Home ଓଡ଼ିଶା ଯୋଡା – ଦୁର୍ଘଟଣାରେ ଶ୍ରମିକ ଗୁରୁତର; ହେଲିକ୍ୟାପ୍ଟର ଯୋଗେ ଟାଟା ସ୍ଥାନାନ୍ତର

ଯୋଡା – ଦୁର୍ଘଟଣାରେ ଶ୍ରମିକ ଗୁରୁତର; ହେଲିକ୍ୟାପ୍ଟର ଯୋଗେ ଟାଟା ସ୍ଥାନାନ୍ତର

181

ଯୋଡା, ୨୩ା ୩ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଯୋଡାସ୍ଥିତ ଟାଟା କମ୍ପାନୀର ଯୋଡା ଇଷ୍ଟ ଲୌହ ଖଣିରେ ଏକ ଦୁର୍ଘଟଣା ଘଟି ଜଣେ ଶ୍ରମିକ ଗୁରୁତର ହୋଇପଡିବା ଓ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ସ୍ୱତନ୍ତ୍ର ହେଲିକ୍ୟାପ୍ଟର ଯୋଗେ ଜାମସେଦପୁରସ୍ଥିତ ଟାଟା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯିବା ଘଟଣା ଶ୍ରମିକ ମହଲରେ ଉଦ୍‌ବେଗ ସୃଷ୍ଟି କରିଛି । ଘଟଣାରୁ ପ୍ରକାଶ ଯେ, ଦୁର୍ଘଟଣାରେ ଗୁରୁତର ଶ୍ରମିକଙ୍କ ନାମ ସନ୍ଦିର ସମାଡ (୨୮) । ସେ ୱେଟ ପ୍ଲାଣ୍ଟରେ ସ୍କ୍ରିନ ର ରକ୍ଷଣା ବେକ୍ଷଣ କାଯ୍ୟ କରୁଥିବା ବେଳେ ସୋମବାର ଦିନ ୧୧.୪୫ମି. ସମୟରେ ସେଠାରେ ବ୍ୟବାହାର କରାଯାଉଥିବା କ୍ରେନର ସମ୍ମୁଖରେ ଲାଗିଥିବା ବିଶାଳ ଲୁହା ହୁକଟି ଛିଡି ଆସି ତାଙ୍କର ଛାତିରେ ବାଡେଇ ହୋଇଥିଲା । ଫଳରେ ସେ ଗୁରୁତର ଅବସ୍ଥାରେ ତଳେ ପଡିଯାଇଥିଲେ । ସେଠାରୁ ତାଙ୍କୁ ଯୋଡାସ୍ଥିତ ଟାଟା ଡାକ୍ତରଖାନାକୁ ଅଣାଯାଇଥିଲା । ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା ପରେ ତାଙ୍କର ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ଏକ ସ୍ୱତନ୍ତ୍ର ହେଲିକ୍ୟାପ୍ଟର ଯୋଗେ ତାଙ୍କୁ ଜାମସେଦପୁରସ୍ଥିତ ଟାଟା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ସୁରକ୍ଷାରେ ଅସାବଧାନତା ଯୋଗୁଁ ଏହି ଘଟଣାଟି ଘଟିଥିବା ବେଳେ କାର୍ଯ୍ୟରତ ଠିକାଦାର ଏହାକୁ ଲୁଚାଇବାକୁ ଚେଷ୍ଟା କରିଥିଲେ । ତେବେ ଦୁର୍ଘଟଣାଗ୍ରସ୍ଥ ସନ୍ଦିର ସମାଡ ଯୋଡା ଲୌହ ଖଣିରେ ନିୟୁ ମଗଧ ରୋଡୱେଜ ନାମକ ଏକ ଠିକା ସଂସ୍ଥାରେ କାର୍ଯ୍ୟରତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.