ନୂଆ ଦିଲ୍ଲୀ ୩୦-୩ (ଓଡ଼ିଆ ପୁଅ) କରୋନା ମହାମାରୀକୁ ଆଖି ଆଗରେ ରଖି କେନ୍ଦ୍ର ସାମାଜିନ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳଗୁଡିକରେ ବସବାସ କରୁଥିବା ଦିବ୍ୟାଙ୍ଗମାନଙ୍କ ସୁରକ୍ଷା ଓ ନିରାପତା ପାଇଁ ବିସ୍ତୃତ ନିୟମାବଳୀ ଜାରି କରିଛନ୍ତି। ବିଶ୍ୱବ୍ୟାପୀ ଦେଖାଦେଇଥିବା କରୋନା ମହାମାରୀକୁ ଦୃଷ୍ଟିରେ ରଖି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏହାର ନିରାକରଣ ନିମନ୍ତେ କେତେକ ଜରୁରିକାଳୀନ ପଦକ୍ଷେପ ନେବାକୁ ବାଧ୍ୟ ହେଉଛନ୍ତି। ଭାରତ ସରକାର ଏହାକୁ ଏକ ଜାତୀୟ ବିପତି ଭାବେ ବିବେଚନା କରି ଜାତୀୟ ବିପତି ପରିଚାଳନା ଆଇନ ୨୦୦୫ ଅଧିନରେ ଏଥିପାଇଁ ଆବଶ୍ୟକ ନିୟମାବଳୀମାନ ଘୋଷଣା କରିଛନ୍ତି।
କେନ୍ଦ୍ର ସରକାରଙ୍କ ମୁଖ୍ୟ ସଂସ୍ଥା ଭାବେ ଭାରତ ସରକାରଙ୍କ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ ସାଧାରଣ ଲୋକ ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ କେତେକ ନିୟମାବଳୀ ପ୍ରଣୟନ କରିଛନ୍ତି। ଏଗୁଡିକ ୱେବସାଇଟ ଙ୍ଗଙ୍ଗଙ୍ଗ.ଜ୍ଞକ୍ଟଷଲଙ୍ଗ.ଶକ୍ଟଙ୍ଖ.ସଦ୍ଭରେ ଉପଲବ୍ଧ ଅଛି। ଏଥିରେ ଅର୍ନ୍ତଭୂକ୍ତ ବିଷୟଗୁଡିକ ହେଲା –
– ନାଗରୀକ ଓ ସର୍ବାଗ୍ରେ କାର୍ଯ୍ୟରତ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ସଚେତନତା ସାମଗ୍ରୀ (ଇଂରାଜୀ ଓ ହିନ୍ଦୀରେ)
– ଜନସମାଗମ ଓ ସାମାଜିକ ଦୂରତ୍ୱ ନେଇ ଉପଦେଶାବଳୀ
– ରୋଗୀ ସେବା ନେଇ ହସ୍ପିଟାଲ ଏବଂ ଟେଲି ମେଡିସିନ ବ୍ୟବହାରକାରୀଙ୍କ ପାଇଁ ନିୟମାବଳୀ
– ସାଧାରଣ ହେଲ୍ପ ଲାଇନ ନମ୍ବର – ୧୦୭୫, ୦୧୧-୨୩୯୭୮୦୪୬, ୯୦୧୩୧୫୧୫୧୫
