Home Coronavirus Outbreak କରୋନା ଭାଇରସ୍ – ମାର୍ଚ୍ଚ ୨୪ ମଧ୍ୟରାତ୍ରିରୁ ଘରୋଇ ବିମାନ ଚଳାଚଳ ବନ୍ଦ

କରୋନା ଭାଇରସ୍ – ମାର୍ଚ୍ଚ ୨୪ ମଧ୍ୟରାତ୍ରିରୁ ଘରୋଇ ବିମାନ ଚଳାଚଳ ବନ୍ଦ

142

ନୂଆ ଦିଲ୍ଲୀ ୨୩-୩ (ଓଡ଼ିଆ ପୁଅ) : କରୋନାଭାଇରସ୍ କାରଣରୁ ଭାରତର ଘରୋଇ ବିମାନ ମଙ୍ଗଳବାର ମଧ୍ୟରାତ୍ରିରୁ ବନ୍ଦ ହୋଇଯିବ। ସମସ୍ତ ରେଳ ଯାତ୍ରା ବନ୍ଦ ହେବା ପରେ ବିମାନ ସେବା ମଧ୍ୟ ବନ୍ଦ ହୋଇଛି। ଆଜି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପତ୍ର ଲେଖି ପଶ୍ଚିମ ବଙ୍ଗକୁ ସମସ୍ତ ବିମାନ ସେବା ବନ୍ଦ କରାଇବା ପାଇଁ ଜଣାଇଥିଲେ। ବଢ଼ୁଥିବା କରୋନା ଜୀବାଣୁ କାରଣରୁ ମଙ୍ଗଳବାର ରାତି ୧୨ ଟାରୁ ବିମାନ ଉଡ଼ାଣ ବନ୍ଦ ହେବ। ଏହାପୂର୍ବରୁ ରେଳ ସେବା ଉପରେ ପ୍ରତିବନ୍ଧକ ଲଗାଯାଇଛି। କିନ୍ତୁ ମଙ୍ଗଳବାର ରାତି ୧୨ ଟାରୁ କାର୍ଗୋ ବିମାନ ଉପରେ ପ୍ରତିବନ୍ଧକ ଲାଗୁ ହେବ ନାହିଁ।

ସୂଚନାଯୋଗ୍ୟଯେ, ଦେଶରେ ପ୍ରତିଦିନ ପ୍ରାୟ ୬୫୦୦ ଘରୋଇ ବିମାନ ଅଛି ଏବଂ ପ୍ରତିବର୍ଷ ୧୪୪.୧୭ ମିଲିୟନ ଯାତ୍ରୀ ଯାତ୍ରା କରନ୍ତି। ଏପର୍ଯ୍ୟନ୍ତ ୮ ଜଣଙ୍କର ମୃତ୍ୟୁ ହୋଇସାରିଲାଣି। ବର୍ତ୍ତମାନ ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ୪୩୪ ହେଲାଣି।

ଦିଲ୍ଲୀ, ରାଜସ୍ଥାନ, ବିହାର, ପଞ୍ଜାବ, ଉତ୍ତରପ୍ରଦେଶ, ଛତିଶଗଡ, ଝାଡଖଣ୍ଡ, ଜାମ୍ମୁ କାଶ୍ମୀର, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ନାଗାଲାଣ୍ଡ, ଅରୁଣାଚଳ ପ୍ରଦେଶରେ କରୋନା ଜୀବାଣୁ ଯୋଗୁଁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ତାଲା ବନ୍ଦ ହୋଇଛି। ଏହା ବ୍ୟତୀତ ଉତ୍ତରପ୍ରଦେଶର ୧୬ ଟି ଜିଲ୍ଲା ମଧ୍ୟ ୨୫ ମାର୍ଚ୍ଚ ପର୍ଯ୍ୟନ୍ତ ତାଲା ବନ୍ଦ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.