ଡଃ ସ୍ୱାମୀ ଚିଦାନନ୍ଦ ବ୍ରହ୍ମଚାରୀ
ଶ୍ରୀକ୍ଷେତ୍ର ରେ ବାଡି ନୃସିଂହ ବିଜେ ଅତୀତରେ ମହା ଦୁର୍ବିପାକ ମହାମାରୀର ବିନାଶ ପାଇଁ ସୂର୍ୟ୍ୟ ବଂଶର ରାଜା ପୁରୁଷୋତ୍ତମ ଦେବ ନଗରରେ ମହାପ୍ରଭୁ ନୃସିଂହଙ୍କୁ ପରିଭ୍ରମଣ କରାଇ ସୁଖଶାନ୍ତି ଫେରାଇ ଆଣିବା ପାଇଁ ଶ୍ରୀମନ୍ଦିର ମଧ୍ୟରେ ସ୍ଥିତ ବେହେରଣ ମଣ୍ଡପରେ ସ୍ଥାପନ କରିଥିଲେ। ସାଧାରଣତଃ ଶ୍ରାବଣ ଶୁକ୍ଳ ନବମୀ, ପଣ୍ଡୁ ପୂର୍ଣ୍ଣିମା, ମାର୍ଗଶୀର ଶୁକ୍ଳ ଚତୁର୍ଦ୍ଦଶୀ, ଚୈତ୍ର ଶୁକ୍ଳ ଚତୁର୍ଥୀ ଦିନ ବାଡ଼ି ନୃସିଂହ ୪ ଆଶ୍ରମ ବିଜେ କରିଥାନ୍ତି। ଶାସ୍ତ୍ରାଦି ମତରେ ଉନବିଂଶ ଶତାବ୍ଦୀରେ ଯେତେବେଳେ ହଇଜା ମହାମାରୀ ପୁରୀ ସହରରେ ବ୍ୟାପିଥିଲା ସେହି ସମୟରେ ମହାପ୍ରଭୁ ବାଡି ନୃସିଂହ ରୂପରେ ଶ୍ରୀମନ୍ଦିରରୁ ବାହାରି ଏହି କ୍ଷେତ୍ରକୁ ରକ୍ଷା କରିଥିଲେ। ସେଥିପାଇଁ ଶାସ୍ତ୍ରରେ ବର୍ଣ୍ଣିତ ଅଛି
“ହିରଣ୍ୟକଶିପୁଂ ହତ୍ବା ଦେବଦେବଂ ଜଗଦ୍ ଗୁରୁଂ।
ସୁଖାସୀନଂ ତଦୁତ୍ ସଙ୍ଗେ ଶାନ୍ତକୋପଂ ରମାପତିମ୍।।”
ଆଜି ଶ୍ରୀମନ୍ଦିର ରେ ହୋଇଥିବା ବିଶେଷ ନୀତି :
ଚୈତ୍ର ଶୁକ୍ଳ ଚତୁର୍ଥୀ ତିଥିରେ ଶ୍ରୀମନ୍ଦିରରୁ ବାଡ଼ି ନୃସିଂହ ବିଜେ କରିଥାନ୍ତି। ଏହି ଦିନ ମଧ୍ୟାହ୍ନ ଧୂପ ପରେ ଦକ୍ଷିଣି ଘରୁ ନୃସିଂହ ବିଜେ କରି ଆଜ୍ଞାମାଳ ପ୍ରାପ୍ତ ହୋଇ ଝୁଲଣ ମଣ୍ଡପ(ମୁକ୍ତି ମଣ୍ଡପ) ତଳେ ଥିବା ବିମାନରେ ଅଧିଷ୍ଠିତ ହୋଇଥାନ୍ତି। ନୀତି ନିମନ୍ତେ ପର୍ବଯାତ୍ରା ଯୋଗାଣିଆ ଆବଶ୍ୟକୀୟ ଜିନିଷ ଆଦି ଯୋଗାଇଥାନ୍ତି ଓ ମହାଜନ (ପୁଷ୍ପାଳକ ସେବକ) ନୃସିଂହଙ୍କୁ ବିମାନ କୁ ବିଜେ କରିଥାନ୍ତି। ଏହାପରେ ବିମାନ ବଡ଼ୁ ସେବକ ମାନେ ବିମାନ କୁ ସ୍କନ୍ଧ ରେ ସିଂହଦ୍ୱାର ଦ୍ୱାର ଦେଇ ମାର୍କଣ୍ଡ, ଅଙ୍ଗିରା, କଣ୍ଡୁ ଓ ଭୃଗୁ ଆଦି ୪ ଆଶ୍ରମ କୁ ବିଜେ କରାଇଥାନ୍ତି।