– ବାରମ୍ବାର ପଚାରା ଯାଉଥିବା ପ୍ରଶ୍ନ
କୋଭିଡ-୧୯ ସମଗ୍ର ଜନସମାଜ ଉପରେ ପ୍ରଭାବ ବିସ୍ତାର କରୁଥିବା ବେଳେ ଦିବ୍ୟାଙ୍ଗମାନଙ୍କ ପାଇଁ ଶାରିରୀକ ଅସମର୍ଥ୍ୟ ଯୋଗୁଁ ଏହାକୁ ସ୍ୱତନ୍ତ୍ର ଭାବେ ବିବେଚନା କରାଯାଉଛି। ସେଥିପାଇଁ ସେମାନଙ୍କ ଅସମର୍ଥ୍ୟ ପାଇଁ ଆବଶ୍ୟକ ନିର୍ଦ୍ଦିଷ୍ଟ ବିଷୟ ନିରୁପଣ କରାଯାଇ ସେମାନଙ୍କୁ ସୁରକ୍ଷା ଯୋଗାଇ ଦେବା ସର୍ବାଗ୍ରେ ବାଂଛନିୟ। ଶାରିରୀକ ଅସମର୍ଥ୍ୟ ଆଇନ ୨୦୧୬ର ଧାରା ୮ ଅନୁସାରେ ଏଭଳି ପରିସ୍ଥିତିରେ ଦିବ୍ୟାଙ୍ଗମାନଙ୍କର ଅନ୍ୟମାନଙ୍କ ଭଳି ସମାନ ସୁରକ୍ଷା ଅଧିକାର ରହିଛି। ଜାତୀୟ, ରାଜ୍ୟ ଓ ଜିଲ୍ଲା ସ୍ତରରେ ଥିବା ଆପଦା ପରିଚାଳନା କର୍ତ୍ତୃପକ୍ଷ ଏଥିନେଇ ଦିବ୍ୟାଙ୍ଗମାନଙ୍କୁ ସମସ୍ତ ବିଷୟ ଅବଗତ କରାଇବାକୁ ଆଇନରେ ବ୍ୟବସ୍ଥା ଅଛି। ଦିବ୍ୟାଙ୍ଗ ପରିଚାଳନା ଆୟୁକ୍ତମାନଙ୍କୁ ଏହି କର୍ତ୍ତୃପକ୍ଷର କର୍ମକର୍ତାମାନେ ଆପଦା ପରିଚାଳନା ସମୟରେ ଏ ବିଷୟରେ ଅବଗତ କରାଇବେ। ୨୦୧୯ ସେପ୍ଟେମ୍ବରରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅନ୍ତର୍ଗତ ଜାତୀୟ ଆପଦା ପରିଚାଳନା କର୍ତ୍ତୃପକ୍ଷ ଦିବ୍ୟାଙ୍ଗମାନଙ୍କ ଆପଦକାଳୀନ ବିପଦ ପ୍ରଶମନ ନେଇ ଏକ ନିର୍ଦ୍ଦେଶାବଳୀ ଜାରି କରିଥିଲା। ଚଳିତ ମାସ ୨୪ ତାରିଖ ଦିନ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ବିଭିନ୍ନ କର୍ତ୍ତୃପକ୍ଷଙ୍କୁ କୋଭିଡ-୧୯ ସଂକ୍ରମଣ ରୋକିବା ଦିଗରେ ୨୧ ଦିନିଆ ଲକଡାଉନ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି ଯାହାକି ୨୫ ତାରିଖ ଠାରୁ ଲାଗୁ ହୋଇଛି।
