Home ଓଡ଼ିଶା କଟକ ବଡ ମେଡିକାଲରେ ଥିବା କରୋନା ୱାର୍ଡକୁ ଡ୍ରିମ୍ସ ପରିସରକୁ ସ୍ଥାନାନ୍ତରିତ କରାଯିବ

କଟକ ବଡ ମେଡିକାଲରେ ଥିବା କରୋନା ୱାର୍ଡକୁ ଡ୍ରିମ୍ସ ପରିସରକୁ ସ୍ଥାନାନ୍ତରିତ କରାଯିବ

316

କଟକ୨୭ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) କଟକ ଟାଙ୍ଗୀ ଅଞ୍ଚଳରେ ଥିବା ଡ୍ରିମ୍ସ କଲେଜକୁ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ (ଏସସିବି)ରେ ଥିବା କରୋନା ୱାର୍ଡ ସ୍ଥାନାନ୍ତର କରାଯିବ ।  ଟାଙ୍ଗୀ  ଥିବା ଡ୍ରିମ୍ସ କଲେଜ ପରିସରରେ ଏକ ସ୍ୱତନ୍ତ୍ର କରୋନା ହସ୍ପିଟାଲ ଖୋଲାଯିବା ନେଇ ଏସସିବି ଓ ଜିଲ୍ଲା ପ୍ରଶାସନ ମିଳିତ ଭାବେ ନିଷ୍ପତ୍ତି ନେଇଛନ୍ତି । ଏହି କରୋନା ହସ୍ପିଟାଲରେ ୫୦୦ ବେଡ ଓ ୫୦ଟି ଆଇସିୟୁ ରହିବ ବୋଲି ଜଣାପଡ଼ିଛି ।ଏହି ସ୍ବତନ୍ତ୍ର କରୋନା ହସ୍ପିଟାଲ ଖୋଲିବା ପାଇଁ ପୁରୁଷ ଛାତ୍ରାବାସର ୩୦୪ଟି କୋଠରି ଓ ମହିଳା ଛାତ୍ରାବାସର ୧୩୦ଟି କୋଠରିକୁ କର୍ତ୍ତୃପକ୍ଷଙ୍କ ଠାରୁ ପ୍ରଶାସନ ନିଜ ହାତକୁ ନେଇଛି। ପ୍ରଶାସନିକ ଭବନରେ ଥିବା ଗୋଟିକିଆ କୋଠରିକୁ ଆଇସିୟୁ କରାଯିବ । ଡ୍ରିମ୍ସ ପରିସରରେ ଓପିଡି କାଉଣ୍ଟର, ପରୀକ୍ଷାଗାର, ଡାକ୍ତର ଏବଂ ମେଡିକାଲ ଷ୍ଟାଫଙ୍କ ରହିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯିବ । ଯୁଦ୍ଧକାଳୀନ ଭିତ୍ତିରେ ଏହି କାମ କରାଯିବ ।ଭିତ୍ତିଭୂମିର ଯାଞ୍ଚ ପାଇଁ କେନ୍ଦ୍ରାଞ୍ଚଳ ରାଜସ୍ୱ କମିସନର ଅନୀଲ କୁମାର ସାମଲ, ଜିଲ୍ଲାପାଳ ଭବାନୀ ଶଙ୍କର ସୟନୀଙ୍କ ସହିତ ଏସସିବିର ଅଧୀକ୍ଷକ ଅନ୍ନଦା ପ୍ରସାଦ ପଟ୍ଟନାୟକ, ଡ୍ରିମ୍ସ କଲେଜର ଅଧ୍ୟକ୍ଷ ପ୍ରମୋଦ ରଥ ପ୍ରମୁଖ ଭିତ୍ତିଭୂମି ଯାଞ୍ଚ କରିଥିଲେ । ଏସସିବିରେ ରହିଥିବା କରୋନା ୱାର୍ଡକୁ  ଡ୍ରିମ୍ସ ପରିସରକୁ ଖୁବ ଶୀଘ୍ର  ସ୍ଥାନାନ୍ତରିତ କରାଯିବ ବୋଲି ସୁଚନା ମଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.