Home ଓଡ଼ିଶା ଯୋଡା – ସ୍ତ୍ରୀ ଚରିତ୍ରକୁ ସନ୍ଦେହ କରି ଭୁଜାଲି ମାଡ

ଯୋଡା – ସ୍ତ୍ରୀ ଚରିତ୍ରକୁ ସନ୍ଦେହ କରି ଭୁଜାଲି ମାଡ

249

ଯୋଡା, ୩୦ା ୩ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଯୋଡା ପୌରପାଳିକା ଅନ୍ତର୍ଗତ ମୁଖାର୍ଜୀ ହାଟିଂରେ ସ୍ତ୍ରୀ ଚରିତ୍ରକୁ ସନ୍ଦେହ କରି ଏକ ଝଗଡାର ସୂତ୍ରପାତ ହେବା ଏବଂ ପରେ ଭୁଜାଲି ମାଡରେ ଜଣେ ଆହତ ହେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ଘଟଣାରୁ ପ୍ରକାଶ ଯେ, ମୁଖାର୍ଜୀ ହାଟିଂର ରାମ ସିଂ ତିରିଆ ନାମକ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀ ସେହି ବସ୍ତିର ବୁତୁରୁ ଓରଫ ସଞ୍ଜୟ ତନ୍ତୀ ତନ୍ତ୍ରୀ ନାମକ ଅନ୍ୟ ଜଣେ ବ୍ୟକ୍ତି ସହିତ ମୋବାଇଲ ଫୋନ ଯୋଗେ କଥାବାର୍ତ୍ତା ହେଉଥିବା ନେଇ ସନ୍ଦେହ କରି ତାଙ୍କ ସ୍ତ୍ରୀ କୁ ଧରି ବୁତୁରୁଙ୍କ ଘରେ ପହଞ୍ଚିଥିଲେ । କାହିଁକି ତାଙ୍କ ସ୍ତ୍ରୀ ସହିତ ସେ କଥାବାର୍ତ୍ତା କରୁଛନ୍ତି ଏ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ଉତ୍ତେଜିତ ହୋଇ ବୁତୁରୁ ତନ୍ତୀଙ୍କ ଦୁଇ ପୁଅ ଆକାଶ ତନ୍ତୀ ଏବଂ ପ୍ରହଲ୍ଲାଦ ତନ୍ତୀ ଉଭୟ ଜଣେ ଖଣ୍ଡା ଏବଂ ଜଣେ ଭୁଜାଲି ଧରି ରାମ ସିଂ ତିରିଆଙ୍କୁ ଆକ୍ରମଣ କରିବାକୁ ଗୋଡାଇଥିଲେ । ଶେଷରେ ଆକାଶ ତନ୍ତୀଙ୍କ ଭୁଜାଲି ମାଡରେ ରାମସିଂ କ୍ଷତାକ୍ତ ହୋଇ ତଳେ ପଡିଯାଇଥିଲେ । ତାଙ୍କ ମୁଣ୍ଡରେ ଗଭିର କ୍ଷତ ହୋଇଥିବା ବେଳେ ମାତ୍ରାଧିକ ରକ୍ତସ୍ରାବ ହୋଇଥିବା ବେଳେ ତାଙ୍କୁ ସ୍ଥାନୀୟ ଲୋକେ ନିକଟସ୍ଥ କେନ୍ଦ୍ରୀୟ ଚିକିତ୍ସାଳୟକୁ ନେଇଯାଇଥିଲେ । ବର୍ତ୍ତମାନ ସେ ଚିକିତ୍ସାଧିନ ଥିବା ବେଳେ ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ନିକଟସ୍ଥ ବସ୍ତି ବାସିନ୍ଦାଙ୍କ ଠାରୁ ସୂଚନା ମିଳିଛି ଯେ, ଆକାଶ ତନ୍ତୀ ଜଣେ ଅଭ୍ୟାସଗତ ଅପରାଧି ତାଙ୍କ ନାମରେ ଯୋଡା ଥାନାରେ ଅନେକ ମାମଲା ରହିଛି । ତେବେ ଏ ନେଇ କୌଣସି ଏତଲା ଯୋଡା ଥାନାରେ ଦାୟର କରାଯାଇନାହିଁ । ଘଟଣା ଲେଖାଯିବା ପର୍ଯ୍ୟନ୍ତ କେହି ଗିରଫ ହୋଇନଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.