କେନ୍ଦ୍ର ଗୃହ ଓ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ନିୟମାବଳୀଗୁଡିକ ସମସ୍ତ ନାଗରୀକମାନଙ୍କ ପାଇଁ ଲାଗୁ ହେଉଥିବା ବେଳେ ବିଭିନ୍ନ ରାଜ୍ୟ ଓ ଜିଲ୍ଲା କର୍ତ୍ତୃପକ୍ଷ ଏହି ମହାମାରୀ କାଳରେ ଦିବ୍ୟାଙ୍ଗମାନଙ୍କ ସୁରକ୍ଷା ଓ ନିରାପତା ପାଇଁ ବିଶେଷ ଧ୍ୟାନ ଦେବେ।
ସାଧାରଣ କାର୍ଯ୍ୟକ୍ରମ-
– କୋଭିଡ-୧୯ ସଂକ୍ରାନ୍ତ ସମସ୍ତ ନିର୍ଦ୍ଦେଶାବଳୀ ସରଳ ଓ ସ୍ଥାନୀୟ ଭାଷାରେ ଲୋକଙ୍କୁ ଅବଗତ କରାଯିବ। ଦିବ୍ୟାଙ୍ଗମାନଙ୍କୁ ବୁଝିବା ପାଇଁ ଏଗୁଡିକୁ ବ୍ରେଲି ଏବଂ ଚକ୍ଷୁହୀନ ବ୍ୟକ୍ତିଙ୍କ ପାଇଁ ଅଡିଓ ଟେପ ଏବଂ ଶ୍ରବଣବାଧିତ ବ୍ୟକ୍ତିଙ୍କ ପାଇଁ ଅନ୍ୟାନ୍ୟ ଦୃଶ୍ୟଶ୍ରାବ୍ୟ କଥାବସ୍ତୁ ଯୋଗାଇ ଦିଆଯିବ।
– କୋଭିଡ-୧୯ ମୁକାବିଲା ଲାଗି ନିଯୁକ୍ତ ସ୍ୱାସ୍ଥ୍ୟକର୍ମୀ ମାନଙ୍କ ଭଳି ଦିବ୍ୟାଙ୍ଗମାନଙ୍କୁ ବୁଝାଉଥିବା ବ୍ୟକ୍ତିମାନେ ମଧ୍ୟ ସମାନ ସୁରକ୍ଷା ପାଇବେ।
– ଦିବ୍ୟାଙ୍ଗମାନଙ୍କ ଅଧିକାର ଓ ସେମାନଙ୍କ ସୁରକ୍ଷା ନେଇ ଏଥିରେ ନିଯୁକ୍ତ ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ଅତ୍ୟାବଶ୍ୟକ ତାଲିମ ପ୍ରଦାନ କରାଯିବ।
– ସମସ୍ତ ସଚେତନତା କାର୍ଯ୍ୟକ୍ରମ ବା ଅଭିଯାନ ଦିବ୍ୟାଙ୍ଗମାନଙ୍କ ପାଇଁ ମଧ୍ୟ କରାଯିବା ଆବଶ୍ୟକ।
– କ୍ୟାରେଂନଟାଇନ ସମୟରେ ବିଭିନ୍ନ ଶ୍ରେଣୀର ଦିବ୍ୟାଙ୍ଗମାନଙ୍କୁ ସେମାନଙ୍କ ଆବଶ୍ୟକତା ଅନୁସାରେ ସହାୟତା ଯୋଗାଇ ଦିଆଯିବ। ଦିବ୍ୟାଙ୍ଗମାନଙ୍କୁ ସହାୟତା ପ୍ରଦାନ କରିବା ଲାଗି ନିଯୁକ୍ତ ବ୍ୟକ୍ତିମାନେ ନିଜେ ଯାଇ ସେମାନଙ୍କ ନିକଟରେ ପହଂଚିବା ଅପରିହାର୍ଯ୍ୟ। ଭିଡ ମଧ୍ୟରେ ଦିବ୍ୟାଙ୍ଗମାନେ ଆସି ଲକଡାଉନ କାଳରେ ଆସିବାରେ ଅସୁବିଧା ହେଉଥିବା ଦୃଷ୍ଟିରୁ ଏଭଳି ନିର୍ଦ୍ଦେଶ ଦିଆଯାଇଛି।
