Home ଓଡ଼ିଶା ମହାମାରୀ କରୋନା ସଚେତନତା;  ଆଉ ୯ ଟି ଜିଲାକୁ ଲକ୍ ଡାଉନ ଘୋଷଣା କଲେ ରାଜ୍ୟ...

ମହାମାରୀ କରୋନା ସଚେତନତା;  ଆଉ ୯ ଟି ଜିଲାକୁ ଲକ୍ ଡାଉନ ଘୋଷଣା କଲେ ରାଜ୍ୟ ସରକାର

168

ଭୁବନେଶ୍ୱର୨୩ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ରାଜ୍ୟ ସରକାର ମହାମାରୀ କରୋନାକୁ ମୁକାବିଲା କରିବାପାଇଁ ଗତ ୨୧ ତାରିଖରେ ୫ଟି ଜିଲା ଏବଂ ୮ଟି ସହରକୁ ଲକ୍ ଡାଉନ ଘୋଷଣା କରିଥିବା ବେଳେ ଆଜି ରାଜ୍ୟ ସରକାର ଆଉ ୯ ଟି ଜିଲାକୁ ଲକ୍ ଡାଉନ ଘୋଷଣା କରିଛନ୍ତି। ଗତ ୨୧ ତାରିଖରେ ରାଜ୍ୟ ସରକାର ଖୋର୍ଦ୍ଧା, ଗଞ୍ଜାମ, କଟକ, କେନ୍ଦ୍ରାପଡ଼ା ଓ ଅନୁଗୁଳ ଜିଲାକୁ ଲକ୍ ଡାଉନ୍ ଘୋଷଣା କରିଥିବା ବେଳେ ଆଜି ପୁରୀ, ନୟାଗଡ, ଯାଜପୁର, ଜଗତସିଂପୁର, ଭଦ୍ରକ, ବାଲେଶ୍ବର, ଢେଙ୍କାନାଳ, ସମ୍ବଲପୁର ଓ ଝାରସୁଗୁଡା ଜିଲାକୁ ଲକ୍ ଡାଉନ୍ ଘୋଷଣା କରିଛନ୍ତି। ଏହି ସବୁ ଜିଲାମାନଙ୍କରେ ଆସନ୍ତା ୨୯ ତାରିଖ କଡାକଡି ଭାବେ ଲକ୍ ଡାଉନ୍ କରିବାପାଇଁ ନିର୍ଦେଶ ଦେଇଛନ୍ତି।ଲକ୍ ଡାଉନ୍ ସମୟରେ ଗ୍ରୋସରୀ, ପରିବା, ମାଛ, ମାଂସ, ଅଣ୍ଡା ଦୋକାନ ଖୋଲା ରହିବା ସହ ପେଟ୍ରୋଲ ପମ୍ପ, ମେଡିସିନ୍‍ ଦୋକାନ ଆଦି ଖୋଲା ରହିବ। ଅତ୍ୟାବଶ୍ୟକ ଦ୍ରବ୍ୟର ହୋଲସେଲ୍‍ ମାର୍କେଟ ସମେତ ହସ୍ପିଟାଲ, ବ୍ୟାଙ୍କ, ଏଟିଏମ୍‍, ପୌର ସେବା, ପୁଲିସ, ଅଗ୍ନିଶମ, ଓଡ୍ରାଫ୍‍, ପାନୀୟ ଜଳ ଓ ବିଦ୍ୟୁତ୍‍ ସେବା ଜାରି ରହିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.