Home ଅପରାଧ ମହୁଲ ଗଛରେ ଦଉଡ଼ି ଲଗାଇ ଯୁବକଙ୍କ ଆତ୍ମହତ୍ଯା

ମହୁଲ ଗଛରେ ଦଉଡ଼ି ଲଗାଇ ଯୁବକଙ୍କ ଆତ୍ମହତ୍ଯା

947

ହରିଚନ୍ଦନପୁର,୨୭ ମାର୍ଚ୍ଚ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ସୁନାପେଣ୍ଠ ଗ୍ରାମ ପଞ୍ଚାୟତ ପଙ୍ଗାପଶି ଗ୍ରାମ ଭାଗବତ ମହାରଣାଙ୍କ ବଡପୁଅ ବଗୁଲୁ ମହାରଣା ଗୁରୁବାର ବିଳମ୍ବିତ ରାତିରେ ଘରପାଖରେ ଥିବା ଏକ ମହୁଲ ଗଛରେ ଫାଶି ଲଗାଇ ଆତ୍ମହତ୍ଯା କରିଥିବା ଜଣାପଡିଛି । ଖବର ଅନୁଯାୟୀ ବଗୁଲୁ ପ୍ରେମ ଜନିତ କାରଣକୁ ନେଇ ଆତ୍ମହତ୍ଯା କରିଥିବାର ଜଣାପଡିଛି । ବାପା ଭାଗବତଙ୍କ କହିବା ଅନୁଯାୟୀ ବଗୁଲୁ ଏକ ଝିଅକୁ ଭଲପାଇ ବିବାହ କରିବା ପାଇଁ କହିଥିଲା । ହେଲେ କୋରନାକୁ ନେଇ ଚାରିଆଡେ ସରକାରଙ୍କ କଟକଣା ଲାଗିରଥିବାରୁ କିଛିଦିନ ଗଲାପରେ ବାହାଘର କରିବେ ବୋଲି ବାପା କହିଥିଲେ । ବାପାଙ୍କ କଥାରେ ପୁଅର ମନ ବୁଝିନଥିଲା, ଫଳରେ ବିଳମ୍ବିତ ରାତିରେ ଆତ୍ମହତ୍ଯାର ଚରମ ନିଷ୍ପତି ବାଛି ନେଇଥିଲା । ସକାଳେ ପରିବାର ଲୋକ ଜାଣିବା ପରେ ହରିଚନ୍ଦନପୁର ଥାନାକୁ ଖବର‌ ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାକୁ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ଏଥିସହ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ପଠାଇବା ସହ ଘଟଣାର ଅଧିକରୁ ଅଧିକ ତଦନ୍ତ ଚଳାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.