– ଦିବ୍ୟାଙ୍ଗମାନଙ୍କୁ ସହାୟତା ଦିଗରେ ନିଯୁକ୍ତ ବ୍ୟକ୍ତିମାନେ ନିଜର ସୁରକ୍ଷା ସାମଗ୍ରୀ ସହିତ ଯିବା ଆବଶ୍ୟକ। ଦିବ୍ୟାଙ୍ଗମାନଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ବିଭିନ୍ନ ଆବାସିକ କଲ୍ୟାଣ ସଂଘର କର୍ମକର୍ତାମାନେ ମଧ୍ୟ ସେମାନଙ୍କ ପ୍ରତି ସମ୍ବେଦନଶୀଳ ହେବା ଆବଶ୍ୟକ।
– କୌଣସି ଘରେ ବା ଅନ୍ୟ ସ୍ଥାନରେ କ୍ୟାରେଂନଟାଇନ ଅବସ୍ଥାରେ ଥିବା ଦିବ୍ୟାଙ୍ଗମାନଙ୍କ ନିକଟରେ ଆବଶ୍ୟକ ଖାଦ୍ୟ, ପାନୀୟ ଜଳ, ଔଷଧପତ୍ର ଇତ୍ୟାଦି ଯଥାସମ୍ଭବ ପହଂଚାଇବାର ବ୍ୟବସ୍ଥା କରାଯିବା ଉଚିତ।
– ଦିବ୍ୟାଙ୍ଗ ଓ ବୟସ୍କମାନଙ୍କ ପାଇଁ ଆବଶ୍ୟକ ଦୈନନ୍ଦିନ ସାମଗ୍ରୀ ଯେପରି ବିଭିନ୍ନ ଷ୍ଟେର ଓ ସୁପରମାର୍କେଟରେ ସହଜରେ ଉପଲବ୍ଧ ହେବ ସେଥିପାଇଁ ନିର୍ଦ୍ଦିଷ୍ଟ ସମୟ ନିର୍ଦ୍ଧାରଣ କରିବାକୁ ରାଜ୍ୟ ଓ କେନ୍ଦ୍ର ସରକାରମାନେ ଚେଷ୍ଟିତ ରହିବେ।
– ଅନ୍ୟ ସ୍ଥାନକୁ ଯିବାକୁ ଥିଲେ ଦିବ୍ୟାଙ୍ଗମାନଙ୍କୁ ସ୍ୱତନ୍ତ୍ର ସୁବିଧା ଉପଲବ୍ଧ କରାଇ ଯାତ୍ରା ପାସ ପ୍ରଦାନ କରାଯିବ।
– ଦିବ୍ୟାଙ୍ଗମାନଙ୍କୁ ସ୍ୱାସ୍ଥ୍ୟସେବାରେ ପ୍ରାଥମିକତା ଦେବା ସହ ଦିବ୍ୟାଙ୍ଗ ଶିଶୁ ଓ ମହିଳାମାନଙ୍କ କ୍ଷେତ୍ରରେ ସ୍ୱତନ୍ତ୍ର ଧ୍ୟାନ ଦିଆଯିବ।
– ଦିବ୍ୟାଙ୍ଗମାନେ ସହଜରେ ସଂକ୍ରମିତ ହେବା ସମ୍ଭାବନା ଦୃଷ୍ଟିରୁ ଦୃଷ୍ଟିହୀନ ତଥା ଅନ୍ୟାନ୍ୟ କାରଣରୁ ଅସମର୍ଥ୍ୟ ବ୍ୟକ୍ତିମାନଙ୍କୁ ଉଭୟ ସରକାରୀ ଓ ଘରୋଇ କ୍ଷେତ୍ରରେ ନିତ୍ୟ ବ୍ୟବହାର୍ଯ୍ୟ କାର୍ଯ୍ୟରୁ ଅବ୍ୟାହତ ଦିଆଯିବ।
