Home ଓଡ଼ିଶା ବର୍ଷ ବର୍ଷ ଧରି ଚାଲିଛି ପର୍ଯ୍ୟଟନ ସ୍ଥଳୀ ମା ଖିଲାମୁଣ୍ଡା ରାସ୍ତା ବ୍ରିଜ୍ କାମ

ବର୍ଷ ବର୍ଷ ଧରି ଚାଲିଛି ପର୍ଯ୍ୟଟନ ସ୍ଥଳୀ ମା ଖିଲାମୁଣ୍ଡା ରାସ୍ତା ବ୍ରିଜ୍ କାମ

91

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୬/୦୩-ନୟାଗଡ ଜିଲ୍ଲା ରଣପୁର ଅଂଚଳରେ ଅନେକ ପର୍ଯ୍ୟଟନ କେନ୍ଦ୍ର ରହିଅଛି । ପର୍ଯ୍ୟଟନ ବିଭାଗର ମାନ୍ୟତା ପାଇନଥିଲେ ମଧ୍ୟ ପ୍ରତିବର୍ଷ ହଜାର ହଜାର ପର୍ଯ୍ୟଟକ ଏହି ପର୍ଯ୍ୟଟନ ସ୍ଥଳୀ ଗୁଡିକୁ ଦେଖିବାକୁ ଆସିଥାନ୍ତି । ସେ ମଧ୍ୟରୁ ଅନ୍ୟତମ ହେଉଛି ରାଜ ପ୍ରତିଷ୍ଠିତ ରଣପୁର ରାଜାଙ୍କର ଆରାଧ୍ୟ ଦେବୀ ମା ଖିଲାମୁଣ୍ଡା । ରଣପୁରଠାରୁ ୨୩ କି.ମି ଦୂରରେ ରିଜର୍ଭ ଜଙ୍ଗଲ ରାଆଁଳା ଗାଁ ନିକଟରେ ମା ଖିଲାମୁଣ୍ଡାଙ୍କ ପୀଠ । ପ୍ରତିଦିନ ଶହ ଶହ ଦର୍ଶକ ମାନସିକ ପୁରଣ ପାଇଁ ମା ଙ୍କ ପୀଠକୁ ଯାତାୟତ କରିଥାନ୍ତି । ଜାମୁଗଣ୍ଡ ପ୍ରଧାନ ମନ୍ତ୍ରୀ ସଡକ ଯୋଜନା ରାସ୍ତାଠାରୁ ମାତ୍ର ୮୦୦ ମିଟର ଦୂରରେ ମା ଙ୍କ ପୀଠ । ଏହି ୮୦୦ ମିଟର ମାଟି ରାସ୍ତା ମଧ୍ୟରେ ରହିଅଛି ଏକ ଛୋଟିଆ ନଦୀ । ଯାହାକି ପର୍ଯ୍ୟଟକ ମାନଙ୍କୁ ଅସୁବିଧାରେ ପକାଇଥାଏ । ଏହି ନାଳ ଦେଇ ଚାରି ଚକିଆ ଯାନ ଯାଇପାରେ ନାହିଁ । ତେଣୁ ବାହାରୁ ଚାରି ଚକିଆ ଯାନରେ ଆସିଥିବା ପର୍ଯ୍ୟଟକ ମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଏହି ଅସୁବିଧାକୁ ଲକ୍ଷ ରଖି ୨୦୧୭-୧୮ ମସିହାରେ ଏହି ନଦୀରେ ଏକ ବକ୍ସ ବ୍ରିଜ୍ କରିବା ପାଇଁ ଆଇ.ଏ.ପି ଯୋଜନାରୁ ୩୫ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇ ରଣପୁର ବ୍ଲ୍‌କ୍ ର ବିଭାଗୀୟ ଯନ୍ତ୍ରୀଙ୍କର ନାମରେ କାର୍ଯ୍ୟାଦେଶ ଥାଇ କେଳୁ ଚରଣ ମାର୍ଥା ନାମକ ଜଣେ ଠିକାଦାର କାର୍ଯ୍ୟ ଆରମ୍ଭ କରିଥିଲେ । ୨ ବର୍ଷ ପରେ ୩ ବର୍ଷ ବିତିଲାଣି ହେଲେ ବ୍ରିଜ୍ କାମ ଅଧାରେ ରହିଅଛି । ଇତି ମଧ୍ୟରେ କେନ୍ଦ୍ର ସରକାର ଆଇ.ଏ.ପି ଯୋଜନାକୁ ବନ୍ଦ କରିଦେଇଛନ୍ତି ।

ଏ ସମ୍ପର୍କେ ରଣପୁର ମଣ୍ଡଳ ଉନ୍ନୟନ ଅଧିକାରୀ ପଂଚାନନ ପଟ୍ଟାୟତ ଙ୍କ ସଙ୍ଗେ ଫୋନ୍ ଯୋଗେ ବାରମ୍ବାର ଯୋଗା ଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ୍ ଉଠାଇ ନଥିଲେ । ନୟାଗଡ ଉପ-ଜିଲ୍ଲାପାଳ ଲଗ୍ନଜିତ୍ ରାଉତଙ୍କ ସହ ଫୋନ୍ ଯୋଗେ ଯୋଗା ଯୋଗ କରିବାରେ କୁହନ୍ତି ଆଇ.ଏ.ପି ଯୋଜନା କେନ୍ଦ୍ର ସରକାର ବନ୍ଦ କରିଦେଇଥିଲେ ମଧ୍ୟ ସ୍ଥାନୀୟ ବିଧାୟକ ଚାହିଁଲେ ଏହି ବ୍ରିଜ୍ କାମ ହୋଇପାରିବ କାରଣ ଜିଲ୍ଲାପାଳଙ୍କ ପାଖରେ କ୍ଷମତା ରହିଅଛି । ରଣପୁର ବିଧାୟକ ତଥା ନୟାଗଡ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସତ୍ୟନାରାୟଣ ପ୍ରଧାନଙ୍କ ସହ ଫୋନ୍ ଯୋଗେ ଯୋଗା ଯୋଗ କରିବାରୁ ସେ କୁହନ୍ତି ୩୫ ଲକ୍ଷ ଟଙ୍କାରୁ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଅଛି । ଆଉ ୨୦ ଲକ୍ଷ ଟଙ୍କା ବ୍ୟୟ କଲେ ମଧ୍ୟ ସେହି ବ୍ରିଜ୍ ଓ ରାସ୍ତା ହୋଇ ପାରିବ ନାହିଁ । ମୋତେ ଯାହା ଜଣା ପଡୁଛି ସେ ନିର୍ମାଣଧିନ କାର୍ଯ୍ୟ ଭଙ୍ଗାଯିବ । ବିଜୁ ସେତୁ ଯୋଜନାରେ ସେହି ବ୍ରିଜ୍ ଓ ରାସ୍ତାକୁ କରିବା ପାଇଁ ନୟାଗଡ ଜିଲ୍ଲା ପ୍ରକଳ୍ପ ନିଦ୍ଧେର୍ଶକଙ୍କୁ ଚିଠି ଦିଆଯାଇଅଛି । ତେଣୁ ନିଶ୍ଚିତ ଭାବରେ ସେହି ବ୍ରିଜ୍ ମୁଁ ତିଆରି କରିବି । ବିଧାୟକଙ୍କର ଏହି ଦମ୍ଭୋକ୍ତି ପର୍ଯ୍ୟଟକଙ୍କର ଆଶା ଓ ଭରଷା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.