ନୟାଗଡ/୧୭/୦୧(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)-ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ ପାଚିଲାଗୋଡି ଜଳ ଅମଳ ପ୍ରକଳ୍ପଠାରେ ବିଭାଜନ ସ୍ତରୀୟ ପାଣି ପଂଚାୟତ ପକ୍ଷ ଜାନୁୟାରୀ ୧୭ ତାରିଖ ଦିନ ପାଳନ ହୋଇଯାଇଅଛି। ନୟାଗଡ ଜଳ ସମ୍ପଦ ବିଭାଗ ତରଫରୁ ଏହି ପକ୍ଷ ପାଳନର ଆୟୋଜନ କରାଯାଇଥିଲା। ଏଥିରେ ଉପନିର୍ବାହୀ ଯନ୍ତ୍ରୀ ଲକ୍ଷ୍ମୀକାନ୍ତ ମହାନ୍ତି, ନୟାଗଡ ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରମୋଦ କୁମାର ସାହୁ, ରଣପୁର ସହକାରୀ କୃଷି ଅଧିକାରୀ ଶୁଭେନ୍ଦୁ ସିଂ ଦେଓ, ଖଣ୍ଡପଡା ସହକାରୀ ନିର୍ବାହୀ ଯନ୍ତ୍ରୀ ଅଶ୍ୱୀନ୍ କୁମାର ସନ୍ଥ, ସହକାରୀ ଯନ୍ତ୍ରୀ ଶୁସାନ୍ତ କୁମାର ମହାପାତ୍ର, କମ୍ପାନୀ ବେହେରା, ଅନିରୁଦ୍ଧ ସେଠୀ, ସନାତନ ଦଳ ବେହେରା, ସାଂସଦ ପ୍ରତିନିଧି ପ୍ରଭାତ ଦଳ ବେହେରା, ସାମ୍ବାଦିକ ଶୁକାନ୍ତ ଡାକୁଆ ଯୋଗ ଦେଇଥିଲେ। ଏଥିରେ ମା ରାମଚଣ୍ଡୀ ପାଣି ପଂଚାୟତ ପାଚିଲାଗୋଡି, ମଣିନାଗ ପାଣି ପଂଚାୟତ ରଣପୁର, ଶୁକ୍ର ବେହେରା ଜଳ ବ୍ୟବହାରକାରୀ ସଙ୍ଘ, ରଙ୍କ ଦେଉଳି ପାଣି ପଂଚାୟତ, ମା ଖିଲାମୁଣ୍ଡା ପାଣି ପଂଚାୟତ ଭେଟବର, ମା ବ୍ରାହ୍ମଣୀ ଦେବୀ ପାଣି ପଂଚାୟତ ଭେଟବର ସମସ୍ତ ସଭ୍ୟମାନେ ଯୋଗ ଦେଇଥିଲେ।
ମଂଚ ପରିଚାଳନା କରିଥିଲେ ଅଶୋକ କୁମାର ଦଳ ବେହେରା। ଏହି ପକ୍ଷ ପାଳନରେ ଜଳ ସେଚନ ପ୍ରଣାଳୀର ଉପଯୁକ୍ତ ରକ୍ଷଣା ବେକ୍ଷଣ, ପରିବେଶ ସନ୍ତୁଳନ ଏବଂ ସୁରକ୍ଷା ଉପରେ ବିଶେଷ ଭାବରେ ଆଲୋଚନା କରାଯାଇଥିଲା। ପାଣି ପଂଚାୟତରେ କୃଷି, କୃଷକ ଓ କୃଷି କ୍ଷେତ୍ରର ଉନ୍ନତି ଉପରେ ସମସ୍ତ ଅତିଥିମାନେ ଆଲୋଚନା କରିଥିଲେ। ଏହି ବୈଠକରେ ଜଳ ସେଚନ ବିଭାଗ ପ୍ରତି କୃଷକମାନେ ଆସ୍ଥା ପ୍ରକଟ କରିଥିବା ଦେଖା ଦେଇଥିଲା।