– କ୍ୟାରେନଟାଇନରେ ଥିବାବେଳେ ଅନଲାଇନ ଜରିଆରେ ଦିବ୍ୟାଙ୍ଗମାନଙ୍କୁ ସେମାନଙ୍କ ପରିବାର ସହ ଉପଦେଶ ଦିଆଯିବା ଲାଗି ଚେଷ୍ଟା କରାଯିବ।
– ରାଜ୍ୟସ୍ତରରେ କେବଳ ଦିବ୍ୟାଙ୍ଗଜନଙ୍କ ନିମନ୍ତେ ୨୪ଙ୍ଘ୭ ହେଲ୍ପଲାଇନ ପ୍ରତିଷ୍ଠା କରାଯିବ।
– କୋଭିଡ-୧୯ ସମ୍ପର୍କରେ ସୂଚନା ଦେବା ପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳ ଗୁଡିକ ବିଶେଷ ବ୍ୟବସ୍ଥା କରିବେ।
ଏହି ସମୟ କାଳବେଳେ ବିଭିନ୍ନ ଦିବ୍ୟାଙ୍ଗ ସମସ୍ୟାର ସମାଧାନର ସୂତ୍ର-
– ଦିବ୍ୟାଙ୍ଗମାନଙ୍କ ପାଇଁ ରାଜ୍ୟ ଆୟୁକ୍ତ ଏହାର ନୋଡାଲ ଅଧିକାରୀ ରହିବେ।
– ଏହି ସମୟରେ ଦିବ୍ୟାଙ୍ଗମାନଙ୍କ ସମସ୍ୟାର ସେହି ହିଁ ମୁଖ୍ୟ ରହିବେ।
– ସେ ରାଜ୍ୟ ଆପଦ କାଳୀନ ପରିଚାଳନା କର୍ତ୍ତୃପକ୍ଷ, ସ୍ୱାସ୍ଥ୍ୟ, ପୁଲିସ ଓ ଅନ୍ୟାନ୍ୟ ବିଭାଗ ସହ ଦିବ୍ୟାଙ୍ଗମାନଙ୍କ ସମସ୍ୟା ନେଇ ଯୋଗସୂତ୍ର ରକ୍ଷା କରିବେ।
– କୋଭିଡ-୧୯ ସଂକ୍ରାନ୍ତ ବିଭିନ୍ନ କଟକଣା ଓ ଆବଶ୍ୟକ ସେବା ନେଇ ସ୍ଥାନୀୟ ଭାଷାରେ ସଚେତନତା ସୃଷ୍ଟି କରିବାର ଦାୟିତ୍ୱ ତାଙ୍କ ଉପରେ ନ୍ୟସ୍ତ ହୋଇଛି।
ଜିଲ୍ଲା ସ୍ତରୀୟ-
– ଜିଲ୍ଲାରେ ଦିବ୍ୟାଙ୍ଗମାନଙ୍କ ପାଇଁ ନିଯୁକ୍ତ ଜିଲ୍ଲା ଅଧିକାରୀ ନୋଡାଲ କର୍ତ୍ତୃପକ୍ଷ ଭାବେ କାର୍ଯ୍ୟ କରିବେ।
– ଜିଲ୍ଲାସ୍ତରୀୟ ନୋଡାଲ ଅଧିକାରୀଙ୍କ ନିକଟରେ ଜିଲ୍ଲାୱାରୀ ଦିବ୍ୟାଙ୍ଗମାନଙ୍କ ଏକ ତାଲିକା ରହିବା ସହ ସମୟ ସମୟରେ ସେମାନଙ୍କ ଆବଶ୍ୟକତା ଅନୁଯାୟୀ ପଦକ୍ଷେପ ଗ୍ରହଣ କରିବେ।
– ଉପଲବ୍ଧ ସମ୍ବଳର ଉପଯୋଗ କରି ଏହି ଅଧିକାରୀ ବିଭିନ୍ନ ସମସ୍ୟାର ସମାଧାନ କରିବେ ଓ ଆବଶ୍ୟକ ହେଲେ ବିଭିନ୍ନ ଅଣସରକାରୀ ବା ଆବାସିକ କଲ୍ୟାଣ ସଂଘଗୁଡିକର ସହାୟତା ମଧ୍ୟ ନେଇପାରିବେ।