Home ଓଡ଼ିଶା ଯୋଡା : ଜିିନ୍ଦଲ କାରଖାନାରୁ ପିଲେଟ ଚୋରି, ୩ ଅଭିଯୁକ୍ତ ଗିରଫ, ଟ୍ରକ, ଲୋଡର ଜବତ

ଯୋଡା : ଜିିନ୍ଦଲ କାରଖାନାରୁ ପିଲେଟ ଚୋରି, ୩ ଅଭିଯୁକ୍ତ ଗିରଫ, ଟ୍ରକ, ଲୋଡର ଜବତ

209

ଯୋଡା, ୨୩ା ୩ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ବଡବିଲ ସୋୟାବାଲିସ୍ଥିତ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଲିଃର ପିଲେଟ (ଲୁହା ଗୁଲି)କାରଖାନାରୁ ମାଫିଆ ମାନଙ୍କ ଦ୍ୱାରା ଦୀର୍ଘ ଦିନରୁ ଚାଲିଆସିଥିବା ପିଲେଟ ଚୋରି କାରବାରର ପର୍ଦ୍ଦାଫାସ କରିଛି ଯୋଡା ପୁଲିସ । ଏ ସଂକ୍ରାନ୍ତରେ ପୁଲିସ ୩ଜଣଙ୍କୁ ଗିରଫ କରି ବଡବିଲ କୋର୍ଟକୁ ଚାଲାଣ କରିଛି । ସେମାନେ ହେଲେ ପିଲେଟ ବୋଝେଇ ଟ୍ରକର ଡ୍ରାଇଭର ନୟାଗଡ ଅଞ୍ଚଳର ଦିଲିପ କୁମାର ନାଏକ, ଟ୍ରକ ବୋଝେଇ କରିଥିବା ଲୋଡର ଅପରେଟର ସଦରଥାନା ଅନ୍ତର୍ଗତ ସରଶକଳାର ଜଗନ୍ନାଥ ମହାକୁଡ ଏବଂ ଓଜନ କଣ୍ଟାର କାର୍ଯ୍ୟରତ ଯୋଡା, ଅଂଶେଇକଲା ଅଞ୍ଚଳର ସୁଧିର ପୂର୍ତ୍ତି । ଏହା ସହିତ ଏଥିରେ ସମ୍ପୃକ୍ତ ଟ୍ରକ ନଂ. ଓଡି-୩୫ଡି-୧୪୮୯ ଓ ଗୋଟିଏ ଲୋଡରକୁ ପୁଲିସ ଜବତ କରିଛି । ପୁଲିସ ସୂତ୍ରରୁ ପ୍ରକାଶ ଯେ, ଏହି ଚୋରା କାରବାରର ମାଷ୍ଟର ମାଇଣ୍ଡ ସୁଧିର ପୂର୍ତ୍ତି ଜିନ୍ଦଲ ଓଜନ କଣ୍ଟାରେ କାମ କରିଥାଏ । ଅନ୍ୟ ଟ୍ରକ ମାଲିକ, ଡ୍ରାଇଭର ଏବଂ ଲୋଡର ଅପରେଟର ସହିତ ସଲାସୁତରାରେ ଏହି କାର୍ଯ୍ୟ କରିଥାଏ । ରବିବାର ଟ୍ରକରେ ଧାର୍ଯ୍ୟ ପରିମାଣ ଠାରୁ ୭ଟନ୍ ୩୫୦ କେ.ଜି. ଲୁହା ଗୁଲି ଅଧିକ ନେଇ ଓଜନ କଣ୍ଟାରେ କମ୍ ଦର୍ଶାଇବା ସହ ଗେଟ ବାହାରକୁ ଚାଲିଯାଉଥିବା ବେଳେ ସନ୍ଦେହ କରି ଜିନ୍ଦଲ ସୁରକ୍ଷା କର୍ମିମାନେ ଟ୍ରକଟିକୁ ଅଟକାଇଥିଲେ । ପରେ ଟ୍ରକଟିକୁ ପୁନଃର୍ବାର ଓଜନ କରିବାରୁ ଘଟଣାର ସତ୍ୟାସତ୍ୟ ଜଣାପଡିଥିଲା । ଏହି ଟ୍ରକର ମାଲିକ ପଦ୍ମନାଭ ଗୁପ୍ତା ଥିବା ବେଳେ ଲୋଡର ର ମାଲିକ ନିକଟସ୍ଥ ଦେଓଝର ଗ୍ରା.ପ.ର ସରପଞ୍ଚ ମଙ୍ଗଲ ମୁଣ୍ଡାଙ୍କ ପତ୍ନୀ କୁନୀ ମୁଣ୍ଡା ବୋଲି ଜଣାପଡିଛି । ଏହି ଲୁହା ଗୁଲିର ଟନ୍ ପ୍ରତି ଦର ବର୍ତ୍ତମାନ ବଜାରରେ ୬ ହଜାର ଟଙ୍କା ଥିବା ବେଳେ ଏଥିରେ ଥିବା ଚୋରା ଲୁହା ଗୁଲିର ମୂଲ୍ୟ ୪୦ ହଜାର ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଆକଳନ କରାଯାଇଛି । ଉକ୍ତ ଘଟଣାରେ କମ୍ପାନୀ ଭିତରେ ଥିବା ଓଜନ କଣ୍ଟା ନଂ.-୬କୁ ବନ୍ଦ କରିଦିଆଯାଇଛି । ପୁଲିସ କେଶ ନଂ. ୬୨ରେ ଧାରା ୩୭୯ ଏବଂ ୧୨୦ବି ରେ ମାମଲା ଋଜୁ କରିଛି । ତେବେ ଲୋଡର ଏବଂ ଟ୍ରକର ମାଲିକଙ୍କୁ ପୁଲିସ ଗିରଫ କରିପାରିନାହିଁ । ଦୀର୍ଘ ଦିନରୁ ଏହି କଳାକାରବାର ଚାଲିଆସୁୁଥିଲେ ମଧ୍ୟ ପୁଲିସ ଏହି ର‌୍ୟ।।କେଟର ଟେର ପାଇପାରିନଥିଲା । ଏହି ର‌୍ୟାକେଟରେ ଅନେକ ବଡ ବଡ ରାଜନୈତିକ ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା କୁହାଯାଉଥିବା ବେଳେ ପୁଲିସ ସେମାନଙ୍କ ପାଖରେ ପହଞ୍ଚିôପାରୁଛି କି ନାହିଁ ତାହା ଦେଖିବାକୁ ବାକି ରହିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.