୪ ଆଶ୍ରମ ରେ ଶୀତଳ ଭୋଗ ପୂଜାପଣ୍ଡା ସେବକଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥାଏ। ଏହି ଦିନ ନୃସିଂହ ବିଜେ ସମୟରେ ସହର ର ବିଭିନ୍ନ ମଠ, ଜାଗା, ଆଖେଡ଼ା ଓ ବ୍ୟକ୍ତି ବିଶେଷ ଙ୍କ ତରଫରୁ ପ୍ରାୟ ୪୨ ସ୍ଥାନରେ ପନ୍ତି ଭୋଗ ହୋଇଥାଏ। ତତ୍ପରେ ନୃସିଂହ ଙ୍କୁ ଶ୍ରୀମନ୍ଦିର କୁ ବାହୁଡ଼ା ବିଜେ କରିଥାନ୍ତି।
ବର୍ତମାନ କରୋନା ମହାମାରୀ କବଳରୁ ବିଶ୍ବକୁ ରକ୍ଷା ପାଇଁ ମହାପ୍ରଭୁ ନୃସିଂହଙ୍କର ଏହି ବିଜେ ଅନୁଷ୍ଠିତ ହେଉଛି।
ମହାମାରୀ ନିରାକରଣ ନିମନ୍ତେ ବାଡ଼ି ନୃସିଂହ ବିଜେ :
ଅନନ୍ୟ ଆମ ଜଗନ୍ନାଥ ଚେତନା ଓ ସଂସ୍କୃତି। ମହାପ୍ରଭୁ ଶ୍ରୀଜଗନ୍ନାଥ ଏହି ଶ୍ରୀକ୍ଷେତ୍ର ରେ ବିଭିନ୍ନ ମାନବିକ ଲୀଳା କରିଥାନ୍ତି। ମାନବ ସମାଜ ପ୍ରତି ଘଟୁଥିବା ପ୍ରତିଟି ବିପତ୍ତି ସହ ଜଡିତ ମହାପ୍ରଭୁଙ୍କ କିଛି ନୀତି ଓ ପରମ୍ପରା।
ମହାମାରୀକୁ ପ୍ରତିହତ କରିବା ପାଇଁ ଶ୍ରୀମନ୍ଦିରରେ ରହିଛି ଏକ ଅନନ୍ୟ ପରମ୍ପରା ”ବାଡ଼ି ନୃସିଂହ ବିଜେ”। ପ୍ରତିବର୍ଷ ଚୈତ୍ର ମାସ ଚତୁର୍ଥୀ ତିଥିରେ ଶ୍ରୀମନ୍ଦିରରୁ ବାଡ଼ି ନୃସିଂହ ନଗର ପରିକ୍ରମା ଚାରି ଆଶ୍ରମ କୁ ବିଜେ କରି ଜଗତ କଲ୍ୟାଣ କରିଥାନ୍ତି। ଏହାଛଡା ପ୍ରତିବର୍ଷ ପଣ୍ଡୁ ପୂର୍ଣ୍ଣିମା ପୂର୍ବ ଦିନ ରେ ମଧ୍ୟ ବାଡ଼ି ନୃସିଂହ ବିଜେ କରିଥାନ୍ତି।
ଆଜି ପବିତ୍ର ଚୈତ୍ର ମାସ ଶୁକ୍ଳ ଚତୁର୍ଥୀ ତିଥି, ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ବଢିବା ପରେ ମଧ୍ୟାହ୍ନ ଧୂପ ପରେ ଦକ୍ଷିଣି ଘରୁ ନୃସିଂହ ବିଜେ କରି ଆଜ୍ଞାମାଳ ପ୍ରାପ୍ତ ହୋଇ ଝୁଲଣ ମଣ୍ଡପ(ମୁକ୍ତି ମଣ୍ଡପ) ତଳେ ଥିବା ବିମାନରେ ଅଧିଷ୍ଠିତ ହୋଇଥାନ୍ତି। ନୀତି ନିମନ୍ତେ ପର୍ବଯାତ୍ରା ଯୋଗାଣିଆ ଆବଶ୍ୟକୀୟ ଜିନିଷ ଆଦି ଯୋଗାଇଥାନ୍ତି ଓ ମହାଜନ (ପୁଷ୍ପାଳକ ସେବକ) ନୃସିଂହଙ୍କୁ ବିମାନ କୁ ବିଜେ କରିଥାନ୍ତି। ଏହାପରେ ବିମାନ ବଡ଼ୁ ସେବକ ମାନେ ବିମାନ କୁ ସ୍କନ୍ଧ ରେ ସିଂହଦ୍ୱାର ଦ୍ୱାର ଦେଇ ମାର୍କଣ୍ଡ, ଅଙ୍ଗିରା, କଣ୍ଡୁ ଓ ଭୃଗୁ ଆଦି ୪ ଆଶ୍ରମ କୁ ବିଜେ କରାଇଥାନ୍ତି।
