Home ଓଡ଼ିଶା ବଲାଙ୍ଗିର ଜିଲ୍ଲାର ଚାନ୍ଦିଲ ସଂରକ୍ଷିତ ଜଙ୍ଗଲରେ ନକ୍ସଲଙ୍କ ସହ ଗୁଳି ବିନିମୟ ପରେ ଏକ କ୍ୟାମ୍ପରୁ...

ବଲାଙ୍ଗିର ଜିଲ୍ଲାର ଚାନ୍ଦିଲ ସଂରକ୍ଷିତ ଜଙ୍ଗଲରେ ନକ୍ସଲଙ୍କ ସହ ଗୁଳି ବିନିମୟ ପରେ ଏକ କ୍ୟାମ୍ପରୁ ମାଓ ସାମଗ୍ରୀ ଜବତ

861

ବଲାଙ୍ଗୀର ୨୪-୪ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଚାନ୍ଦିଲ ସଂରକ୍ଷିତ ଜଙ୍ଗଲରେ ନକ୍ସଲମାନେ କ୍ୟାମ୍ପ କରିଥିବା ସୂଚନା ପାଇ ଏସଓଜି (ସ୍ପେଶାଲ ଅପରେସନ ଗ୍ରୁପ୍)ର ଦୁଇଟି ୟୁନିଟ ଗତକାଲି ସକାଳ ୯ଟା ବେଳେ କମ୍ବିଂ ଅପରେସନରେ ବାହାରିଥିଲେ। ଲାଠୋର ଥାନା ଅନ୍ତର୍ଗତ ବରତିଆ ଓ ସୁନାମୁଦି ଗ୍ରାମ ନିକଟ ଜଙ୍ଗଲରେ ସେମାନେ ନକ୍ସଲଙ୍କ ସହ ମୁହାଁମୁହିଁ ହୋଇଥିଲେ। ଯବାନମାନଙ୍କୁ ଦେଖି ନକ୍ସଲମାନେ ଗୁଳି ଚଳାଇବାରୁ ଯବାନମାନେ ବାଧ୍ୟହୋଇ ପାଲଟା ଜବାବ ଦେଇଥିଲେ। ପ୍ରାୟ ୧୫/୨୦ ମିନିଟ ଗୁଳି ବିନିମୟ ପରେ ନକ୍ସଲମାନେ ଘଞ୍ଚ ଜଙ୍ଗଲକୁ ପଳାୟନ କରିଥିଲେ। ସେମାନେ ରହୁଥିବା କ୍ୟାମ୍ପରୁ ଯବାନମାନେ କିଛି ଗୁଳି ସହ ଅନେକ ବ୍ୟବହାର୍ଯ୍ୟ ସାମଗ୍ରୀ ଜବତ କରିଛନ୍ତି।

କ୍ୟାମ୍ପରେ ପ୍ରାୟ ୧୦/୧୨ ଜଣ ମାଓବାଦୀ ଥିଲେ। ଏମାନେ ସିପିଆଇ-ମାଓବାଦୀର ବିବିଏମ ଡିଭିଜନ କ୍ୟାଡର ବୋଲି ଏସପି କହିଛନ୍ତି। ଏହି ମାଓ କ୍ୟାମ୍ପରୁ ଅନେକ ସାମଗ୍ରୀ ଜବତ କରିବା ସହ ଏ ନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏନ ସନ୍ଦୀପ ସମ୍ପତ୍। ସେହିପରି ମାଓବାଦୀ ଏବେ କରୋନା ପାଇଁ ବହୁ ଦୁର୍ଦ୍ଦଶା ର ଶିକାର ହେବ ଓ ଭୋକ ଉପାସରେ ପ୍ରଶାସନ ନିକଟରେ ଆତ୍ମସମର୍ପଣ କରିବାକୁ ବାଧ୍ୟ ହେବେ ବୋଲି ଆଲୋଚନା ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.