Home ଓଡ଼ିଶା ରାସ୍ତା ଦୁର୍ଘଟଣାରେ ମେଡିକାଲ ଛାତ୍ରଙ୍କ ମୃତ୍ୟୁ

ରାସ୍ତା ଦୁର୍ଘଟଣାରେ ମେଡିକାଲ ଛାତ୍ରଙ୍କ ମୃତ୍ୟୁ

320

ସମ୍ବଲପୁର ୧୭ା୧(ଓଡିଆ  ପୁଅ/ବିରଞ୍ଚିନାରାୟଣ ପତ୍ରୀ ) ଆଜି ଏକ ବାଇଯୋଗେ ବୁର୍ଲା ମେଡିକାଲ କଲେଜର ହାଉସ୍ ସର୍ଜନ ଛାତ୍ର ଯାଉଥିବା ବେଳ ଏକ ଟ୍ରକ ପଛରେ ପିଟି ହୋଇ ମୃତ୍ୟୁ ହୋଇଥିବା  ବୁର୍ଲା ମେଡିକାଲ ଡାକ୍ତରଙ୍କ ସୁତ୍ରରୁ ଜଣାପଡିଛି ।

 

ଘଟଣାରୁ ପ୍ରକାଶ ସମ୍ବଲପୁରର ପାଞ୍ଚ ଗୋଛିଆ ନିକଟରେ , ଆଜି ସକାଳୁ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଅନ୍ତର୍ଗତ ଭୋଜପୁର ଗ୍ରାମର ବୁର୍ଲା ଭୀମସାରର ହାଉସ ସର୍ଜନ ଛାତ୍ର ଆଶିଷ କୁମାର ଅଗ୍ରୱାଲ( ୨୪)   ତାଙ୍କ ବାଇକର ସର୍ଭିସିଂ କରିବା ପାଇଁ ସମ୍ବଲପୁର ଅଇଁଠାପାଲି ସ୍ତିତ ହୋଣ୍ଡା ସୋରୁମକୁ ବାଇକରେ ଯାଉଥିଲେ । ଉକ୍ତ ସମୟରେ ପାଞ୍ଚ ଗୋଛିଆ ନିକଟରେ ସେ ଏକ ଟ୍ରକକୁ ପଛ ପଟୁ ଧକ୍କା ଦେଇଥିଲେ । ଫଳରେ ସେ ପିନ୍ଧିଥିବା ହେଲମେଟ ଭାଙ୍ଗି ଯାଇ ତାଙ୍କର ମୁଣ୍ଡ ଏବଂ ମୁହଁରେ ଗୁରୁତର ଆଘାତ ଲାଗି ପ୍ରଚୁର ରକ୍ତଶ୍ରାବ ହୋଇଥିଲା । ତେବେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ବୁର୍ଲା ମେଡିକାଲକୁ ଆଣିଥିଲେ । ମାତ୍ର ଡ଼ାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।  ଏହାକୁ ନେଇ ବୁର୍ଲା ଭୀମସାରର କର୍ତ୍ତୁପକ୍ଷ, ଡାକ୍ତରୀ ଛାତ୍ରଛାତ୍ରୀ , ହାଉସ ସର୍ଜନ ଏବଂ ପିଜି ଡାକ୍ତରଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.