିକ, ଛତାଠାରେ ୧୧୦ଶଯ୍ୟା ବିଶିଷ୍ଟ କୋଭିଡ଼ ହସ୍ପିଟାଲ୍ ଖୋଲାଯାଇ ସେଥିରେ ୧୦୦ଗୋଟି ଶଯ୍ୟା ଓ ୧୦ଗୋଟି।.C.U ଶଯ୍ୟାର ବ୍ୟବସ୍ଥା କରାଯାଇଛି। ଖାଦ୍ୟ ସୁରକ୍ଷାଯୋଜନାରେ ଅIଜିସୁଧା ଜିଲ୍ଲାର ୧୧୬୧୪୦୬ ହିତାଧିକାରୀଂକୁ ସେମIନଂକର ଏକକାଳୀନ ୩ମIସର ଚାଉଳ ବଣ୍ଟନକରାଯାଇଛି। ବିଦେଶରୁ ଆସିଥିବା ଜିଲ୍ଲାର ୫୯୦ ଜଣ ପଂଜୀକୃତ ହୋଇଥିବାବେଳେ ରାଜ୍ୟ ବାହାରୁ ଆସିଥିବା ୯୧୦୦ ଜଣଂକୁ ଅIଜିସୁଧI ପଂଜିକୃତ କରାଯାଇଛି। ତାଲାବନ୍ଦ ଆଇନ ଉଲଂଘନ କରିଥିବାରୁ ୮୫ଗୋଟି ମାମଲା ରୁଜୁକରାଯାଇ ୧୪୩ଜଣ ଅଭିଯୁକ୍ତଂକ ନIମରେ କେଶସହ ୬୯ ଗୋଟି ବାଇକ, ୧୦ଗୋଟି ୪ ଚକିଆ ଓ ୨ ଗୋଟି ଅଟୋରିକ୍ସI ଜବତ୍ କରାଯାଇଛି ଏବଂ ୧୯୨୫୦୦ ଟଂକା ଜରିମାନା ଆଦାୟ କରାଯାଇଅଛି। କେନ୍ଦ୍ରାପଡା ଏବଂ ପଟ୍ଟାମୁଣ୍ଡାଇ ପୌରାନ୍ଚଳର ୫୪୫ ଜଣ ପଂଜିକୃତ ରIସ୍ତIକଡ଼ ଉଠାଦୋକାନୀଂକୁ ୩୦୦୦ଟଙ୍କା ଲେଖାଏ ଆର୍ଥିକ ସହାୟତା ପ୍ରଦାନ୍ କରାଯାଇଛି।ଜିଲାର ୭୦୪୨୮ଜଣ ପଂଜୀକୃତ ନିର୍ମାଣ ଶ୍ରମିକକୁ ୧୫୦୦ ଟଂକI ଲେଖାଏ ଆର୍ଥିକ ସହାୟତା ପ୍ରଦIନ କରାଯାଇଛି। ଜିଲ୍ଲାପାଳ ଶ୍ରୀଯୁକ୍ତ ସମର୍ଥ ବର୍ମା କରୋନା ମୁକାବିଲାରେ ଜିଲ୍ଲାବାସୀଂକର ସହଯୋଗ କାମନା କରି ଜନସାଧାରଣ ସର୍ବଦା ସଜାଗ ଓ ସଚେତନସହ ସIମାଜିକ ଦୁରତ୍ବ ବଜାୟ ରଖିବାକୁ ଅନୁରୋଧ କରିଛନ୍ତି। ଜନସାଧାରଣଂକ ସୁବିଧା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ମIଇଗ୍ରେସନ ସହାୟତା କେନ୍ଦ୍ର ଯୋଗାଯୋଗ Phone No.8763349438 ଉପଲବ୍ଧ କରା ଯାଇଛି।