Home ଆନ୍ତର୍ଜାତୀୟ ନାରାୟଣ ମୂର୍ତ୍ତିଙ୍କର ଜ୍ୱାଇଁ ଋଷି ସୁନକ ହେଲେ ବ୍ରିଟେନର ନୂଆ ଅର୍ଥ ମନ୍ତ୍ରୀ

ନାରାୟଣ ମୂର୍ତ୍ତିଙ୍କର ଜ୍ୱାଇଁ ଋଷି ସୁନକ ହେଲେ ବ୍ରିଟେନର ନୂଆ ଅର୍ଥ ମନ୍ତ୍ରୀ

529

ନୂଆ ଦିଲ୍ଲୀ ୧୩-୨ (ଓଡ଼ିଆ ପୁଅ) ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ ଜନସନ ମୂଳ ଭାରତୀୟ ରାଜନେତା ଋଷି ସୁନକଙ୍କୁ ଗୁରୁବାରଦିନ ନୂଆ ଅର୍ଥମନ୍ତ୍ରୀ ନିଯୁକ୍ତ କରିଛନ୍ତି। ସୁନକ ଇମ୍ଫୋସିସର ସହ-ସଂସ୍ଥାପକ ନାରାୟଣ ମୂର୍ତ୍ତିଙ୍କର ଜ୍ୱାଇଁ ଅଟନ୍ତି।

ଋଷି ସୁନକ ଜନସନ ମନ୍ତ୍ରୀମଣ୍ଡଳରେ ଭାରତୀୟ ମୂଲକର ଦ୍ୱିତୀୟ ବଡ଼ ମନ୍ତ୍ରୀ ଅଟନ୍ତି। ଭାରତୀୟ ମୂଲକର ହିଁ ପ୍ରୀତି ପଟେଲ ବର୍ତ୍ତମାନ ବ୍ରିଟେନର ଗୃହ ମନ୍ତ୍ରୀ ଅଛନ୍ତି।

ଏହା ପୂର୍ବରୁ ପାକିସ୍ତାନୀ ମୂଲକର ସାଜିଦା ଜାଭେଦଙ୍କ ନିକଟରେ ଅର୍ଥ ମନ୍ତ୍ରଣାଳୟର କାର୍ଯ୍ୟଭାର ଥିଲା। ସେ ଅପ୍ରତ୍ୟାଶିତ ଭାବରେ ନିକଟରେ ପଦରୁ ଇସ୍ତଫା ଦେବାକୁ ଘୋଷଣା କରିଥିଲେ।

ହ୍ୟାମ୍ପଶାୟରରେ ଜନ୍ମ ଗ୍ରହଣ କରିଥିବା ୩୯ ବର୍ଷୀୟ ସୁନକ ୨୦୧୫ ରେ ରିଚମଣ୍ଡ (ୟର୍କଶାୟର) ର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ଗତ ବର୍ଷ ଟ୍ରେଜରୀର ମୁଖ୍ୟ ସଚିବ ଭାବରେ ପଦୋନ୍ନତି ପାଇବା ପୂର୍ବରୁ ସେ ସ୍ଥାନୀୟ ସରକାରଙ୍କର ଏକ ବିଭାଗ ଜଣେ ଜୁନିୟର ମନ୍ତ୍ରୀ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.