୪ ଆଶ୍ରମ ରେ ଶୀତଳ ଭୋଗ ପୂଜାପଣ୍ଡା ସେବକଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥାଏ। ଏହି ଦିନ ବିଜେ ସମୟରେ ସହର ର ବିଭିନ୍ନ ମଠ, ଜାଗା, ଆଖେଡ଼ା ଓ ବ୍ୟକ୍ତି ବିଶେଷ ଙ୍କ ତରଫରୁ ପ୍ରାୟ ୪୨ ସ୍ଥାନରେ ପନ୍ତି ଭୋଗ ହୋଇଥାଏ। ତତ୍ପରେ ନୃସିଂହ ଙ୍କୁ ଶ୍ରୀମନ୍ଦିର କୁ ବାହୁଡ଼ା ବିଜେ କରିଥାନ୍ତି।
“ତ୍ରାଭି ବିଷ୍ଣୁ ଜଗନ୍ନାଥ ପାଣ୍ଡୁରୁପ ନମୋସ୍ତୁତେ।
ନରସିଂହ ମହାବୀର୍ୟ୍ୟ ତ୍ରାହିମାଂ ଦୀପ୍ତ ଲୋଚନ।।”
ବାଡ଼ି ନୃସିଂହ ବିଜେ ନୀତିରେ ଏକ ମହତ ଉଦ୍ଧେଶ୍ୟ ରହିଛି। ଯେତେବେଳେ ଏହି ମାନବ ସମାଜ କୁ ମହାମରୀ ଗ୍ରାସ କରିଛି ସେତେବେଳେ ସ୍ୱୟଂ ମହାପ୍ରଭୁ ଏହାର ନିରାକରଣ କରିଥାନ୍ତି। ତେବେ ଇତିହାସ ପୃଷ୍ଠାରେ ଜଣାପଡେ କି ୧୯୦୩-୧୯୦୫ ମସିହା ରେ ଦେଶରେ ମହାମାରୀ ପଡିଥିଲା, ପୋକ ମାଛି ପରି ଲୋକ ପ୍ରାଣତ୍ୟାଗ କରୁଥିଲେ। ଏହାକୁ ଆୟତ୍ତ ନିମନ୍ତେ ସେବର ଦେଉଳ କମାଣ୍ଡର କିଛି ପଣ୍ଡିତଙ୍କୁ ଡକାଇ ଏହି ମହାମାରୀ ର ନିରାକରଣ ନିମନ୍ତେ ମହାପ୍ରଭୁଙ୍କ ଶରଣ ପଶିଥିଲେ। ଏହି ସମୟରେ ବାଡ଼ି ନୃସିଂହ ବିଜେ ପରମ୍ପରା ଆରମ୍ଭ ହୋଇଥିଲା। ମହାପ୍ରଭୁ ବାଡ଼ି ନୃସିଂହ ରୂପେ ନଗର ବିଜେ କରିବା ପରେ ଏହି ମହାମାରୀ ଆୟତ୍ତ ହୋଇଥିଲା। ସେବେ ଠୁ ଏହି ନୀତି ଆଜି ମଧ୍ୟ ପାଳନ କରାଯାଉଛି।
ଯେପରି କୁହାଯାଇଥାଏ ଇତିହାସ ସବୁବେଳେ ପୁନରାବୃତ୍ତି ହୋଇଥାଏ। ସେଇଭଳି ଆଜି ବିଶ୍ୱ ଏକ ମହାମାରୀ ରେ ଆକ୍ରାନ୍ତ। ଏହି ମହାମାରୀ ରେ ବହୁ ଜୀବନ ହାନି ହେଲାଣି। ଜଗତର କଲ୍ୟାଣ ନିମନ୍ତେ, ଏହି ମହମାରୀର ନିବାରଣ ନିମନ୍ତେ ଆମେ ଶ୍ରୀ ନୃସିଂହ ମହାପ୍ରଭୁଙ୍କ ଶ୍ରୀଚରଣେ ପ୍ରାର୍ଥନା କରୁଛୁ।
ଶିଶୁ ଅନନ୍ତ ଆଶ୍ରମ, ଅରିଲୋ, ଜଗତସିଂହପୁର