Home ଓଡ଼ିଶା ନିର୍ଭୟା ଗ୍ୟାଙ୍ଗରେପ ମାମଲା : ସମସ୍ତ ଦୋଷୀମାନଙ୍କ ବିରୁଦ୍ଧରେ ନୂଆ ଡେଥ ୱାରେଣ୍ଟ ଜାରୀ :...

ନିର୍ଭୟା ଗ୍ୟାଙ୍ଗରେପ ମାମଲା : ସମସ୍ତ ଦୋଷୀମାନଙ୍କ ବିରୁଦ୍ଧରେ ନୂଆ ଡେଥ ୱାରେଣ୍ଟ ଜାରୀ : ଏବେ ଏକ ଫେବୃଆରି ସକାଳ ୬ଟାରେ ଦିଆଯିବ ଫାଶୀ

681

ନୂଆ ଦିଲ୍ଲୀ ୧୭-୧ (ଓଡ଼ିଆ ପୁଅ) ନିର୍ଭୟା ଗ୍ୟାଙ୍ଗରେପ ମାମଲାରେ ଦିଲ୍ଲୀର କୋର୍ଟ ସମସ୍ତ ଚାରି ଦୋଷୀଙ୍କ ବିରୁଦ୍ଧରେ ନୂଆ ଡେଥ ୱାରେଣ୍ଟ ଜାରୀ କରିଛନ୍ତି। ଏହି ନୂଆ ଡେଥ ୱାରେଣ୍ଟ ଅନୁସାରେ ଏବେ ୨୨ ଜାନୁଆରୀ ବଦଳରେ ସମସ୍ତ ଦୋଷୀମାନଙ୍କୁ ଏକ ଫେବୃଆରି ସକାଳ ଛଅଟା ସମୟରେ ଫାଶୀ ଦିଆଯିବ। ଆପଣଙ୍କୁ କୁହାଯାଇପାରେଯେ, ଶୁକ୍ରବାରଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦୋଷୀ ମୁକେଶ ସିଂହର ରାଜ କ୍ଷମା ଖାରଜ କରିଦେଇଥିଲେ।

କେନ୍ଦ୍ରୀୟ ଗୃହ ମନ୍ତ୍ରଣାଳୟ ଗୁରୁବାର ରାତିରେ ରାଜ କ୍ଷମା ପାଇଁ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇଥିଲେ, ଏହା ପରେ ରାଷ୍ଟ୍ରପତି ଏହାକୁ ଖାରଜ କରି ଦେଇଛନ୍ତି। ରାଜ କ୍ଷମା ଖାରଜ ହେବା ପରେ ନିର୍ଭୟା ପିତା କହିଲେ ଏହା ବହୁତ ଭଲ କଥା। ମୁକେଶ ସିଂହ ଦୁଇ ଦିନ ପୂର୍ବରୁ ହିଁ ରାଜ କ୍ଷମା ପାଇଁ କରିଥିଲା ଆବେଦନ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.