Home ଓଡ଼ିଶା କରୋନା ଭାଇରସ୍ ଅପଡେଟ୍ – ଦିଲ୍ଲୀରେ ଆଉ ଜଣେ ବ୍ୟକ୍ତି କୋରୋନା ସଂକ୍ରମିତ – ଜାଣନ୍ତୁ...

କରୋନା ଭାଇରସ୍ ଅପଡେଟ୍ – ଦିଲ୍ଲୀରେ ଆଉ ଜଣେ ବ୍ୟକ୍ତି କୋରୋନା ସଂକ୍ରମିତ – ଜାଣନ୍ତୁ ବିଶେଷ ଅପଡେଟ୍ସ

477

ନୂଆ ଦିଲ୍ଲୀ ୬-୩ (ଓଡ଼ିଆ ପୁଅ) ଦିଲ୍ଲୀରେ ଆଉଜଣେ ବ୍ୟକ୍ତି କୋରୋନା ସଂକ୍ରମିତ ହୋଇଛନ୍ତି। ସେହି ବ୍ୟକ୍ତି ପୂର୍ବରୁ ଥାଇଲ୍ୟାଣ୍ଡ ଏବଂ ମାଲେସିଆ ଯାତ୍ରା କରିଥିଲେ ବୋଲି ଜଣାପଡ଼ିଛି। ତେବେ ଭାରତରେ ସଂକ୍ରମଣର ଏପର୍ଯ୍ୟନ୍ତ ୩୧ ଜଣଙ୍କର ପୁଷ୍ଟି ହୋଇଥିବା ସ୍ବାସ୍ଥ୍ୟ ମନ୍ତ୍ରୀ ପ୍ରକାଶ କରିଛନ୍ତି। ଏହା ବ୍ୟତୀତ ଅନେକ ସାମ୍ପଲ୍ସ ଟେଷ୍ଟିଂ ପାଇଁ ପୁଣେ ପଠାଯାଇଛି।

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଚଳିତ ବର୍ଷ ରାଷ୍ଟ୍ରପତି ଭବନରେ ହୋଲି ପର୍ବ ଅନୁଷ୍ଟିତ ହେବ ନାହିଁ ବୋଲି ନିଷ୍ପତି ନେଇଛନ୍ତି।

ରାଷ୍ଟ୍ରପତି ଭବନ ୭ ମାର୍ଚ୍ଚରୁ ମୋଗଲ ଗାର୍ଡେନକୁ ବନ୍ଦ କରିବାପାଇଁ ନିଷ୍ପତି ନେଇଛନ୍ତି। ଏ ନେଇ ରାଷ୍ଟ୍ରପତି ଭବନ ତରଫରୁ ଏକ ପ୍ରେସ ବିଜ୍ଞପ୍ତି ଜାରୀ କରାଯାଇଛି। ବିଜ୍ଞପ୍ତିରେ ପ୍ରକାଶ କରାଯାଇଛିଯେ, କୋରୋନା ଭାଇରସ ବ୍ୟାପିବାର ସମ୍ଭାବନାକୁ ନଜରରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।

ଚୀନ ସମାଚାର ଏଜେଂସୀ ସିହ୍ନୁଆର ରିପୋର୍ଟ ଅନୁସାରେ, ଚୀନରେ ବର୍ତ୍ତମାନ ପର୍ଯ୍ୟନ୍ତ କୋରୋନା ଭାଇରସ୍ ସଂକ୍ରମଣରେ ସର୍ବମୋଟ ୮୦,୫୫୨ ମାମଲାର ପୁଷ୍ଟି ହୋଇଛି ଏବଂ ସଂକ୍ରମଣ ଯୋଗୁଁ ୩,୦୪୨ ଲୋକଙ୍କର ମୃତ୍ୟୁ ହୋଇଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୂଏଚଓ) ର ନୂତନ ଆଧିକାରିକ ସଂଖ୍ୟା ଅନୁସାରେ, ସମଗ୍ର ଦୁନିଆରେ ଗୁରୁବାର ପର୍ଯ୍ୟନ୍ତ କୋରୋନାଭାଇରସ୍ ସଂକ୍ରମଣରେ ୨,୨୪୧ ନୂଆ ମାମଲାର ପୁଷ୍ଟି ହୋଇଛି। ଏହା ପରେ ସଂକ୍ରମିତ ଲୋକମାନଙ୍କର ସର୍ବମୋଟ ସଂଖ୍ୟା ୯୫,୩୩୩ ହୋଇଛି।

ଚୀନରେ କୋରୋନା ଭାଇରସ୍ (COVID-୧୯) ରେ ସଂକ୍ରମିତ ୧,୬୮୧ ରୋଗୀଙ୍କୁ ସମ୍ପୂର୍ଣ୍ଣ ଚିକିତ୍ସା କରିବା ପରେ ସ୍ବସ୍ଥ ହୋଇଛନ୍ତି ଏବଂ ଗୁରୁବାରଦିନ ସେମାନଙ୍କୁ ଡାକ୍ତରଖାନାରୁ ଛୁଟି ଦିଆଯାଇଛି। ନ୍ୟାସନାଲ ହେଲ୍ଥ କମିଶନ ଶୁକ୍ରବାରଦିନ ଏହାର ସୂଚନା ଦେଇଛନ୍ତି। କମିଶନ ନିଜର ଡେଲି ରିପୋର୍ଟରେ କହିଛନ୍ତି ଏପର୍ଯ୍ୟନ୍ତ ସର୍ବମୋଟ ୫୩,୭୨୬ ରୋଗୀଙ୍କୁ ଗୁରୁବାର ପର୍ଯ୍ୟନ୍ତ ଚିକିତ୍ସା ପରେ ହସ୍ପିଟାଲରୁ ଛୁଟି ଦିଆଯାଇଛି।

