ନୂଆ ଦିଲ୍ଲୀ ୨୦-୧ (ଓଡ଼ିଆ ପୁଅ) ସୁପ୍ରୀମ କୋର୍ଟ ଆଜି ଦୁଇଟି ଅଣ ସରକାରି ସଂଗଠନ ଆସୋସିଏସନ ଫର ଡେମୋକ୍ରେଟିକ ରିଫର୍ମ୍ସ (ADR), କମନ କଜ୍, ଏବଂ ଭାରତୀୟ କମ୍ୟୁନିଷ୍ଟ ପାର୍ଟୀ (CPM) ତଥା ଅନ୍ୟମାନଙ୍କର ଯାଚିକା ଉପରେ ଶୁଣାଣି କରିବେ।
ଏହି ଯାଚିକା ଗୁଡ଼ିକରେ ଇଲେକ୍ଟ୍ରୋରାଲ ବଣ୍ଡ ଉପରେ ରହିତାଦେଶ ଜାରୀ କରିବା ପାଇଁ ଦାବୀ କରାଯାଇଛି।
ପ୍ରଧାନ ବିଚାରପତି ଏସ ଏ ବୋବଡେ ଏବଂ ଜଷ୍ଟିସ ବି ଆର ଗବାଇ ଏବଂ ସୂର୍ଯ୍ୟକାନ୍ତ ଏହି ମାମଲାରେ ଶୁଣାଣି କରିବେ।
ଇଲେକ୍ଟୋରାଲ ବଣ୍ଡର ବିକ୍ରୀ ୧୩ତମ କିସ୍ତ ୧୩ ଜାନୁଆରୀ ରୁ ୨୨ ଜାନୁଆରୀ ୨୦୨୦ ପର୍ଯ୍ୟନ୍ତ ହେବ।