Home ଓଡ଼ିଶା ସୂଚନା ଅଧିକାର କର୍ମୀଙ୍କୁ ଗୁଳି କରି ହତ୍ୟା ଘଟଣା – ହତ୍ୟା ପଛରେ ରହିଛି ବିରାଟ...

ସୂଚନା ଅଧିକାର କର୍ମୀଙ୍କୁ ଗୁଳି କରି ହତ୍ୟା ଘଟଣା – ହତ୍ୟା ପଛରେ ରହିଛି ବିରାଟ ଷଡଯନ୍ତ୍ର, ଅଛନ୍ତି ରାଜନେତା, ଅଫିସର ଓ ସୁପାରୀ କିଲର : ପ୍ରଦୀପ ପ୍ରଧାନ

259

– ଅନୁଧ୍ୟାନ ପାଇଁ ୫ ଜଣିଆ ସୂଚନା ଅଧିକାର ଟିମ ପହଞ୍ଚିଲେ
– ହତ୍ୟା ପଛରେ ରହିଛି ବିରାଟ ଷଡଯନ୍ତ୍ର ଏଥିରେ ଅଛନ୍ତି ରାଜନେତା, ଅଫିସର ଓ ସୁପାରୀ କିଲର
– ଅଭିମନ୍ୟୁର ତଦନ୍ତ ବିଚାର ବିଭାଗୀୟ SIT ଦ୍ୱାରା କରିବାକୁ ଦାବି

ବାଲିଗୁଡା, ୧୧-୧୨ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ବାଲିଗୁଡା ଟାଉନରେ ମଙ୍ଗଳବାର ଦିନ ଯେଉଁଭଳି ଭାବରେ ସକାଳ ୭ଟା ସମୟରେ ବାଲିଗୁଡା ସ୍ଥିତ ପାତ୍ର ସାହିରେ ରହୁଥିବା ଅଭିମନ୍ୟୁ ପଣ୍ଡା ନାମକ ଜଣେ ସୂଚନା ଅଧିକାର କର୍ମୀଙ୍କୁ ଘରୁ ଡାକିଆଣି ହତ୍ୟା କରିବା ତାହା ପୁଣି ଥାନା ଠାରୁ ମାତ୍ର ୧୦୦ ମିଟର ଦୂରରେ ଏହାକୁ ସହଜରେ ଗ୍ରହଣ କରିପାରୁ ନାହିଁ ଓଡିଶା ରାଜ୍ୟ ସୂଚନା ଅଧିକାର ଅଭିଯାନ ବୋଲି କହିଛନ୍ତି ରାଜ୍ୟ ଆବାହକ ପ୍ରଦୀପ ପ୍ରଧାନ। ସେ କହିଛନ୍ତି ଯେ, ଅଭିମନ୍ୟୁ ଦୀର୍ଘ ୧୦ ବର୍ଷ ହେଲା ସୂଚନା ଅଧିକାର କର୍ମୀ ଭାବେ କାମ କରି ଆସୁଥିଲେ ଓ ଏହା ସହ ଜଗନ୍ନାଥ ମନ୍ଦିରର ଟ୍ରଷ୍ଟ ହେବା ପରେ ଟ୍ରଷ୍ଟର ସଦସ୍ୟ ଥିଲେ ଏଥିରେ ମନ୍ଦିର ଅର୍ଥ ଲୁଟି ଥିବା ବ୍ୟକ୍ତି ବିରୋଧ କରିଥିଲେ ଓ କିଛି ତଥ୍ୟ କୁ ନେଇ କିଛି ଠିକାଦାର, ମଦ ମାଫିଆ, ଜିଲ୍ଲାର ଯୋଗାଣ ବିଭାଗ, ଟ୍ରାନ୍ସପୋର୍ଟ ମାଲିକ, ଗୋଦାମ ମାଲିକଙ୍କ ସହ କିଛି ଅଫିସରଙ୍କ ମୁଖା ଖୋଲି ଯାଇଥିଲା ଯାହା ଫଳରେ ଏଭଳି ଷଡଯନ୍ତ୍ର କରି ହତ୍ୟା କରାଯାଇଛି। ଏଣୁ ନିରପେକ୍ଷ ତଦନ୍ତ ପାଇଁ ବିଚାର ବିଭାଗୀୟ ସହ SIT ତଦନ୍ତ କରିବା ପାଇଁ ଦାବି କରିଛନ୍ତି ପ୍ରଦୀପ ପ୍ରଧାନ। ପ୍ରଦୀପ ପ୍ରଧାନଙ୍କ ସହ ସୁବାଷ ମହାପାତ୍ର, ଅଞ୍ଜନ ରଥ, ମହମ୍ମଦ ଜିହ୍ୱାଉ ଦିନ ଓ ଜିତେନ୍ଦ୍ର ସାହୁ ଅନୁଧ୍ୟାନ ପାଇଁ ୫ ଜଣିଆ ସୂଚନା ଅଧିକାର ଟିମ ପହଞ୍ଚିଛନ୍ତି। ପୋଲିସ ଘଟଣାର ତଦନ୍ତ ଜାରୀ ରଖିଥିବା ବେଳେ ବିଭିନ୍ନ ସ୍ଥାନର ସିସିଟିଭି ଫୁଟେଜକୁ ସଂଗ୍ରହ କରିଛି। ଜଗନ୍ନାଥ ମନ୍ଦିରର ପୂର୍ବତନ ସମ୍ପାଦକଙ୍କ ସମେତ ତାଙ୍କ ଚାରି ଭାଇଙ୍କୁ ପୋଲିସ ଅଟକ ରଖି ପଚରା ଉଚରା ଚଳାଇଛି। ତାଙ୍କ ପରିବାର କହିଛନ୍ତି ତାଙ୍କୁ ବାରମ୍ବାର ଧମକ ଆସୁଥିଲା। ଏ ସମ୍ପର୍କ ରେ ପୋଲିସ କୁ ଜଣାଇଛନ୍ତି ଏଣୁ ଖୁବ ଶୀଘ୍ର ହତ୍ୟାକାରୀ, ଷଡଯନ୍ତ୍ର କରି ଓ ଏଥିରେ ଥିବା ଲୋକଙ୍କୁ ଖୁବ ଶୀଘ୍ର ଚିନ୍ନଟ କରିବା ସହ ଗିରଫ କରି ନ୍ୟାୟ ଦିଆଯାଉ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.