ଚୀନରେ କୋରୋନା ଭାଇରସ୍ ସଂକ୍ରମଣର ୧୪୩ ନୂଆ ମାମଲା ପୁଷ୍ଟି ହୋଇଛି ଏବଂ ଏବଂ ଗୁରୁବାର ୩୦ ରୋଗୀଙ୍କର ମୃତ୍ୟୁ ହୋଇଛି। ଚାଇନା ହେଲ୍ଥ ଅଥୋରିଟି ଶୁକ୍ରବାରଦିନ ଏହାର ସୂଚନା ଦେଇଛନ୍ତି।

ଇରାନର ମିନିଷ୍ଟ୍ରି ଅଫ ହେଲ୍ଥ ଆଣ୍ଡ ମେଡିକାଲ ଏଜୁକେସନ ଗୁରୁବାରଦିନ ଘୋଷଣା କରିଛନ୍ତି ଯେ, କୋରୋନାଭାଇରସ୍ ସଂକ୍ରମଣ ଯୋଗୁଁ ମୃତକଙ୍କ ସଂଖ୍ୟା ୧୦୭ ହୋଇଛି। ଏଥିରେ ୯୨ ମୃତ୍ୟୁ କେବଳ ବୁଧବାରଦିନ ହୋଇଛି।

ସିରିଆରେ ଇରାନ ରାଜଦୂତ ଥିବା ପୂର୍ବତନ ଅଧିକାରୀ ହୋସୈନ ଶେଖୋଲେସ୍ଲାମଙ୍କର ଗୁରୁବାରଦିନ କୋରୋନାଭାଇରସ୍ (COVID-19) ସଂକ୍ରମଣଯୋଗୁ ମୃତ୍ୟୁ ହୋଇଛି।

ଡବ୍ଲ୍ୟୂଏଚଓର ମହାନିର୍ଦେଶକ ଟ୍ରେଡୋସ ଏଡହାନୋମ ଗେବ୍ରେୟେସସ ବୁଧବାରଦିନ ଏକ ବ୍ରିଫିଙ୍ଗ ସମୟରେ ଭାଇରସ୍ ପ୍ରଭାବକୁ କମ କରିବା ପାଇଁ ଏକ ବ୍ୟାପକ ଦୃଷ୍ଟିକୋଣକୁ ଲାଗୁ କରିବାର ମହତ୍ତ୍ୱ ଉପରେ ଗୁରୁତ୍ତ୍ୱ ଦେଇଛନ୍ତି।

କର୍ଣ୍ଣାଟକରେ ଗୁରୁବାରଦିନ ୧୬ ଜଣ ଲୋକ ୨୮ ଦିନ ଏକାନ୍ତ ବାସ ସମୟ ସମ୍ପୂର୍ଣ୍ଣ କରିଛନ୍ତି। ବର୍ତ୍ତମାନ ୨୨୫ ଲୋକଙ୍କ ଉପରେ ଦୃଷ୍ଟି ରଖା ଯାଇଛି। କର୍ଣ୍ଣାଟକରେ ସମସ୍ତ ଅନ୍ତର୍ରାଷ୍ଟ୍ରୀୟ ଯାତ୍ରୀମାନଙ୍କର ସ୍କ୍ରୀନିଙ୍ଗ କରାଯାଉଛି।

କର୍ଣ୍ଣାଟକରେ ରାଜୀବ ଗାନ୍ଧୀ ଇଂଷ୍ଟିଚ୍ୟୁଟ୍ ଅଫ ଚେଷ୍ଟ ଡିଜିଜେଜ ପାଞ୍ଚଜଣ ଲୋକଙ୍କୁ ଆଇସୋଲେସନ (ଏକାନ୍ତ ବାସ) ରେ ରଖିଛନ୍ତି। କୋରୋନୋ ଭାଇରସ୍ ପରୀକ୍ଷଣ ପାଇଁ ରାଜ୍ୟ ୨୭୩ ସାମ୍ପଲ ନେଗେଟିବ ମିଳିଛି।

କର୍ଣ୍ଣାଟକରେ କୋରୋନୋ ଭାଇରସ୍ ସଂକ୍ରମଣର ୪୬୧ ସଂଦିଗ୍ଧ ଲୋକମାନଙ୍କ ଉପରେ ନଜର ରଖାଯାଇଥିବା କଥା ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ସଂଯୁକ୍ତ ନିର୍ଦେଶକ ପ୍ରକାଶ କୁମାର କହିଛନ୍ତି। ସେ କହିଛନ୍ତିଯେ, ଏ ପର୍ଯ୍ୟନ୍ତ କୌଣସି ପଜିଟିବ ମାମଲା ସାମନାକୁ ଆସିନାହିଁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.