ନୟାଗଡ/୨୪/୧୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)-ଓଡିଆ ପୁଅ ହୋଇ ଓଡିଶାରୁ କରାଟେ ଚମ୍ପିଆନସିପ୍ ପ୍ରତିଯୋଗୀତାରେ ଭାଗ ନ ପାଇ ଉତ୍ତରାଖଣ୍ଡ ତରଫରୁ କରାଟେ ଖେଳି ଓଡିଆ ପୁଅ ସ୍ୱର୍ଣ୍ଣ ପଦକ ଲାଭ କରିଥିବା ଯୋଗୁଁ ରଣପୁର ଅଂଚଳରେ ବନ୍ଧୁ ବାନ୍ଧବ, ପରିବାର ବର୍ଗ ଓ ସାଙ୍ଗ ସାଥି ମହଲରେ ଆନନ୍ଦ ଲହରୀ ଖେଳିଯାଇଥିବା ଜଣା ପଡିଛି। ସେହିଭଳି ଜଣେ ଓଡିଆ ପୁଅ ହେଉଛନ୍ତି ନୟାଗଡ ଜିଲ୍ଲା ରଣପୁର ଏନ୍.ଏ.ସି ୮ ନମ୍ବର ୱାର୍ଡ ସାମୁକା ସାହିର ପଣ୍ଡିତ ସୁବାଷ ଚନ୍ଦ୍ର ଶତପଥିଙ୍କ ଜ୍ୟେଷ୍ଠ ପୁତ୍ର ମୁକ୍ତିପଦ ଶତପଥି। ମୁକ୍ତିପଦ ୮ମ ଳ୩ ଜାତୀୟ କରାଟେ ଚମ୍ପିଆନସିପ୍ ୨୦୧୯ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ପାଇଥିବା ଜଣା ପଡିଛି। ମହାରଣା ପ୍ରତାପ ସ୍ପୋର୍ଟସ୍ ଷ୍ଟାଡିୟମ୍ ଉତ୍ତରାଖଣ୍ଡର ଡେରାଡୁନ୍ଠାରେ ଅନୁଷ୍ଠିତ ହୋଇଥିଲା। ନିର୍ଦ୍ଧେଶକ କିଓସି ଅରବିନ୍ଦ କୁମାର ଏହି ଳ୩ ଜାତୀୟ କରାଟେ ଚମ୍ପିଆନସିପ୍ ର ଆୟୋଜନ କରିଥିଲେ। ଏହି ଚମ୍ପିଆନସିପ୍ କରାଟେ ପ୍ରତିଯୋଗିତାରେ – ୮ ଗୋଟି ରାଜ୍ୟ ଯଥା ବିହାର, ହରିୟାନା, ଦିଲ୍ଲୀ, ଉତ୍ତରାଖଣ୍ଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ପଞ୍ଜାବ ଓ ଝାରଖଣ୍ଡ ର ୩ଶହ ପ୍ରତିଯୋଗୀ ଭାଗ ନେଇଥିଲେ। ଓଡିଆ ପୁଅ ମୁକ୍ତିପଦ ଶତପଥି ଉତ୍ତରାଖଣ୍ଡ ତରଫରୁ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ। ଗତ ଡିସେମ୍ବର ୨୨ ତାରିଖରେ ଓଡିଆ ପୁଅ ମୁକ୍ତିପଦ ପୁଣି ଏକ ସ୍ୱର୍ଣ୍ଣ ପଦକ ଲାଭ କରିଥିବା ଜଣା ପଡିଛି। ମୁକ୍ତିପଦ ଭାରତ ଭିତରେ ଓ ଆନ୍ତର୍ଜାତୀୟ କରାଟେ ପ୍ରତିଯୋଗିତାରେ ଭାଗ ନେଇ ଏପର୍ଯ୍ୟନ୍ତ ୧୫ ଗୋଟି ସ୍ୱର୍ଣ୍ଣ ପଦକ, ୬ ଗୋଟି ରୌପ୍ୟ ପଦକ ଓ ୨ ଗୋଟି ବ୍ରୋଞ୍ଜ ପଦକ ହାସଲ କରିଥିବା ଜଣା ପଡିଛି। ମୁକ୍ତିପଦଙ୍କର ଏହି ସ୍ୱର୍ଣ୍ଣ ପଦକ ହାସଲ ଯୋଗୁଁ ତାଙ୍କ ପରିବାର ବର୍ଗ ଓ ରଣପୁର ସାଙ୍ଗ ସାଥିଙ୍କ ମହଲରେ ଆନନ୍ଦ ଲହରୀ ଖେଳଯାଇଛି।