Home ଓଡ଼ିଶା ଯୋଡା : ୬ ଡକାୟତ ଗିରଫ, ବ୍ୟବହୃତ ବୋଲେରୋ ଜବତ

ଯୋଡା : ୬ ଡକାୟତ ଗିରଫ, ବ୍ୟବହୃତ ବୋଲେରୋ ଜବତ

106

ଯୋଡା – ୨୦/୦୨ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ବଡବିଲରୁ ଭୁବନେଶ୍ୱର ଯାଉଥିବା ସଂସ୍କାର ମାଲିକଙ୍କ ଅବତାର ବସ୍ ଟିକୁ ବୁଧବାର ରାତ୍ରି ପ୍ରାୟ ୧୦.୩୦ମି. ସମୟରେ ୬ଜଣ ଡକାୟତ ବସ୍‌ର ଡିକି ଭାଙ୍ଗି ସମସ୍ତ ଜିନିଷ ପତ୍ର ଲୁଟିନେଇ ଏକ ବୋଲେରୋରେ ଖସି ପଳାଇଥିଲେ । ବସ୍‌ର କଣ୍ଡକ୍ଟର ତୁରନ୍ତ ଯୋଡା ପୁଲିସକୁ ଖବର ଦେବା ପରେ ପୁଲିସ ସେମାନଙ୍କୁ ଧରିବା ପାଇଁ ତୁରନ୍ତ ଜାଲ ବିଛାଇଥିଲା ଏବଂ ଯୋଡା ବସ୍ ଷ୍ଟାଣ୍ଡ ନିକଟ ଦୈନିକ ବାଜର ନିକଟରୁ ୬ଜଣ ଡକାୟତଙ୍କୁ ଜିନିଷପତ୍ର ସହିତ ବ୍ୟବହୃତ ବୋଲେରୋକୁ ଜବତ କରିବାରେ ସଫଳ ହୋଇଥିଲା । ଗିରଫ ଅଭିଯୁକ୍ତମାନେ ହେଲେ ସନ୍ତୋଷ ମହାନ୍ତ (୨୫), ଘାଷିନାଥ ପାତ୍ର (୩୪), ଦିଲ୍ଲିପ କୁମାର (୨୯), ସୁନିଲ ଚାତାର (୨୫), ପେଚା ପାତ୍ର (୨୫), ନିରାକାର ଗୋପ (୨୨) ଏବଂ ଜବତ ବୋଲେରୋ ନଂ ଓଆର୦୯ଏନ୍‌-୮୧୬୦ । ଏମାନେ ସଙ୍ଗବଦ୍ଧ ଭାବରେ ରଣାଶାଳ ଘାଟିରେ ବସ୍‌ଟିକୁ ଅଟକାଇ ଏହି ଲୁଟ୍ ଘଟଣାଟିକୁ ସଂଗଠିତ କରିଥିଲେ । ଗିରଫ ଅଭିଯୁକ୍ତମାନଙ୍କୁ ଡାକ୍ତରି ଯାଞ୍ଚ ପରେ ଗୁରୁବାର ଦିନ ୪ଟା ବେଳେ ବଡବିଲ କୋର୍ଟ ଚାଲାଣ କରାଯାଇଛି । ଏହି ଅଭିଯୁକ୍ତମାନଙ୍କ ନାମରେ ଜିଲ୍ଲାର ବିଭିନ୍ନ ଥାନାରେ ଏକାଧିକ ମାମଲା ଚାଲୁଥିବା ବେଳେ ପୁଲିସ ସେମାନଙ୍କ ପ୍ରତି ଅଙ୍କୁଶ ଲଗାଇପାରିନାହିଁ । କିଛି ଦିନ ହେବ ଯୋଡା ଥାନା ଅସାମାଜିକଙ୍କ ଆଡ୍ଡାସ୍ଥଳି ପାଲଟିଥିବା ବେଳେ ସେହିମାନଙ୍କ ମାଧ୍ୟମରେ କିଛି ଅସାଧୁ ପୁଲିସ ଏବଂ ଅପରାଧିଙ୍କ ଯୋଗସୂତ୍ର ରକ୍ଷା କରାଯାଇ ଏହି ଭଳି କାଣ୍ଡ ଘଟାଯାଉଥିବା ସାଧାରଣରେ ଅଭିଯୋଗ ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.