Home ଓଡ଼ିଶା ରାଜନୀତିର ଅପରାଧୀକରଣ ଉପରେ ସୁପ୍ରୀମ କୋର୍ଟର ବଡ଼ ଆଦେଶ: ୱେବସାଇଟରେ ପ୍ରାର୍ଥିୀଙ୍କର ଅପରାଧିକ ରେକର୍ଡ଼ ଏବଂ...

ରାଜନୀତିର ଅପରାଧୀକରଣ ଉପରେ ସୁପ୍ରୀମ କୋର୍ଟର ବଡ଼ ଆଦେଶ: ୱେବସାଇଟରେ ପ୍ରାର୍ଥିୀଙ୍କର ଅପରାଧିକ ରେକର୍ଡ଼ ଏବଂ ଟିକଟ ଦେବାର କାରଣ ଜଣାଇବେ

176

ଏହା ସହିତ ଏହା ମଧ୍ୟ ଜଣାଇବେ କି ନିର୍ବାଚନ ଲଢ଼ିବା ପାଇଁ ସେ ଅପରାଧ ସମ୍ବନ୍ଧିତ ପ୍ରାର୍ଥିୀକୁ ଟିକଟ କାହିଁକି ଦିଆଯାଇଛି।
ସୁପ୍ରୀମ କୋର୍ଟରେ ଦାଖଲ ଯାଚିକାରେ ପ୍ରାର୍ଥୀ ଙ୍କ ଉପରେ ଚାଲୁଥିବା କେସ୍ ର ସୂଚନା ମିଡ଼ିଆରେ ପ୍ରକାଶିତ କରିବାପାଇଁ ପ୍ରାର୍ଥନା କରାଯାଇଥିଲା।

ନୂଆଦିଲ୍ଲୀ ୧୩-୨ (ଓଡ଼ିଆ ପୁଅ) : ରାଜନୀତିରେ ଅପରାଧୀକରଣ ସମ୍ବନ୍ଧିତ ଏକ ମାମଲାରେ ସୁପ୍ରୀମ କୋର୍ଟ ଆଜି ବଡ଼ ଆଦେଶ ଦେଇଛନ୍ତି। ସୁପ୍ରୀମ କୋର୍ଟ କହିଛନ୍ତି କି ରାଜନୀତିକ ଦଳ ନିଜର ୱେବସାଇଟରେ ପ୍ରାର୍ଥିୀର ଅପରାଧିକ ରେକର୍ଡ଼ ଜଣାଇବେ ଏବଂ ଏହା ସହିତ ଏହା ମଧ୍ୟ ଜଣାଇବେ କି ନିର୍ବାଚନ ଲଢ଼ିବା ପାଇଁ ସେ ଅପରାଧ ସମ୍ବନ୍ଧିତ ପ୍ରାର୍ଥିୀକୁ ଟିକଟ କାହିଁକି ଦିଆଯାଇଛି। ସୁପ୍ରୀମ କୋର୍ଟ କହିଲେ କି ଏହି ଆଦେଶର ପାଳନ କରିବା ପରେ ରାଜନୀତିକ ଦଳ ନିର୍ବାଚନ ଆୟୋଗକୁ ଏହି ବିଷୟରେ ସୂଚନା ମଧ୍ୟ ଦେବେ।

ରାଜନୀତିର ଅପରାଧୀକରଣ ଉପରେ ସୁପ୍ରୀମ କୋର୍ଟର ଆଦେଶର ବଡ଼ କଥା –

– ରାଜନୀତିକ ଦଳ ୱେବସାଇଟରେ ପ୍ରାର୍ଥିୀଙ୍କର ଅପରାଧିକ ରେକର୍ଡ଼ ଜଣାଇବେ।
– ଟିକଟ ଦେବାର କାରଣ ଜଣାଇବେ।
– କ୍ଷେତ୍ରୀୟ/ରାଷ୍ଟ୍ରୀୟ ଖବରକାଗଜରେ ପ୍ରକାଶ କରିବେ।
– ଫେସବୁକ/ଟ୍ୱିଟରରେ ଲେଖିବେ।
– ପାଳନ କରି ନିର୍ବାଚନ ଆୟୋଗକୁ ସୂଚନା ଦେବେ।
– ପାଳନ ନ ହେଲେ ଆୟୋଗ ନିଜର ଅଧିକାର ମୁତାବକ କାର୍ଯ୍ୟାନୁଷ୍ଠାନ ନେବେ।

ସୁପ୍ରୀମ କୋର୍ଟରେ ଦାଖଲ ଯାଚିକାରେ କ’ଣ ଦାବି କରାଯାଇଥିଲା?

ସୂଚନାଯୋଗ୍ୟ,ଯେ, ସୁପ୍ରୀମ କୋର୍ଟରେ ଦାଖଲ ଯାଚିକାରେ ପ୍ରାର୍ଥୀଙ୍କ ଉପରେ ଚାଲୁଥିବା କେସ୍ ର ସୂଚନା ମିଡ଼ିଆରେ ପ୍ରକାଶିତ କରିବା ପାଇଁ ଦାବି କରାଯାଇଥିଲା। ଏହା ସହିତ ଏହା ମଧ୍ୟ କୁହାଯାଇଥିଲା କି ତାଙ୍କୁ ଟିକଟ ଦେଉଥିବା ଦଳ ମଧ୍ୟ ନିଜର ୱେବସାଇଟରେ ତାଙ୍କର ଅପରାଧିକ ରେକର୍ଡ଼ ପ୍ରକାଶିତ କରିବେ।

ଯାଚିକାକର୍ତ୍ତା କୋର୍ଟଙ୍କୁ କହିଛନ୍ତି କି ବର୍ଷ ୨୦୧୮ ରେ ନିଜେ ସୁପ୍ରୀମ କୋର୍ଟ ଏହାର ଆଦେଶ ଦେଇଥିଲେ, କିନ୍ତୁ ପାଳନ ହେଉ ନାହିଁ। ଶୁଣାଣି ସମୟରେ କୋର୍ଟ ମାମଲାକୁ ଗମ୍ଭୀରତାର ସହ ନେଇ କହିଛନ୍ତି କି ଏହି ବିଷୟରେ କିଛି କରିବା ଜରୁରୀ ଅଟେ।

ଯାଚିକାକର୍ତ୍ତାଙ୍କର ଏହା ଦାବି ଥିଲା କି ପାର୍ଟୀ ଏହା ମଧ୍ୟ ପ୍ରକାଶ କରିବ କି କେସ୍ ର ଲମ୍ବିତ ରହି ସେହି ପ୍ରାର୍ଥୀକୁ ଟିକଟ କାହିଁକି ଦିଆଯାଇଛି ବୋଲି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.