Home ଓଡ଼ିଶା ଯୋଡା : ରେଳ ଷ୍ଟେସନରୁ ଟେକିନେଲେ ମହିଳାଙ୍କୁ, ୭ଦିନ ପରେ ମଧ୍ୟ ମହିଳାଙ୍କ ପତ୍ତା ନାହିଁ

ଯୋଡା : ରେଳ ଷ୍ଟେସନରୁ ଟେକିନେଲେ ମହିଳାଙ୍କୁ, ୭ଦିନ ପରେ ମଧ୍ୟ ମହିଳାଙ୍କ ପତ୍ତା ନାହିଁ

1350

ଯୋଡା, ୨୩ା ୩ (ଓଡିଆ ପୁଅ / ସେକ୍ ଡାବିର ମହମ୍ମଦ) : ନିର୍ଭୟା କାଣ୍ଡ ଘଟଣାର ଦୋଷୀ ମାନଙ୍କ ଫାଶୀ ଦଣ୍ଡରେ ଦଣ୍ଡିତ କରାଯାଇ ଏକ ଦୁଷ୍ଟାନ୍ତ ମୂଳକ ଦଣ୍ଡ ବିଧାନ ନିକଟରେ କରାଯାଇଥିଲେ ମଧ୍ୟ ଦୁଷ୍ମର୍ମକାରୀଙ୍କ ମଧ୍ୟରେ ଏହା ଭୟ ସଂଚାର କରିପାରିନାହିଁ । ୧୬ ତାରିଖ ରାତ୍ରୀରେ ବଡବିଲ ରେଳ ଷ୍ଟେସନରେ ସେହିପରି ଏକ ବର୍ବର କାଣ୍ଡ ଘଟିଯାଇଛି । ଜଣେ ମହିଳା ଏବଂ ତାଙ୍କର ୫ ବର୍ଷର ଛୋଟ ପୁଅ ରେଳ ଗାଡିରେ ଯିବା ପାଇଁ ଅପେକ୍ଷା କରୁଥିବା ବେଳେ ବିଳମ୍ବିତ ରାତ୍ରୀରେ ୪ଜଣ ଦୁର୍ବୁତ୍ତତାଙ୍କୁ ଷ୍ଟେସନରୁ ଉଠାଇନେଇଥିଲେ । ଘଟଣଟିକୁ ୭ଦିନ ବିତିଯାଇଥିଲେ ମଧ୍ୟ ମହିଳା ଜଣଙ୍କର ପତ୍ତା ମିଳିପାରିନାହିଁ । ତାଙ୍କର ୫ ବର୍ଷର ପୁଅକୁ ସେରେଣ୍ଡାସ୍ଥିତ ଡଃ ପଦ୍ମଶ୍ରୀ ତୁଳସୀ ମୁଣ୍ଡାଙ୍କ ଆଦିବାସୀ ବିକାଶ ସମିତି ଆଶ୍ରମରେ ରଖାଯାଇଛି । ଏହି ଘଟଣାଟିରେ ୨ଜଣ ଯୁବକଙ୍କୁ ଅଟକ ରଖି ପଚରାଉଚରା କରାଯାଉଥିବା ବେଳେ ଏପର୍ଯ୍ୟନ୍ତ ମହିଳା ଜଣଙ୍କର ପତ୍ତା ନମିଳିବା ପୁଲିସର ପାରିବା ପଣିଆ ପ୍ରତି ପ୍ରଶ୍ନବାଚି ସୃଷ୍ଟି କରିଛି । ରେଳ ଷ୍ଟେସନରେ ଲାଗିଥିବା ସିସିଟିଭି ଫୁଟେଜରୁ ଅପରାଧିମାନଙ୍କର ସୂଚନା ମିଳିଥିଲେ ମଧ୍ୟ ପୁଲିସ ୭ଦିନ ପରେ ମଧ୍ୟ ଅପରାଧିମାନଙ୍କ ପାଖରେ ପହଞ୍ôଚନପାରିବା କେନ୍ଦୁଝର ଜିଲ୍ଲା ପୁଲିସ ବିଭାଗ ପ୍ରତି ଘୋର ଲଜ୍ଜ୍ୱାର ବିଷୟ ବୋଲି ସାଧାରଣରେ ବିବେଚନା କରାଯାଉଛି । ଘଟଣାରୁ ପ୍ରକାଶ ଯେ, ମହିଳା ଜଣଙ୍କ ତାଙ୍କର ୫ ବର୍ଷର ପୁଅ ସହିତ ଟାଟାନଗର ରେଳ ଷ୍ଟେସନରୁ ନିଜ ସମ୍ପର୍କିୟଙ୍କ ଘରକୁ ଯିବା ପାଇଁ ଭୁଲ ବଶତଃ ଟାଟା ବଡବିଲ ପାସେଞ୍ଜର ଟ୍ରେନରେ ବସିଯାଇଥିଲେ । ଏହି ଟ୍ରେନଟି ୫.୩୦ମି.ରେ ଟାଟାରୁ ଛାଡିଥିବା ବେଳେ ୯.୨୫ମି.ରେ ବଡବିଲରେ ପହଞ୍ଚିଥିଲା । ସେଠାରେ ସେ ଭୁଲରେ ବଡବିଲ ଚାଲିଆସିଥିବା ଜାଣିବାକୁ ପାଇଥିଲେ । ତେଣୁ ଷ୍ଟେସନରେ ନିଜ ଛୋଟ ଛୁଆକୁ ଧରି ସକାଳେ ବଡବିଲ-ଟାଟା ଯାଉଥିବା ରେଳରେ ଯିବା ପାଇଁ ଷ୍ଟେସନରେ ଅପେକ୍ଷା କରିଥିଲେ । ତେବେ ରାତି ପ୍ରାୟ ୧୨.୪୭ମି. ସମୟରେ ୪ ଜଣ ଦୁର୍ବୁତ୍ତ ମହିଳା ଜଣଙ୍କୁ ପ୍ରଥମେ ଟଣା ଓଟରା କରିବା ସହିତ ପରେ ତାଙ୍କୁ ଷ୍ଟେସନରୁ ଉଠାଇନେଇଥିଲେ । ଘଟଣାଟି ପରେ ପିଲାଟି କାନ୍ଦିବାରୁ ଘଟଣାଟିର ତଦନ୍ତ ଆରମ୍ଭ ହୋଇଥିଲା ।ସିସି ଟିଭି ଫୁଟେଜକୁ ଆଧାର କରି ତଦନ୍ତ ଆରମ୍ଭ ହୋଇଥିବା ବେଳେ ମହିଳାଙ୍କ ପରିବାରକୁ ଏସମ୍ପର୍କରେ ଖବର ଦିଆଯାଇଛି । ମହିଳାଙ୍କ ଘର ଝାରଖଣ୍ଡ ରାଜ୍ୟର ରାମଗଡ ଜିଲ୍ଲାରେ ହୋଇଥିବା ବେଳେ ତାଙ୍କ ସ୍ୱାମୀ ଜଣେ ଟ୍ରକ ଚାଳକ ବୋଲି ଶିଶୁଟିର ବୟାନରୁ ଜଣାପଡିଛି । ତେବେ ମହିଳା ଜଣଙ୍କ କେଉଁ ଅବସ୍ଥାରେ ଅଛନ୍ତି ତାହା ଖଣି ଅଞ୍ଚଳରେ ବର୍ତ୍ତମାନ ଉଦ୍‌ବେଗ ସୃଷ୍ଟି କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.