ମାଲକାନଗିରି,୪ା୧ (ଓଡିଆ ପୁଅ ) ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ପ୍ରଥମଥର କରି ଭାରତ ସ୍ୱାଭିମାନ ମଚଂ ପ୍ରତିଷ୍ଠା ହୋଇଛି । ଆଜି ମାଲକାନଗିରି ଜିଲ୍ଲାପରିଷଦ ସଭାଗୃହରେ ଜିଲ୍ଲାପରିଷଦ ଅଧ୍ୟକ୍ଷ ଦଶରଥପଡିଆମି ଙ୍କ ପୌରହିତରେ ଭାରତ ସ୍ୱାଭିମାନ ମଚଂ ଗଠନ କରାଯାଇ ନାଗରିକ ସଂଶୋଧନ ଓ ସିଏଏ ଆଇନ ସଂପର୍କରେ ଏକ ଜନସଚେତନତା ସଭାର ଆୟୋଜନ କରାଯାଇଥିଲା । ଏହି ସଭାରେ ମାଲକାନଗିରି ବିଧାୟକ ଆଦିତ୍ୟମାଡି, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପଶ୍ଚିମାଚଂଳ ସହପ୍ରାନ୍ତ କାର୍ଯ୍ୟବାହ ହରିଶଚନ୍ଦ୍ର ପରିଡା,ଆଇନଜୀବୀ ଗୁରୁଚରଣ ମାହାନ୍ତି,ସମାଜସେବୀ ରତ୍ନାକରଦାଶ,ବିଜେପି ନେତା ନବଘନ ଲୋକେଇ,ସମିରମିସ୍ତ୍ରୀ,ସଂଜୟ ସରକାର,ଦେବି ମାଡି ,ବୁଦ୍ଧିଜୀବୀ ବିଶିଷ୍ଠ ବ୍ୟକ୍ତି ବିଶେଷ ପ୍ରମୁଖ ଉପସ୍ଥିତ ରହି ଆଲୋଚନା ରେ ଭାଗନେବା ସହ ସେମାନଙ୍କ ସୁଚିୁନ୍ତିତ ମତଉପସ୍ଥାପନ କରିଥିଲେ । ଆସନ୍ତା ୧୧ତାରିଖ ରେ ନବଗଠିତ ଭାରତ ସ୍ୱାଭିମାନ ମଚଂ ପକ୍ଷରୁ ମାଲକନଗିରି ଜିଲ୍ଲାସଦର ମହକୁମା ଡିଏନକେ ମଇଦାନରେ ଏକ ବିରାଟ ସାଧାରଣ ସଭାର ଆୟୋଜନ କରାଯାଇ ନାଗରିକ ସଂଶୋଧନ ଓ ସିଏଏ ଆଇନ ସଂପର୍କରେ ଜନସଚେତନତା ସୃଷ୍ଠିକରାଯିବା ପାଇଁ ଏହି ବୈଠକରେ ନିସ୍ପତି ନିଆଯାଇଛି । ନବଗଠିତ ଭାରତ ସ୍ୱାଭିମାନ ମଚଂର ସଭାପତି ଭାବେ କେ,ସତ୍ୟନରାୟଣ ପାତ୍ର,ଆବାହକ ଭାବେ ଗୌରଙ୍ଗକର୍ମକାର,ଜି.ଶ୍ରୀନିବାସ ରାଓ(ଚିଟି),ବିନୋଦ ତାଓ୍ୟାରୀ ,ମାଣିକ ଲାଲ ଚକ୍ରବର୍ତି,ଅରୁଣ ଡୁରୁକା,ସିଏଏ କୋରକମିଟି ସଭ୍ୟଭାବେ ବିଧାୟକ ଆଦିତ୍ୟମାଡି,ଜିଲ୍ଲାପରିଷଦ ଅଧ୍ୟକ୍ଷ ଦଶରଥପଡିଆମି,ଆଇନଜୀବୀ ଗୁରୁଚରଣ ମାହାନ୍ତି, ନିମାଇ ପାଲ ଙ୍କୁ ଦାଇତ୍ୱ ଦିଆଯାଇଥିବା ବେଳେ ସାତଟି ବ୍ଲକ ପାଇଁ ମଧ୍ୟ କୋରକମିଟି ଗଠନ କରାଯାଇଛି ।