Home ଓଡ଼ିଶା ରାଜ୍ୟ ସ୍ତରୀୟ ରଣପୁର କପ୍ ସେମିଫାଇନାଲ୍‌…….. ସଙ୍ଘର୍ଷ କ୍ଲବ୍ କୁ ହରାଇ ମଙ୍ଗଳା କ୍ଲବ୍ କଟକ...

ରାଜ୍ୟ ସ୍ତରୀୟ ରଣପୁର କପ୍ ସେମିଫାଇନାଲ୍‌…….. ସଙ୍ଘର୍ଷ କ୍ଲବ୍ କୁ ହରାଇ ମଙ୍ଗଳା କ୍ଲବ୍ କଟକ ୧-୦ ଗୋଲ୍‌ରେ  ବିଜୟୀ

152

ନୟାଗଡ/୨୦/୦୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)-ନୟାଗଡ ଜିଲ୍ଲା ରଣପୁର ରାଜ୍ୟ ସ୍ତରୀୟ କପ୍ ଫୁଟ୍‌ବଲ୍ ସେମିଫାଇନାଲ୍ ଅନୁଷ୍ଠିତ ହୋଇଯାଇଅଛି । ଏହି ମ୍ୟାଚ୍ ଫେବୃୟାରୀ ୧୫ ତାରିଖରୁ ଆରମ୍ଭ ହୋଇଥିଲା । ଫେବୃୟାରୀ ୨୦ ପ୍ରଥମ ସେମିଫାଇନାଲ୍ ଭୁବନେଶ୍ୱର ସଙ୍ଘର୍ଷ କ୍ଲବ୍ ସହ କଟକ ମଙ୍ଗଳା କ୍ଲବ୍ ମଧ୍ୟରେ କଡା ମୁକାବିଲା ହୋଇଥିଲା । କଟକ ମଙ୍ଗଳା କ୍ଲବ୍ ଭୁବନେଶ୍ୱର ସଙ୍ଘର୍ଷ କ୍ଲବ୍ କୁ ୧-୦ ଗୋଲ୍ ରେ ହରାଇ ଫାଇନାଲ୍ ରେ ପ୍ରବେଶ କରିଥିବା ଜଣା ପଡିଛି ।

ଏହି ମ୍ୟାଚ୍ ରେ ମୁଖ୍ୟ ଅତିଥି ଭାବେ ଗୋପାଳପୁର ସରପଂଚ ଶରତ ଚନ୍ଦ୍ର ରଥ ଯୋଗ ଦେଇଥିବା ବେଳେ ରଣପୁର ସମାଜସେବୀ କାମିନୀକାନ୍ତ ପଣ୍ଡା ଓ ସମାଜସେବୀ ମନୋରଂଜନ ସଡଙ୍ଗୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏମ୍‌.ଏସ୍ .ବେଗ୍ ଖେଳ ପରିଚାଳନା କରିଥିବା ବେଳେ ଲାଇନ୍ ରେ ସୁକାନ୍ତ ପ୍ରଧାନ, ସୁଶାନ୍ତ ବେହେରା ଓ ବ୍ରଜମୋହନ ମହାପାତ୍ର ସହଯୋଗ କରିଥିଲେ । ରଣପୁର ସ୍ପୋର୍ଟସ୍ ଆସୋସିଏସନ୍ ର ସମସ୍ତ ସଭ୍ୟମାନେ ଖେଳକୁ ଶୃଙ୍ଖଳିତ କରିଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.