କୋଚି ୭-୨ (ଓଡ଼ିଆ ପୁଅ) ରାଜ୍ୟରେ କୋରୋନା ଭାଇରସ୍ ର କୌଣସି ନୂଆ କେସ୍ ସାମନାକୁ ଆସିନାହିଁ ଏବଂ ପ୍ରାୟତଃ ୬୭ ସଂଦିଗ୍ଧଙ୍କର ପରୀକ୍ଷଣରୁ କୋରନା ଭାଇରସ୍ ଟେଷ୍ଟ ନେଗେଟିଭ୍ ଆସିଛି। ଏହି କାରଣରୁ କେରଳ ସରକାର ଶୁକ୍ରବାରଦିନ ରାଜ୍ୟ ବିପତ୍ତି ସ୍ଥିତିକୁ ପ୍ରତ୍ୟାହାର କରିନେଇଛନ୍ତି। ଏ ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ କେକେ ଶୈଲଜା ଘୋଷଣା କରିଛନ୍ତି।
ସୂଚନାଯୋଗ୍ୟଯେ, ସୋମବାରଦିନ, ଚୀନର ଉହାନରୁ ଫେରିଥିବା ତିନିଜଣ ଛାତ୍ରଙ୍କର କୋରୋନ ଭାଇରସ୍ ପରୀକ୍ଷଣ ପଜିଟିଭ ଆସିବା ପରେ କେରଳ ସରକାର ଏହି କାରଣରୁ ‘ରାଜ୍ୟ ବିପତ୍ତି’ ଘୋଷଣା କରିଥିଲେ।
କିନ୍ତୁ ଗତ ଦୁଇ ଦିନ ରାଜ୍ୟ ସରକାରଙ୍କ ପାଇଁ ଭଲ ଖବର ମିଳିଛି। ରାଜ୍ୟରେ କୌଣସି ନୂଆ କୋରନା ଭାଇରସ୍ ରେ ପଜିଟିଭ୍ କେସ୍ ସାମନାକୁ ଆସିନାହିଁ। ୬୭ ବ୍ୟକ୍ତି ଯେଉଁମାନେ ଏହି ତିନି ଜଣ ଛାତ୍ରଙ୍କର ସମ୍ପର୍କରେ ଆସିଥିଲେ ସେମାନଙ୍କର ଟେଷ୍ଟ ନେଗେଟିଭ ଆସିବା ପରେ ରାଜ୍ୟ ସରକାରଙ୍କୁ ଆଶ୍ୱସ୍ତି ମିଳିଛି। କେବଳ ଦୁଇଜଣ ଲୋକଙ୍କର ପରୀକ୍ଷଣ ବାକୀ ଅଛି। ଆଶା କରାଯାଉଛିଯେ, ତାହା ମଧ୍ୟ ନେଗେଟିଭ୍ ଆସିବ। ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କର ନିର୍ଦ୍ଦେଶ ପରେ ଏହି ନିର୍ଣ୍ଣୟ ନିଆଯାଇଥିବା ବିଷୟରେ ସ୍ୱାସ୍ଥ୍ୟମନ୍ତ୍ରୀ କେକେ ଶୈଲଜା ଶୁକ୍ରବାରଦିନ ପ୍ରକାଶ କରିଛନ୍ତି।